ଅଧାବାଟରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ

ଛେଣ୍ଡିପଦା,୨୧।୯(ସ୍ବ.ପ୍ର.): ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଅଧା ବାଟରେ ଖରାପ ହୋଇଗଲା। ଫଳରେ ଆମ୍ବୁଲାନ୍ସ ଭିତରେ ଦୀର୍ଘସମୟ ଧରି ଛଟପଟ ହେଲେ ରୋଗୀ। ସରକରୀ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ରୋଗୀଙ୍କ ସମ୍ପର୍କୀୟମାନେ ଏକ ଅଟୋ ଯୋଗେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆଠାରେ ସୋମବାର ଏଭଳି ଘଟଣା ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶ, ବାଗଡିଆ ମାହାର ସାହିର ପିଙ୍କି ମାହାର ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନାକୁ ନେଉଥିବାବେଳେ ବାଗଡିଆ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଆମ୍ବୁଲାନ୍ସଟି ଖରାପ ହୋଇଯାଇଥିଲା। ରୋଗୀଜଣଙ୍କ କଷ୍ଟ ପାଉଥିଲେ ମଧ୍ୟ ଏ ନେଇ ୧୦୮ ଆମ୍ବୁଲାନ୍ସ ପକ୍ଷରୁ କୌଣସି ତ୍ୱରିତ ପଦକ୍ଷେପ ନିଆଯାଇ ନ ଥିଲା। ଖବରପାଇ ପ୍ରାୟ ଅଧ ଘଣ୍ଟା ପରେ ରୋଗୀଙ୍କ ସମ୍ପର୍କୀୟ ବଜାରରୁ ଏକ ଅଟୋ ବୁଝି ସେଠାରେ ପହଞ୍ଚିବା ସହ ସେଥିରେ ରୋଗୀଙ୍କୁ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ଘଟଣା ଜଣାପଡ଼ିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୧୦୮ ଆମ୍ବୁଲାନ୍ସର ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି କରାଯାଉ ନ ଥିବା ଯୋଗୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଓ ରୋଗୀମାନେ ହଇରାଣ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରମପୁରରେ କଣ୍ଟେନମେଣ୍ଟ ଅବଧି ବଢିଲା

ସଜନାଗଡ଼, ୨୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଧରମପୁର ପଞ୍ଚାୟତରେ ଗତ ୨୦ ତାରିଖରେ ଜଣେ ୨ବର୍ଷର ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ...

ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ, ଜିଲାବାସୀ ଆତଙ୍କିତ

ବୌଦ୍ଧ, ୪ା୫ (ସ୍ବ.ପ୍ର.) ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ...

୩ ଇଞ୍ଜେକ୍ସନ ଦେବାରୁ ୨ ମାସର ଶିଶୁ ମୃତ

ଦଶମନ୍ତପୁର, ୨୭।୧୦(ଡି.ଏନ.ଏ.): ଏକା ସାଙ୍ଗରେ ୩ଟି ଇଞ୍ଜେକ୍ସନ ଦେବାରୁ ଏକ ୨ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ପରିବାର...

ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦକୁ ବିରୋଧ: ବାଲେଶ୍ୱର ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଲୋକେ

ବାହାନଗା,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକର କଳାମାଟିଆ ପାହିରେ ଥିବା ସମୁଦ୍ର ଆଖିରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦ...

ମହିଳା ଏଏସ୍‌ଆଇଙ୍କୁ ହତ୍ୟା ଉଦ୍ୟମ, ଗିରଫ ହେଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୨୧ା୫: ଜଣେ ମହିଳା ଏଏସ୍‌ଆଇଙ୍କୁ ନିର୍ଯାତନା ଦେବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ବଜାର ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି।...

ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ ରଥ

ପୁରୀ ଅଫିସ,୧।୭-ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିଛନ୍ତି ତିନିଠାକୁର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ଶେଷ...

ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା: ରେମଣ୍ଡା ଗାଲର୍‌ସ ହାଇସ୍କୁଲ ପ୍ରଥମ

ସୋନପୁର,୮।୮(ନି.ପ୍ର): ସୁବର୍ଣ୍ଣପୁରରେ ପଶ୍ଚିମ ଓଡିଶା ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ମହାରାଜା ହାଇସ୍କୁଲ ଶତବାର୍ଷିକୀ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ...

ପର୍ଯ୍ୟଟନର ସହର ସମ୍ବଲପୁର

ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ତ ଅନେକ ଦର୍ଶନୀୟ ସ୍ଥାନ ରହିଛି, ହେଲେ ତନ୍ମଧ୍ୟରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ, ଚିପିଲିମାର ମା’ ଘଣ୍ଟେଶ୍ୱରୀ ଓ...

Advertisement
Archives

Model This Week