ଅଧୁରା କାର୍ଯ୍ୟର ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୩୦ା୧(ବି.ପ୍ର./ଡି.ଏନ.ଏ.) ସରକାରୀ କଳରୁ ବ୍ୟାପକ ଅନୁଦାନ ଭିତ୍ତିଭୂମି ବିକାଶ ନାଁରେ ଖର୍ଚ୍ଚ ହେଉଛି। ତେବେ ତଦାରଖ ଓ ଅନୁଧ୍ୟାନ କରାଯାଉ ନ ଥିବାରୁ କାର୍ଯ୍ୟଗୁଡିକ ଠିକ ଭାବେ ହେଉ ନାହିଁ। ଫଳରେ ଜନସାଧାରଣ ଏହାର ସୁବିଧା ପାଇ ପାରୁ ନାହାନ୍ତି। ଉନ୍ନୟନମୂଳକ କାର୍ଯ୍ୟଗୁଡିକ କେବଳ ଠିକାଦାରଙ୍କୁ ସୁହାଇଲା ଭଳି ହେଉଛି। ଏପରିକି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ବିଲ୍‌ ମଧ୍ୟ ପାସ ହୋଇ ଯାଉଛି। ଏହିଭଳି ଏକ ଚିତ୍ର ନବରଙ୍ଗପୁର ଜିଲା ତେନ୍ତୁଳିିଖୁଣ୍ଟିି ବ୍ଳକ ଅଞ୍ଚଳଗୁମ୍ମା ସଦର ମହକୁମ୍ମାଠାରେ ଦେଖିବାକୁ ମିଳିଛିି। ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ବୁଧବାର କ୍ଷେତ୍ର ପରିଦର୍ଶନ କରି ନିମ୍ନମାନର କାମକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି।
ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମ୍ମା ଗଁାରେ ଗୋଷ୍ଠୀ ପାଇଖାନା ନିର୍ମାଣ କରାଯାଇଛି। ତେବେ ତାହା ନିମ୍ନମାନର କରାଯାଇଛି। ଏପରିକି ଅଧା କାର୍ଯ୍ୟ ହୋଇ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବୁଧବାର ଉକ୍ତ ସ୍ଥାନକୁ ଯାଇ କାର୍ଯ୍ୟ ତଦାରଖ କରିଥିଲେ। ପାଇଖାନାର କବାଟ ଗୁଡିକ ବନ୍ଦ ହେଉନାହିଁ ା ମଳ ଯିବା ପାଇଁ ଟାଙ୍କିର ବ୍ୟବସ୍ଥା କରାଯାଇନାହିଁ। ଆଲୋକ ଓ ପାଣି ବ୍ୟବସ୍ଥା ନାହିଁ। ନିମ୍ନମାନର କାମ ହୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ନିର୍ମାଣଧିନ କାର୍ଯ୍ୟ ନିକଟରେ ଫଳକ ନାହିଁ। କେତେ ଟଙ୍କା ଅଟକଳ ରହିଛି ତାହା ମଧ୍ୟ ଉଲ୍ଲେଖ ନଥିବା ଦେଖି ପ୍ରକଳ୍ପ ନିର୍ଦ୍ଦେଶକ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଗୋଷ୍ଠୀ ପାଇଖାନା କିଭଳି ସାମୂହିକ କାର୍ଯ୍ୟରେ ଲାଗିବ ବୋଲି ପ୍ରଶ୍ନ କରିଥିଲେ। ଏହି କାର୍ଯ୍ୟର ବିଲ ପାସ ନ କରିବା ପାଇଁ କହିିଥିଲେ। ତେବେ ସାଥୀରେ ଯାଇଥିବା ସହକାରୀ ଯନ୍ତ୍ରୀ ଶାନ୍ତିଲତା ହେମ୍ବ୍ରମ ବିଲ ପୈଠ ହୋଇ ସାରିଥିବା କହିଥିଲେ। ତେବେ କିଭଳି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ କେଉଁଠୁ ଟଙ୍କା ଆସିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ନାୟକ ପ୍ରଶ୍ନ କରିଥିଲେ। ଏହା ପରେ ଆମ ଗାଁ ଆମ ବିକାଶରେ ହେଉଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପ୍ରକଳ୍ପ ନିର୍ଦ୍ଦେଶକ ଲୋକଙ୍କୁ ପଚାରି ବୁଝିଥିଲେ। ଅଞ୍ଚଳଗୁମ୍ମା ଠାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧିନ ପାଣିଟାଙ୍କିରୁ ଦିନେ ମଧ୍ୟ ଜନସାଧାରଣ ପାଣି ପାଇ ପାରିଲେ ନାହିଁ। ଯେଉଁ ଟାଙ୍କିକୁ ପାଣି ଉଠୁନାହିଁ ସେଥିରୁ ପିଇବା ପାଣି କିଭଳି ପାଇବେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ତେନ୍ତୁଳିଖୁଣ୍ଟିି ବ୍ଲକରେ ହେଉଥିବା ଅନେକ ଉନ୍ନୟନ ପ୍ରକଳ୍ପର ଅଟକଳ ଧାର୍ଯ୍ୟମୂଲ୍ୟ, ନାମଫଳକ, ପ୍ରକଳ୍ପର ନାମ ନଥାଇ କାର୍ଯ୍ୟ ହେଉଛି। ଫଳରେ ଜନସାଧାରଣ ପ୍ରକଳ୍ପ ସମ୍ପର୍କରେ ଜାଣି ପାରୁ ନାହାନ୍ତି ବୋଲି କହିଥିଲେ। କିଛି ରାଜନେତା ଓ ତାଙ୍କର ପାଖଲୋକ ବ୍ଲକ ପ୍ରଶାସନ ସହ ସଲାସୁତରା କରି ହାତ ଚିକ୍କଣ କରି ଚାଲିଛନ୍ତିି। ଏହା ଦ୍ୱାରା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଫସର ଫାଟି ଯାଉଛି ା ଏନେଇ ପଞ୍ଚାୟତିରାଜ ବିଭାଗ ସଚିବ ଗୁରୁତ୍ୱ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?