Posted inଖେଳ

ଅଧିନାୟକ କୋହଲିଙ୍କ ମାଇଲଷ୍ଟୋନ

ଇନ୍ଦୋର,୮।୧- ବିରାଟ କୋହଲି ଅଧିନାୟକ ଭାବେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ହଜାର ରନ୍‌ ପୂରଣ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ୩୦ ରନର ଅପରାଜିତ ଇନିଂସ ଖେଳିବା ଅବସରରେ କୋହଲି ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଅଧିନାୟକ ଭାବେ ଏକ ହଜାର ରନ୍‌ ପୂରଣ କରିବାରେ ସେ ବିଶ୍ୱର ୬ଷ୍ଠ ଓ ଦେଶର ଦ୍ୱିତୀୟ ଖେଳାଳି। ଏହି ଧାରାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କଠାରୁ ଆଗରେ ଅଛନ୍ତି। ଧୋନୀ ୭୨ ମ୍ୟାଚ୍‌ରେ ୩୭.୦୬ ହାରରେ ୧୧୧୨ ରନ୍‌ କରିଥିଲେ। କୋହଲି ମାତ୍ର ୩୨ ମ୍ୟାଚ୍‌ରେ ୧୦୦୬ ରନ୍‌ କରିଛନ୍ତି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ ଡୁପ୍ଲେସି ଶୀର୍ଷରେ ରହିଛନ୍ତି। ସେ ୪୦ ମ୍ୟାଚ୍‌ରୁ ୩୭.୪୪ ଆଭରେଜରେ ୧୨୭୩ ରନ୍‌ କରିଛନ୍ତି। ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଧୋନୀ। ତାଙ୍କ ପଛକୁ ନ୍ୟୁଜିଲାଣ୍ଡର କେନ ଓ୍ବିଲିୟମସନ (୩୯ ମ୍ୟାଚ୍‌ରେ ୧୦୮୩ ରନ୍‌), ଇଂଲଣ୍ଡର ଇଆନ ମୋର୍ଗାନ (୪୩ ମ୍ୟାଚ୍‌ରେ ୧୦୧୩ ରନ୍‌), କୋହଲି (୩୨ ମ୍ୟାଚ୍‌ରେ ୧୦୦୬ ରନ୍‌) ଓ ଆୟର୍ଲାଣ୍ଡର ଓ୍ବିଲିୟମ୍ସ ପୋଟରଫିଲ୍ଡ (୫୬ ମ୍ୟାଚ୍‌ରେ ୧୦୦୨ ରନ୍‌) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

ଗଞ୍ଜେଇ ମାମଲାରେ ଯୁବକଙ୍କୁ ମୋହନାରୁ ଗିରଫ କଲା ତାମିଲନାଡୁ ପୋଲିସ

ମୋହନା, ୨୮।୮ (ମନ୍ମଥ ମିଶ୍ର): ତାମିଲନାଡୁରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଓଡ଼ିଶାର ଗଜପତି ଜିଲାରେ ପହଞ୍ଚିଛି ତାମିଲନାଡୁ ପୋଲିସ। ଗଞ୍ଜେଇ ଚାଲାଣ ମାମଲାରେ ମୋହନା…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri