ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ପୁରସ୍କୃତ

ଅନୁଗୋଳ ଅଫିସ, ୧୮।୭ – ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ପୂର୍ବ ଜୋନାଲରେ ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ଭାବେ ବିବେଚିତ କରାଯାଇ ପଣ୍ଡିତ ଦୀନଦୟାଲ କୃଷି ବିଜ୍ଞାନ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ ଚାଷର ବିସ୍ତାର, ଅତ୍ୟାଧୁନିକ ଯନ୍ତ୍ରାଂଶ ଓ ଚାଷୀମାନଙ୍କ ଉନ୍ନତି କ୍ଷେତ୍ରରେ ଅବଦାନ ପାଇଁ ନୂଆଦିଲ୍ଲୀ ସ୍ଥିତ ଆଇସିଏଆର୍‌ ପ୍ରତିଷ୍ଠା ଦିବସରେ ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ୨ ଲକ୍ଷ ୨୫ ହଜାର ଟଙ୍କା ସହ ମାନପତ୍ର ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ବିଭାଗୀୟ ମୁଖ୍ୟ ବିନିତା ଶତପଥୀ ଗ୍ରହଣ କରିଛନ୍ତି। ବିଜ୍ଞାନ କେନ୍ଦ୍ରର ଉନ୍ନତି ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ବିଭାଗୀୟ ମୁଖ୍ୟ ଶତପଥୀ ସୂଚନା ଦେଇଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଏମ୍‌ଓଏସ୍‌ ଏଗ୍ରିକଲଚର ଡାଇରେକ୍ଟର ଡ. ଟି ମହାପାତ୍ର, ଓୟୁଏଟିର କୁଳପତି ଡ. ପି. ଅଗ୍ରୱାଲ, ଏଟିଏଆର୍‌ଆଇ ଜୋନ ଭିର ଡାଇରେକ୍ଟର ଡ. ଏସ୍‌.ଏସ୍‌ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ

କଣିହଁ।,୨୬ା୫(ଡି.ଏନ.ଏ.) କାମ କରିବାକୁ ଯାଉଥିବା ଜଣେ ମହିଳାଙ୍କୁ ସୋମବାର ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଅନୁଗୋଳ...

ନାଲକୋ ଦୁର୍ଘଟଣାରେ ଆଉ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଆନ୍ଦୋଳନ

ଅନୁଗୋଳ ଅଫିସ, ୮।୮: ନାଲକୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟ ହାଉସ ପରିସରରେ ଗତ ୨୩ରେ ବିଦ୍ୟୁତ ଆଘାତରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ।...

ବସ୍‌ ଓଲଟି ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ବଅଁରପାଳ,୨୮।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ୫୫ନଂ ଜାତୀୟ ରାଜପଥ ବନ୍ଦା ଓଭରବ୍ରିଜ୍‌ ନିକଟରେ ଶୁକ୍ରବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି।...

ଅନୁଗୋଳରେ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଅନୁଗୋଳ ଅଫିସ,୧୫।୮: ଅନୁଗୋଳ ଷ୍ଟାଡିୟମରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ...

ନିର୍ମାଣ ଚାଲିଛି ଆଠମଲ୍ଲିକ-ଧଳପୁର ବ୍ରିଜ: କାମ ସରିଲେ ସେତୁ ରଚିବ କୀର୍ତ୍ତିମାନ

ବଇଣ୍ଡା, ୨୩।୮: ଧାର୍ଯ୍ୟ ଅବଧି ୮ ମାସ ତଳୁ ଶେଷ ହେଲାଣି। ତଥାପି ମହାନଦୀ ଉପରେ ନିର୍ମାଣ ସରୁନି ଓଡ଼ିଶାର ସବୁଠୁ ଲମ୍ବା ସେତୁର ଗୌରବ...

ଆଜିଠାରୁ ହିଙ୍ଗୁଳାଯାତ୍ରା

ତାଳଚେର,୧୫ା୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ପ୍ରସିଦ୍ଧ ବାର୍ଷିକ ଯାତ୍ରା ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ। ମହାମାରୀ...

ଅବକାରୀ ଚଢାଉ, ୪ ଗିରଫ

ବଇଣ୍ଡା,୫।୧୦(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ଼ ଥାନା ତଲେଇପଥର ଓ ଖମାର ଗ୍ରାମରେ ଚଢାଉ କରାଯାଇ ୭୮ ଲିଟର ଚୋରା ଦେଶୀ ମହୁଲି...

ଏମ୍‌ସିଏଲ୍‌ ଖଣି ପରିଦର୍ଶନ କଲେ ସିଆଇଏଲ୍‌ ଅଧ୍ୟକ୍ଷ: ଉତ୍ପାଦନ ସହ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ

ତାଳଚେର,୨୮ା୨(ନି.ପ୍ର.) – ଦେଶ ଅଗ୍ରଗତି କରୁଥିବା ବେଳେ କୋଇଲାର ଚାହିଦା ଦିନକୁ ଦିନ ବଢୁଛି। ତେଣୁ କୋଇଲା ଉତ୍ପାଦନ ଓ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ...

Advertisement
Archives

Model This Week