Posted inବରଗଡ଼

ଅଧା ବାଟେ ଛାଡ଼ିଦେଲା ବସ୍‌: ହଟହଟା ହେଲେ ୨୩ ଶ୍ରମିକ

ବରଗଡ଼ ଅଫିସ୍‌,୮।୫-ଗଞ୍ଜାମ ଜିଲା ଭଞ୍ଜନଗରରୁ ବରଗଡ଼କୁ ଫେରୁଥିବା ଶ୍ରମିକଙ୍କୁ ହଟହଟା ହେବାକୁ ପଡ଼ିଛି। ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ୨୩ ଜଣ ଶ୍ରମିକଙ୍କୁ ବରଗଡ଼ ଜିଲା ପାଇକମାଲ ବ୍ଲକ କାଂସଡ଼ା ଅଞ୍ଚଳର ସେମାନଙ୍କ ଘରକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ବସ୍‌ଟି ଗୁରୁବାର ବିଳମ୍ବିତ ରାତିରେ ଅଧାବାଟେ ଅର୍ଥାତ୍‌ ଶ୍ରମିକଙ୍କ ଘରଠାରୁ ପ୍ରାୟ ଦେଢ଼ଶହ କି.ମି ଦୂର ବରପାଲିରେ ଓହ୍ଲାଇ ଦେଇ ଚାଲି ଯାଇଥିଲା। ଏହାପରେ ଶ୍ରମିକମାନେ ଚାଲିଚାଲି ବିଜେପୁର ଦେଇ ସେମାନଙ୍କ ଘରକୁ ଫେରୁଥିବା ଅର୍ଜୁନ ସାହୁ ନାମକ ଜଣେ ଯୁବକ ଦେଖିବାକୁ ପାଇଥିଲେ। ପରେ ସେ ଶ୍ରମିକମାନଙ୍କୁ ବିସ୍କୁଟ ଆଦି ଖାଇବାକୁ ଦେବା ସହିତ ଘଟଣା ସମ୍ପର୍କରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟଙ୍କୁ ସୂଚନା ଦେଇଥିଲେ। ଖବରପାଇ ବିଡିଓ ଘଟଣାସ୍ଥଳରେ ପହଞ୍ଚି ଏକ ସରକାରୀ ବସ୍‌ ଯୋଗେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ। ସାମାଜିକ କର୍ମୀ ଦିବସ କୁମାର ସାହୁ, କିରଟୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍‌ତା ତରେ ଜୀବନ୍‌ ଜିବ୍‌କା

ବରପାଲି, ୩।୨ (ଡି.ଏନ.ଏ)- ଧନୀନୁ ଗରିବ୍‌ ସଭେ ପେଟ୍‌ ପାଲବାର ଲାଗି ନାନା ଉପେ ପାଁଚୁଛନ୍‌। ଯାହାର ପଏସା କଉଡ଼ ଅଛେ ବେପାର ବନିଜ କରି...

ସୋହେଲା ହତ୍ୟା ମାମଲା : ଜଣେ ନାବାଳକଙ୍କ ସମେତ ୫ ଗିରଫ

ସୋହେଲା,୧୦।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲାଠାରେ ରାବଣ ପୋଡ଼ି ସମୟରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ସଂପୃକ୍ତ ପୋଲିସ ଜଣେ ନାବାଳକଙ୍କ ସମେତ ୫ ଜଣଙ୍କୁ ଗିରଫ...

ଧାନକିଣା ନୀତି, ଚାଉଳ କାଟ୍‌ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ବରଗଡ଼ ଅଫିସ,୧୬ା୨: ଧାନକିଣା ନୀତି ଓ ଚାଉଳ କାଟ୍‌ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ଗୁରୁବାର ବରଗଡ଼ ଗାନ୍ଧୀଛକରେ ବିଜେଡି ନେତା,...

ବରଗଡ଼ରେ ରାଜପଥକୁ ଓହ୍ଲାଇଲେ ଦିବ୍ୟାଙ୍ଗ

ବରଗଡ଼ ଅଫିସ,୧୮।୧୨: ବରଗଡ଼ ଜିଲାର ଦିବ୍ୟାଙ୍ଗମାନେ ବିଭିନ୍ନ ଦାବି ନେଇ ବୁଧବାର ବରଗଡ଼ ସହର ଉପକଣ୍ଠ ୬ନଂ. ଜାତୀୟ ରାଜପଥ ହଳଦୀପାଲୀ ବୀରଛକ ନିକଟରେ ରାସ୍ତା...

ପୋଲିସ ଭୟରେ ପଳାଉଥିବା ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବରଗଡ଼ ଅଫିସ୍‌,୮।୩: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ସାନ ପିପିଲିପାଲି ଗ୍ରାମରେ ରବିବାର ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୋଲିସ ଭୟରେ ଦୌଡ଼ି ପଳାଉଥିବା...

ଭିନ୍ନକ୍ଷମ ଝି’ର ଚିକିଛା ସାହାଯ୍‌ ଆଶ୍‌ରେ ଅଜୟ

ପାଇକମାଳ, ୨୨।୧୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ପାଇକମାଳ ବ୍ଲକ ମାଣ୍ଡିଆଢ଼ିପା ପଁଚେତ୍‌ କେନାବୁଦା ଗଁାର ଅଜୟ ସାହୁକଁର ଝି’ ସୌଦାମିନୀ ସାହୁ(୮)। ସେ ୧୦୦ ପରତିଶତ...

ପଦ୍ମପୁର ଉପନିର୍ବାଚନ: ଆଜି ପ୍ରଚାର ଶେଷ

ପଦ୍ମପୁର,୩।୧୨(ଡି.ଏନ.ଏ.): ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ପାଇଁ ଶନିବାର ଶେଷ ପ୍ରଚାର ଥିବା ବେଳେ...

ଗହଣା ଦୋକାନରେ ଜିଏସ୍‌ଟି ଚଢାଉ

ବରଗଡ଼ ଅଫିସ,୪।୧୦: ବରଗଡ଼ ସହରରେ ରହିଥିବା ଏକ ସୁନା ଗହଣା ଦୋକାନ ହରି ଜୁଏଲର୍ସରେ ସୋମବାର ଜିଏସ୍‌ଟି ଚଢାଉ ଚାଲିଛି। ଜିଏସ୍‌ଟିର ଏକ ୫ଜଣିଆ ଟିମ୍‌...

Advertisement
Archives

Model This Week