ଅଧାପନ୍ତରିଆ ପ୍ରକଳ୍ପ ସାରିବାକୁ ନାହିଁ ଆନ୍ତରିକତା

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୧୪-୧:ଯାଜପୁର ଜିଲାର ଜଳ, ଖଣିଜ ସମ୍ପଦ, ପରିବହନ, ଶିଳ୍ପ ପ୍ରଭୃତି କ୍ଷେତ୍ରରୁ ବାର୍ଷିକ କୋଟିକୋଟି ଟଙ୍କାର ରାଜସ୍ବ ଆଦାୟ ହେଉଛି। କିନ୍ତୁ ଲୋକେ ଯାହା ଆଶା କରିଥିଲେ ସେମାନଙ୍କୁ ତାହା ମିଳିପାରି ନାହିଁ। ସାମାଜିକ ଦାୟିତ୍ୱବୋଧକୁ ଜିଲାର ନିର୍ବାଚିତ ପ୍ରତିନିଧିମାନେ ଭୁଲି ଯାଇଥିବାରୁ ଆଜି ବି ବରୀ, ବିଞ୍ଝାରପୁର, ଦଶରଥପୁର, ଯାଜପୁର ଓ ବଡଚଣା ବ୍ଲକର ଜନସାଧାରଣ ବନ୍ୟାଦାଉରୁ ମୁକୁଳି ପାରିନାହାନ୍ତି। ବିଶେଷ କରି ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା, କେଲୁଅ ଘେରି ନଦୀବନ୍ଧ ଦୀର୍ଘ ୯ବର୍ଷ ହେଲା ଅଧାପନ୍ତରିଆ ହୋଇପଡିଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହିଭଳି ଅନେକ ସମସ୍ୟାର ସମାଧାନ କରିବାକୁ ଜନପ୍ରତିନିଧିମାନେ ଚାହଁୁ ନ ଥିବା ଅଭିଯୋଗ ହେଉଛି। ଯଦ୍ଦ୍ବାରା ନିର୍ବାଚିତ ପ୍ରତିନିଧିମାନେ ପ୍ରତିବର୍ଷ ବନ୍ୟା ପ୍ରଭାବିତଙ୍କୁ ଆଶା ଦେଖାଇ ଭୋଟବ୍ୟାଙ୍କ ହାତେଇବା ସହିତ ବନ୍ୟା ବିପତ୍ତି ନାମରେ ଅନୁଦାନ ଆଣି ଠିକାଦାର ପୋଷିବାକୁ ଯୋଜନା କରୁଛନ୍ତି ବୋଲି ମତପ୍ରକାଶ ପାଇଛି।
ଯେ, ୨୦୧୧-୧୨ ଆର୍ଥିକ ବର୍ଷରେ ଧର୍ମଶାଳା ବ୍ଲକ ବାରବାଟୀରୁ ବରୀ ବ୍ଲକ ଗମୁ ପର୍ଯ୍ୟନ୍ତ ୮୪ କି.ମି. ଘେରିବନ୍ଧ କରିବାକୁ କେନ୍ଦ୍ର ସରକାର ୭୨କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କର ୧୦ ପ୍ରତିଶତ ଅନୁଦାନ ମଧ୍ୟ ରହିଛି। ଦୀର୍ଘ ୮ବର୍ଷ ହେଲା ଜମି ଅଧିଗ୍ରହଣ ବାବଦରେ ୪କୋଟି ୩୬ଲକ୍ଷ ୯୨ ହଜାର ୩୬୦ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ସେଥିରୁ ୧କୋଟି ଟଙ୍କା କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଦାନ କରାଯାଇଥିବାବେଳେ ବାକି ଟଙ୍କା ରାଜସ୍ବ ବିଭାଗ ଖାତାରେ ପଡିରହିଛି। ପ୍ରତିବର୍ଷ ଏହି ପ୍ରକଳ୍ପର ବ୍ୟୟ ଅଟକଳ ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ଭୋଟବ୍ୟାଙ୍କ ଓ ଠିକାଦାର ପୋଷା ଅନୁଦାନ ଆସୁଥିବାରୁ କୌଣସି ଜନପ୍ରତିନିଧି ମୁଣ୍ଡ ଖେଳାଉ ନାହାନ୍ତି କିମ୍ବା ବିଧାନସଭାରେ ପ୍ରଶ୍ନଟିଏ ବି କରୁନାହାନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଜିଲାର ରସୁଲପୁର, ବରୀ, ଧର୍ମଶାଳା ଓ ଯାଜପୁର ଜିଲାର ନଦୀକୂଳିଆବାସୀ ସବୁଦିନ ପାଇଁ ବନ୍ୟାଦାଉରୁ ମୁକ୍ତି ପାଇପାରିବେ ବୋଲି ଯୋଜନା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ୪ବ୍ଲକର ପ୍ରାୟ ଦେଢ ୫ଲକ୍ଷ ଲୋକ ପ୍ରତିବର୍ଷ ବନ୍ୟା ବିତ୍ପାତର ଶିକାର ହୋଇଆସୁଛନ୍ତି। ୨୦୧୯ ଜୁନ୍‌ ଶେଷ ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଆବଣ୍ଟିତ ଅନୁଦାନ ବଣ୍ଟନ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ଜିଲା ପ୍ରଶାସନ କ’ଣ ପାଇଁ ଏହି ଅର୍ଥକୁ ଅଟକାଇ ରଖିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ବ୍ରାହ୍ମଣୀ, ବିରୁପା, କେଲୁଅ ସୁରକ୍ଷା ପରିଷଦ ପକ୍ଷରୁ ତହସିଲ ପ୍ରଶାସନ ଉକ୍ତ ଟଙ୍କାକୁ ତୁରନ୍ତ ବଣ୍ଟନ ନ କଲେ ଆଇନ୍‌ ଅମାନ୍ୟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଉଛି। ଏଥିରେ ମଧ୍ୟ ସରକାରଙ୍କ ଚେତା ପଶୁନି। ୨୨ା୬ା୨୦୧୯ରେ ଜିଲାପାଳଙ୍କ ପତ୍ରସଂଖ୍ୟା ୨୯୫ରେ ବରୀ ତହସିଲଦାରଙ୍କୁ ଜମିଅଧିଗ୍ରହଣ ବାବଦରେ ହିତାଧିକାରୀଙ୍କ ମଧ୍ୟରେ ଜମାଥିବା ଟଙ୍କା ବାଣ୍ଟି ଦେବାକୁ ନିର୍ଦ୍ଦେଶ ହୋଇଥିଲା। ଏହି ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଜମି ଅଧିଗ୍ରହଣ ବାବଦରେ ନିଳାପଦା, ଚନ୍ଦନପୁର, ମୀର୍ଜାପୁର, କଳାଖଣ୍ଡ, ମାଟିଆପଡ଼ା, ଶେରପୁର, ଗମୁ, ଅରୁଆଳ, ସାହୁପଡ଼ା ଆଦି ଗ୍ରାମର ହିତାଧିକାରୀ ପ୍ରାପ୍ୟ ପାଇବା ପାଇଁ ବରୀ ତହସିଲକୁ ବାରମ୍ବାର ଦୌଡ଼ି ନିରାଶ ହେବାକୁ ପଡୁଛି। ଏ ସଂକ୍ରାନ୍ତରେ ଜାରକା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ବାମାପ୍ରସାଦ ବିଶ୍ୱାଳଙ୍କୁ ପଚାରିବାରେ, ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଖୁବଶୀଘ୍ର କାର୍ଯ୍ୟ ପୁଣି ଆରମ୍ଭ ହେବ ଏବଂ ଆସନ୍ତା ବର୍ଷା ଋତୁ ପୂର୍ବରୁ ଶେଷ କରିବାକୁ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri