ଅଧା ଶଟର ଖୋଲି ପରସା ଯାଉଛି ଖାଦ୍ୟ  

ଅନୁଗୋଳ ଅଫିସ, ୮।୬- ଅନୁଗୋଳରେ କୋଭିଡ୍‌ କଟକଣା ମାନୁନାହାନ୍ତି କେତେଜଣ ବ୍ୟବସାୟୀ। ଏହାର ମାଳ ମାଳ ଉଦାହରଣ ଥିଲେ ବି ସୋମବାର ରାତିରେ ପୌରପାଳିକାର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଅମଲାପଡ଼ାର ଏକ ସାଉଥ୍‌ଇଣ୍ଡିଆନ ହୋଟେଲ ବ୍ୟବସାୟୀଙ୍କୁ ଧରିଛନ୍ତି। ଚଢ଼ାଉ ବେଳେ ଉକ୍ତ ହୋଟେଲରେ ନିୟମ ଉଲ୍ଲଂଘନ କରାଯାଇ କେତେଜଣ ଗ୍ରାହକଙ୍କୁ ଖାଦ୍ୟ ପରଷା ଯାଉଥିବା ନିର୍ବାହୀ ଅଧିକାରୀ ଦେଖିବାକୁ ପାଇଥିଲେ। ଏ ନେଇ ସେ ବ୍ୟବସାୟୀଙ୍କୁ ତାଗିଦ୍‌ କରିଥିଲେ। ତେବେ କେବଳ ଚେତାବନୀ ଦିଆଯାଇ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଛାଡ଼ି ଦିଆଯାଇଥିବାରୁ ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଅନୁଗୋଳ ଜିଲାରେ ଅପରାହ୍ନ ୫ଟା ଯାଏ ଦୋକାନ ବଜାର ଖୋଲାଯାଇପାରିବ ବୋଲି ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି। ଏଥିସହ ଜଳଖିଆ ଦୋକାନୀ କିମ୍ବା ହୋଟେଲ କେବଳ ପାର୍ସଲ ଦେଇପାରିବେ ବୋଲି ନିୟମ ରଖାଯାଇଛି। କିନ୍ତୁ ଅମଲାପଡ଼ାର ଉକ୍ତ ସାଉଥ୍‌ ଇଣ୍ଡିଆନ ହୋଟେଲରେ ରାତି ୭ଟା ପରେ ଗ୍ରାହକଙ୍କୁ ବସାଯାଇ ଖାଦ୍ୟ ପରସା ଯାଉଥିବା ଦେଖାଯାଇଥିଲା। ଅଧା ଶଟର ଖୋଲି ବ୍ୟବସାୟୀ ଜଣକ ଏହି ବେପାର କରୁଥିବା ବେଳେ କେହି ବି ମାସ୍କ ପିନ୍ଧି ନ ଥିବା ନିର୍ବାହୀ ଅଧିକାରୀ ଦେଖିବାକୁ ପାଇଥିଲେ। ପୂର୍ବରୁ ତାଗିଦ୍‌ କରାଯାଇଥିଲେ ନିର୍ଦ୍ଦେଶ କାହିଁକି ମାନୁ ନାହାନ୍ତି ବୋଲି ନିର୍ବାହୀ ଅଧିକାରୀ ପଚାରିବାରୁ ବ୍ୟବସାୟୀ ଜଣକ ଅନୁଗୋଳ ଥାନାରୁ ଅନୁମତି ଆଣିଥିବା କହିଥିଲେ। ସନ୍ଧ୍ୟା ୭ଟା ପରେ କିଭଳି ଦୋକାନ ଖୋଲା ରହିଲା ବୋଲି ନିର୍ବାହୀ ଅଧିକାରୀ ତାଗିଦ୍‌ କରିବାରୁ ବ୍ୟବସାୟୀ ଅନୁମତି ନ ଥିବା ସ୍ବୀକାର କରିଥିଲେ। ଏଣିକି ନିୟମ ଉଲ୍ଲଂଘନ ହେଲେ ଦୋକାନକୁ ସିଲ୍‌ କରାଯିବ ବୋଲି ନିର୍ବାହୀ ଅଧିକାରୀ ଚେତାବନୀ ଦେଇ ଫେରି ଯାଇଥିଲେ।
ଫଟୋ- ହୋଟେଲରେ ଲୋକଙ୍କୁ ବସାଇ ଖାଇବାକୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଣ୍ଡିପଦାରେ କାଳବୈଶାଖୀଭାଙ୍ଗିଲା ତୋରଣ, ବ୍ୟାପକ ଗଛ ନଷ୍ଟ

ଛେଣ୍ଡିପଦା,୨୭।୫(ସ୍ବ.ପ୍ର): ଛେଣ୍ଡିପଦା ବ୍ଲକ ସଦରମହକୁମାରେ କାଳବୈଶାଖୀ ପ୍ରଭାବରେ ସୋମବାର ଅପରାହ୍ନରେ ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ପବନ ହୋଇଥିଲା। ଏଥିରେ କେହି ଆହତ ହୋଇ ନ...

କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କଲେ ଶିଳ୍ପୀ

ଛେଣ୍ଡିପଦା,୧୪।୪(ସ୍ବ.ପ୍ର.)- କରୋନା ଯୋଦ୍ଧା ସାଜିଥିବା ରାଜ୍ୟ ପୋଲିସର ମନୋବଳ ବୃଦ୍ଧି ପାଇଁ ଛେଣ୍ଡିପଦା ବ୍ଲକ ଖମାର ଗ୍ରାମର ଶିଳ୍ପୀ ବୀରବର ବେହେରା ଓଡ଼ିଶା ପୋଲିସର ଏକ...

ମଦ ଜବତ, ୩ ଗିରଫ

ଆଠମଲ୍ଲିକ,୧୫।୧୦(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ଗତ ୨ଦିନ ମଧ୍ୟରେ ୩୧ ଲିଟର ଚୋରା ମହୁଲି ମଦ, ୨୦୦ କେଜି ପୋଚ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ...

ଅତ୍ୟାବଶ୍ୟକ ସମୟରେ ଅବହେଳା

ବଇଣ୍ଡା,୭ା୬:  ଗାଁ ଗାଁରେ ପଶି ସାରିଛି କୋଭିଡ୍‌ ସଂକ୍ରମଣ। ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ବଢ଼ୁଛି କଣ୍ଟେନମେଣ୍ଟ ଜୋନ୍‌। ମହାମାରୀର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ମାଡ଼ି...

ଜ୍ବାଇଁ ହତ୍ୟାକାରୀ ଶ୍ୱଶୁରଙ୍କୁ ଆଜୀବନ ଜେଲ

ଅନୁଗୋଳ, ୨୯ା୮ (ଅମିତ କୁମାର ସାମଲ): ଅନୁଗୋଳ ଅତିରିକ୍ତ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜ୍ୱାଇଁ ଜମେଶ୍ୱର...

ପୋଲ କାମ ସରୁନି, ନାଳରେ ପଶି ଯାତାୟାତ

ବଇଣ୍ଡା,୫।୯(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ମଇମୁରା ପଞ୍ଚାୟତ ମଇମୁରାଠାରୁ କଳଚିକଟାକୁ ସଂଯୋଗ ପାଇଁ ମଇମୁରାଠାରେ ନିର୍ମାଣ ହେଉଥିବା ପୋଲ କାର୍ଯ୍ୟ ସରୁନାହିଁ। ଫଳରେ...

ଭୁବନେଶ୍ୱର ଚାଲାଣ ବେଳେ ମଦ ଜବତ: ଡ୍ରାଇଭର, ବେପାରୀ ଅଟକ

ବନ୍ତଳା,୧୧।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର-ବନ୍ଦଣପଶି ରାସ୍ତାରେ ସୋମବାର ପୋଲିସ ଚଢ଼ାଉ କରି ୩୦୦ ଲିଟର ମଦ ଜବତ କରିଛି। ବେଆଇନ ମଦ...

ଥଇଥାନ ଦାବିରେ ଆନ୍ଦୋଳନ: ଦୋକାନ ବନ୍ଦ କଲେ ମାଛ, ମାଂସ ବିକ୍ରେତା ସଂଘ

ପାଲଲହଡା,୨୩।୧୧(ଡି.ଏନ.ଏ.) – ଥଇଥାନ ଦାବି କରିଥିବା ପାଲଲହଡ଼ା ଉପଖଣ୍ଡ ମାଛ, ମାଂସ ବିକ୍ରେତା ସଂଘ ପକ୍ଷରୁ ଶୁକ୍ରବାରଠାରୁ ଆନ୍ଦୋଳନ ଆରମ୍ଭ କରାଯାଇଛି। ସଂଘ ସୋମବାରଠାରୁ ଦୋକାନ...

Advertisement
Archives

Model This Week