ଅନିଶ୍ଚିତତା ମଧ୍ୟରେ ଆଗଉଛି ରଥକାମ

ଢେଙ୍କାନାଳ ଅଫିସ,୧୬ା୬

ଢେଙ୍କାନାଳ ସହରର ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ରଥଯାତ୍ରା ଚଳିତବର୍ଷ ଅନୁଷ୍ଠିତ ହେବା ନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ବର୍ତ୍ତମାନ ସୁଦ୍ଧା ଜାରି ହୋଇନାହିଁ ା ଫଳରେ ଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ରଥଗଡାରେ ଦୁଇ ରଥର ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ପୁରୀ ରଥଯାତ୍ରା ପାଇଁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନ ଥିବାରୁ ଢେଙ୍କାନାଳ ରଥଯାତ୍ରା ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ବିଳମ୍ବ ହେଉଥିବା ଦେବୋତ୍ତର ବିଭାଗ ସୂତ୍ରରୁ ଜଣାପଡିଛି ା ଆସନ୍ତା ୨୩ ତାରିଖରେ ରଥଯାତ୍ରା ପଡୁଥିବା ବେଳେ ହାତରେ ମାତ୍ର ସପ୍ତାହେ ସମୟ ବାକି ରହିଛି। ଏହି ସମୟ ମଧ୍ୟରେ ଯାହା ନିଷ୍ପତ୍ତି ନିଆଯିବ ସେ ଅନୁସାରେ କାର୍ଯ୍ୟ କରାଯିବ। ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଜିଲାପାଳମାନେ ନିଷ୍ପତ୍ତି ନେବେ ବୋଲି ଏକ ନିର୍ଦ୍ଦେଶନାମା ଜାରି ହୋଇଥିବା ବିଶେଷସୂତ୍ରରୁ ଜଣାପଡିଛି। ଏବେ ରଥ କାମ ଜୋରସୋରରେ ଚାଲିଥିଲେ ମଧ୍ୟ ରଥଯାତ୍ରା ପାଳନ ନେଇ ଜିଲାବାସୀ ଦ୍ୱନ୍ଦ୍ୱରେ ପଡିଛନ୍ତି।
ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହିଛନ୍ତି, ପୁରୀ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଜିଲାପାଳ ଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନେବେ। ୨୦ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ହେବ ବୋଲି ଆଶା କରୁଛୁ ା ରଥକାର୍ଯ୍ୟ କିନ୍ତୁ ଆଗେଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ପଛଘୁଞ୍ଚା ଦେଉଛି ଚାଇନା! LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

ନୂଆଦିଲ୍ଲୀ,୧୪।୯: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?