ଅନିଶ୍ଚିତତା ମଧ୍ୟରେ ହାତଲେଖା କଳାକାରଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୮।୬ବ୍ୟୁରୋ) : ହାତଲେଖା କଳାକାରମାନେ ରଙ୍ଗ ତୁଳୀ ଧରି ହାତରେ ନିଜର କଳା ପ୍ରଦର୍ଶନ କରୁଥିଲେ। ହେଲେ ଫ୍ଲେକ୍ସ ଆସିବା ପରଠାରୁ ସେମାନଙ୍କ ସ୍ଥିତି ଦୋହଲି ଯାଇଛି। ସମୟାନୁକ୍ରମେ ଲୋକମାନଙ୍କ ହସ୍ତକଳା ପ୍ରତି ଆଦର ହ୍ରାସ ପାଇବାରେ ଲାଗିଛି। ନମ୍ବର ପ୍ଲେଟ ଡିଜାଇନ୍‌ କରିବା ଅଥବା ବାହାଘର ବେଳେ କାନ୍ଥରେ ଚିତ୍ରକଳା କରି ସେମାନେ ନିଜର ପେଟ ପୋଷୁଥିଲେ। ହେଲେ ଏହି କାରିଗରଙ୍କୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି। ନମ୍ବର ପ୍ଲେଟ ଡିଜାଇନ୍‌ କେବଳ ଜଣେ ଭେଣ୍ଡର କରିପାରିବ ବୋଲି ନିର୍ଦ୍ଦେଶ ଦେବା ପରେ ୨୫ ହଜାର କଳାକାର ଓ ତାଙ୍କ ପରିବାରର ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ରାଜ୍ୟ ହାତଲେଖା କଳାକାର ସଂଘ ଓ ଓଡ଼ିଶା ନମ୍ବର ପ୍ଲେଟ ଷ୍ଟିକର ଆର୍ଟିଷ୍ଟ ଆସୋସିଏଶନ ପକ୍ଷରୁ ସୂଚନାଭବନଠାରେ ‘ସାମ୍ପ୍ରତିକ ସ୍ଥିତିରେ ହାତଲେଖା କଳାକାର ଓ ନମ୍ବର ପ୍ଲେଟ ଷ୍ଟିକର ଆର୍ଟିଷ୍ଟଙ୍କ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ରରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଧାୟକ ସୁରେଶ କୁମାର ରାଉତରାୟ, ଖବରଦାତା ପ୍ରଦ୍ୟୁମ୍ନ ଶତପଥୀ, ସାମାଜିକ କର୍ମୀ ସସ୍ମିତା ଦାସ, କିନ୍ନର ସଂଘ ସଭାପତି ମୀରା ପରିଡ଼ା, ଖବରଦାତା ବିଭୂତି ଭୂଷଣ କର, ଲିଙ୍ଗରାଜ ସାହୁ, ସାମାଜିକ କର୍ମୀ ଶଶାଙ୍କଶେଖର ନାୟକ ମତ ରଖିଥିଲେ। ଏହି ଅବସରରେ ଓଡ଼ିଶା ନମ୍ବର ପ୍ଲେଟ ଆଣ୍ଡ ଷ୍ଟିକର ଆସୋସିଏଶନ ଭୁବନେଶ୍ୱର ସମେତ ଭବାନୀପାଟଣାର ଶ୍ୟାମ ଆର୍ଟ କ୍ଷୀରସିନ୍ଧୁ ସାହୁ, ପୋଲିସ୍‌ ଅଧିକାରୀ କୈଳାସ ନାୟକ, ଅଭିନେତା ଜଗବନ୍ଧୁ ପଣ୍ଡା, ଖବରଦାତା ଦୁଷ୍ମନ୍ତ ବେହେରା, ସମାଜିକ କର୍ମୀ ବିନ୍ଦାସ ଚିନୁ, ଧୀରେନ ରାଉତରାୟ, ଅମ୍ବିକା ମହାରଣା, ମେଘନା ସାହୁ, ଖବରଦାତା ସ୍ଥିତପ୍ରଜ୍ଞ ମିଶ୍ରଙ୍କୁ ‘କଳା ଓ କଳାକାର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ରାଜ୍ୟ ହାତଲେଖା କଳାକାର ସଂଘର ପ୍ରତିଷ୍ଠାତା ନାରାୟଣ ଓଝା ସଭାପତିତ୍ୱ କରିଥିଲେ। ରାଜ୍ୟ ସଭାପତି ଶିବଶଙ୍କର ଡାକୁଆ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା: ମୀନାବଜାର ଦୋଳିରେ କରେଣ୍ଟ ଲାଗି ଚାଲିଗଲା ନାବାଳକଙ୍କ ଜୀବନ

ପାରଳାଖେମୁଣ୍ଡି,୧୬ା୭(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପଡିଥିବା ମୀନା ବଜାର ପରିସରରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନୀ…

ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଅଣନିଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରାରେ ଦଳା ଚକଟା ହୋଇ ନ…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ତିନି ରଥରେ ଦର୍ଶନ ଦଲେ ଶ୍ରୀଜୀଉ

କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

‘ତେଲରେ ଲାଗିବ ନିଆଁ’ ! ଆମେରିକାର ବିନାଶକାରୀ ବୋମାମାଡ଼ ମଧ୍ୟରେ, ଇରାନ କରୁଛି ମାଷ୍ଟର ପ୍ଲାନ…

ତେହରାନ,୧୬।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri