ଅଧା ଶଟର ଖୋଲି ପରସା ଯାଉଛି ଖାଦ୍ୟ  

ଅନୁଗୋଳ ଅଫିସ, ୮।୬- ଅନୁଗୋଳରେ କୋଭିଡ୍‌ କଟକଣା ମାନୁନାହାନ୍ତି କେତେଜଣ ବ୍ୟବସାୟୀ। ଏହାର ମାଳ ମାଳ ଉଦାହରଣ ଥିଲେ ବି ସୋମବାର ରାତିରେ ପୌରପାଳିକାର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଅମଲାପଡ଼ାର ଏକ ସାଉଥ୍‌ଇଣ୍ଡିଆନ ହୋଟେଲ ବ୍ୟବସାୟୀଙ୍କୁ ଧରିଛନ୍ତି। ଚଢ଼ାଉ ବେଳେ ଉକ୍ତ ହୋଟେଲରେ ନିୟମ ଉଲ୍ଲଂଘନ କରାଯାଇ କେତେଜଣ ଗ୍ରାହକଙ୍କୁ ଖାଦ୍ୟ ପରଷା ଯାଉଥିବା ନିର୍ବାହୀ ଅଧିକାରୀ ଦେଖିବାକୁ ପାଇଥିଲେ। ଏ ନେଇ ସେ ବ୍ୟବସାୟୀଙ୍କୁ ତାଗିଦ୍‌ କରିଥିଲେ। ତେବେ କେବଳ ଚେତାବନୀ ଦିଆଯାଇ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଛାଡ଼ି ଦିଆଯାଇଥିବାରୁ ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଅନୁଗୋଳ ଜିଲାରେ ଅପରାହ୍ନ ୫ଟା ଯାଏ ଦୋକାନ ବଜାର ଖୋଲାଯାଇପାରିବ ବୋଲି ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି। ଏଥିସହ ଜଳଖିଆ ଦୋକାନୀ କିମ୍ବା ହୋଟେଲ କେବଳ ପାର୍ସଲ ଦେଇପାରିବେ ବୋଲି ନିୟମ ରଖାଯାଇଛି। କିନ୍ତୁ ଅମଲାପଡ଼ାର ଉକ୍ତ ସାଉଥ୍‌ ଇଣ୍ଡିଆନ ହୋଟେଲରେ ରାତି ୭ଟା ପରେ ଗ୍ରାହକଙ୍କୁ ବସାଯାଇ ଖାଦ୍ୟ ପରସା ଯାଉଥିବା ଦେଖାଯାଇଥିଲା। ଅଧା ଶଟର ଖୋଲି ବ୍ୟବସାୟୀ ଜଣକ ଏହି ବେପାର କରୁଥିବା ବେଳେ କେହି ବି ମାସ୍କ ପିନ୍ଧି ନ ଥିବା ନିର୍ବାହୀ ଅଧିକାରୀ ଦେଖିବାକୁ ପାଇଥିଲେ। ପୂର୍ବରୁ ତାଗିଦ୍‌ କରାଯାଇଥିଲେ ନିର୍ଦ୍ଦେଶ କାହିଁକି ମାନୁ ନାହାନ୍ତି ବୋଲି ନିର୍ବାହୀ ଅଧିକାରୀ ପଚାରିବାରୁ ବ୍ୟବସାୟୀ ଜଣକ ଅନୁଗୋଳ ଥାନାରୁ ଅନୁମତି ଆଣିଥିବା କହିଥିଲେ। ସନ୍ଧ୍ୟା ୭ଟା ପରେ କିଭଳି ଦୋକାନ ଖୋଲା ରହିଲା ବୋଲି ନିର୍ବାହୀ ଅଧିକାରୀ ତାଗିଦ୍‌ କରିବାରୁ ବ୍ୟବସାୟୀ ଅନୁମତି ନ ଥିବା ସ୍ବୀକାର କରିଥିଲେ। ଏଣିକି ନିୟମ ଉଲ୍ଲଂଘନ ହେଲେ ଦୋକାନକୁ ସିଲ୍‌ କରାଯିବ ବୋଲି ନିର୍ବାହୀ ଅଧିକାରୀ ଚେତାବନୀ ଦେଇ ଫେରି ଯାଇଥିଲେ।
ଫଟୋ- ହୋଟେଲରେ ଲୋକଙ୍କୁ ବସାଇ ଖାଇବାକୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri