Posted inଖେଳ

ଅଧିନାୟକ କୋହଲିଙ୍କ ମାଇଲଷ୍ଟୋନ

ଇନ୍ଦୋର,୮।୧- ବିରାଟ କୋହଲି ଅଧିନାୟକ ଭାବେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ହଜାର ରନ୍‌ ପୂରଣ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ୩୦ ରନର ଅପରାଜିତ ଇନିଂସ ଖେଳିବା ଅବସରରେ କୋହଲି ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଅଧିନାୟକ ଭାବେ ଏକ ହଜାର ରନ୍‌ ପୂରଣ କରିବାରେ ସେ ବିଶ୍ୱର ୬ଷ୍ଠ ଓ ଦେଶର ଦ୍ୱିତୀୟ ଖେଳାଳି। ଏହି ଧାରାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କଠାରୁ ଆଗରେ ଅଛନ୍ତି। ଧୋନୀ ୭୨ ମ୍ୟାଚ୍‌ରେ ୩୭.୦୬ ହାରରେ ୧୧୧୨ ରନ୍‌ କରିଥିଲେ। କୋହଲି ମାତ୍ର ୩୨ ମ୍ୟାଚ୍‌ରେ ୧୦୦୬ ରନ୍‌ କରିଛନ୍ତି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ ଡୁପ୍ଲେସି ଶୀର୍ଷରେ ରହିଛନ୍ତି। ସେ ୪୦ ମ୍ୟାଚ୍‌ରୁ ୩୭.୪୪ ଆଭରେଜରେ ୧୨୭୩ ରନ୍‌ କରିଛନ୍ତି। ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଧୋନୀ। ତାଙ୍କ ପଛକୁ ନ୍ୟୁଜିଲାଣ୍ଡର କେନ ଓ୍ବିଲିୟମସନ (୩୯ ମ୍ୟାଚ୍‌ରେ ୧୦୮୩ ରନ୍‌), ଇଂଲଣ୍ଡର ଇଆନ ମୋର୍ଗାନ (୪୩ ମ୍ୟାଚ୍‌ରେ ୧୦୧୩ ରନ୍‌), କୋହଲି (୩୨ ମ୍ୟାଚ୍‌ରେ ୧୦୦୬ ରନ୍‌) ଓ ଆୟର୍ଲାଣ୍ଡର ଓ୍ବିଲିୟମ୍ସ ପୋଟରଫିଲ୍ଡ (୫୬ ମ୍ୟାଚ୍‌ରେ ୧୦୦୨ ରନ୍‌) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆ କପ୍‌ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ନଜର

ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଯଦିଓ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବ ତେବେ ୨୮ ତାରିଖରେ ହେବାକୁଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର...

ଭାରତୀୟ କ୍ରିକେଟ୍‌ ଦଳର ଏହି ସ୍ପିନରଙ୍କ ଭାବି-ସ୍ତ୍ରୀଙ୍କ ନୃତ୍ୟ ଭିଡିଓ ଭାଇରାଲ: ସୋସିଆଲ ମିଡିଆରେ ଚର୍ଚ୍ଚା

ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କର ନିକଟରେ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ ହୋଇଥିଲା। ଯଦିଓ ଧନଶ୍ରୀ ଜଣେ ଡାକ୍ତର, ସେ...

ଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଧୋନୀ

ନୂଆଦିଲ୍ଲୀ,୩୦।୮: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(ମାହି)ଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ଜାତୀୟ ଦଳରେ ସ୍ଥାନ ମିଳି ନାହିଁ।...

ବିସିସିଆଇ ଆପେକ୍ସ କାଉନସିଲ ବୈଠକ: ସେସନ କ୍ୟାଲେଣ୍ଡର, ଏଥିକ୍ସ ଅଫିସର ନିଯୁକ୍ତି ନେଇ ଆଲୋଚନା

ନୂଆଦିଲ୍ଲୀ,୧୬।୨(ପି.ଟି.)- ଏଠାରେ ରବିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦ୍ୱିତୀୟ ଆପେକ୍ସ କାଉନସିଲ ବୈଠକ ବସିବ। ଏଥିରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ।...

ଦୃଷ୍ଟିହୀନ କ୍ରିକେଟ, ଭାରତ ସିରିଜ ବିଜୟୀଅଜୟଙ୍କ ଦ୍ୱିଶତକ, ଦୁର୍ଗାଙ୍କ ଶତକ

ଭୁବନେଶ୍ୱର, ୨୩।୭(କ୍ରୀଡ଼ା ପ୍ରତିନିଧି)- କାରିବିୟନ ଗସ୍ତରେ ଥିବା ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଅଧିନାୟକ ଅଜୟ ରେଡ୍ଡୀଙ୍କ...

ଉଦ୍‌ଘାଟନୀ ଦିବସରେ ମୁମ୍ବାଇ-ଚେନ୍ନାଇ ମ୍ୟାଚ୍‌

ନୂଆଦିଲ୍ଲୀ,୧୬।୨(ପି.ଟି.)- ଗତ ସଂସ୍କରଣର ଫାଇନାଲ ଭଳି ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ୍‌ ଚେନ୍ନାଇ ସୁପର...

ଭାରତ ଆଗରେ ୨୭୪ ରନ୍‌ର ବିଜୟ ଲକ୍ଷ୍ୟ

ଅକ୍‌ଲାଣ୍ଡ,୮।୨- ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିବା ଭାରତୀୟ ଦଳକୁ ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ୨୭୪ ରନ୍‌ ଦରକାର। ଘରୋଇ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ପ୍ରଥମେ...

ପଶ୍ଚିମବଙ୍ଗ ଚାମ୍ପିୟନ, ଓଡ଼ିଶା ରନରଅପ୍‌

ଭୁବନେଶ୍ୱର, ୨୨ା୩(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଭାରତୀୟ ଅଡିଟ ଓ ଆକାଉଣ୍ଟ୍ସ ପୂର୍ବାଞ୍ଚଳ ହକି ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର କଳିଙ୍ଗ...

Advertisement
Archives

Model This Week