ଅଧାପନ୍ତରିଆ ଅବସ୍ଥାରେ ୧୮ ପ୍ରକଳ୍ପ

ବନ୍ତ, ୨୨।୭ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକରେ ଦିଗହରା ହୋଇପଡ଼ିଛି ଗ୍ରାମ୍ୟ ଜଳ ଯୋଗାଣ ଯୋଜନା। ସରକାରଙ୍କ ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ସ୍ବଚ୍ଛ ପାନୀୟଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଯୋଜନା କିନ୍ତୁ ଫେଲ୍‌ ମାରିଥିବା ଦେଖିବାକୁ ମିଳିଛି। ବ୍ଲକର ୨୫ ପଞ୍ଚାୟତରେ ମୋଟ ୩୮ଟି ପ୍ରକଳ୍ପ ମଞ୍ଜୁର ହୋଇଥିବା ଜଣାପଡ଼ିଛି। ୨୦୧୩-୧୪ ଓ ୨୦୧୪-୧୫ରୁ ଅଧିକାଂଶ ପ୍ରକଳ୍ପ ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ସରକାରୀ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ମାତ୍ର ୨୦ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୧୮ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିଥିବା ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି।
ପଞ୍ଚାୟତର ସମସ୍ତ ଗ୍ରାମକୁ ପାଇପ୍‌ ସଂଯୋଗ କରାଯାଇ ପ୍ରତି ପରିବାରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ସକାଶେ ଏହି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୧୬ ସୁଦ୍ଧା ସମସ୍ତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଥିଲା। ଧାର୍ଯ୍ୟ ସମୟ ଯାଇ ୩ ବର୍ଷ ବିତିଗଲାଣି। କାର୍ଯ୍ୟ କରୁଥିବା ଏଜେନ୍ସି ଧାର୍ଯ୍ୟ ସମୟରେ କାମ ଶେଷ କରୁ ନ ଥିବାରୁ ଯୋଜନାର ଉଦ୍ଦେଶ୍ୟ ସାଧିତ ହୋଇପାରୁ ନ ଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଅଣିଜୋରେ ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରକଳ୍ପ ମଞ୍ଜୁର ହୋଇଥିଲା। ୨୦୧୪ ଜୁନ ୧୦ରେ କାମ ଆରମ୍ଭ କରାଯାଇ ୨୦୧୫ ଜୁଲାଇ ୧୦ରେ କାର୍ଯ୍ୟ ସାରିବାର ଥିଲା। ଅଦ୍ୟାବଧି ୧୫ ଲକ୍ଷ ୭୮ ହଜାର ୧୨୦ ଟଙ୍କା ଖର୍ଚ୍ଚ ସରିଥିଲେ ବି କାର୍ଯ୍ୟ ଶେଷ ହୋଇପାରି ନାହିଁ। ସେହିପରି ଓଡଙ୍ଗ ପଞ୍ଚାୟତ ସରମରାରେ ୨୦୧୪-୧୫ରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ୨୦୧୫ ଜୁନ ୩୦ରେ କାର୍ଯ୍ୟ ଶେଷ ହେବାର ଥିଲା। ଏପର୍ଯ୍ୟନ୍ତ ୨୦ ଲକ୍ଷ ୬୭ ହଜାର ୫୩୬ ଟଙ୍କା ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ କାର୍ଯ୍ୟ ସରିପାରି ନାହିଁ। ୨୦୧୪-୧୫ରେ ମଞ୍ଜୁର ହୋଇଥିବା ଆପଣ୍ଡା, ଗୋପାଳପୁର, ତରାଗୋ, ରାଉତରାପୁର, ଅଳଉତି ପ୍ରକଳ୍ପର ଅନୁରୂପ ଅବସ୍ଥା। ୨୦୧୩-୧୪ରେ ମଞ୍ଜୁର ହୋଇଥିବା ଗୋପୀନାଥପୁର, ଦଣ୍ଡୋ, ରାମକୃଷ୍ଣପୁର, ରାମପୁର, ତୋଡଗଁା ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଶେଷ ହୋଇପାରି ନାହିଁ। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି, ପ୍ରକଳ୍ପ କାମ କରୁଥିବା ଏଜେନ୍ସି ମନ୍ଥର ଗତିିରେ କାର୍ଯ୍ୟ କରୁଥିବାରୁ ଏପରି ବିଳମ୍ବ ହେଉଛି। ଏଗ୍ରିମେଣ୍ଟ ଅନୁସାରେ ସେମାନେ ୧୧ ମାସ ଭିତରେ କାମ ସାରିବା କଥା। ବେଶିହେଲେ ୬ ମାସ ସମୟ ନେଇପାରିବେ। ରାଉତରାପୁର ଓ ଗୋପୀନାଥପୁର ୨ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଆସିଲାଣି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମାହିତା ସେଣ୍ଟର ଉଦ୍‌ଘାଟିତ୍‌, ଉପକୃତ ହେବେ ଦିବ୍ୟାଙ୍ଗ, ଗ୍ରାମବାସୀ

କୋରାପୁଟ,୧୨।୧୧(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ‘ସମାହିତା’ ପ୍ରକଳ୍ପ ଅଧୀନରେ ରିସୋର୍ସ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ୟୁରୋପୀୟ ୟୁନିୟନ ସହଯୋଗରେ…

୧୬ଟି ଛକା, ୩୦୩ ରନ… ଅଣ୍ଡର-୧୯ ଏସିଆ କପରେ ରନର ପାହାଡ଼ ଠିଆ କଲେ ଜୁନିୟର ସେହୱାଗ

ନୂଆଦିଲ୍ଲୀ,୧୨।୧୧: ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରି, ଭାରତ ୨୦୨୬ ଅଣ୍ଡର-୧୯ ଏସିଆ କପର ଟାଇଟଲ ଜିତିବା ଠାରୁ ମାତ୍ର ଗୋଟିଏ…

ପରାଶର ଜନଜାତି ଭେଷଜ ଉଦ୍ଭିଦ ଉଦ୍ୟାନ ଉଦ୍‌ଘାଟିତ: ୩୦୦ରୁ ଅଧିକ ଔଷଧୀୟ ଉଦ୍ଭିଦ ସ୍ଥାନ ପାଇଲା

କୋରାପୁଟ/ସୁନାବେଡ଼ା,୧୨।୧୧(ଅମିତାଭ ବେହେରା/କୃତିବାସ ପ୍ରଧାନ): ଜନଜାତିଙ୍କ ପାରମ୍ପରିକ ଚିକିତ୍ସା ଜ୍ଞାନର ସଂରକ୍ଷଣ ଓ ଜୀବିକାର ବିକାଶ ଲକ୍ଷ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ଏକ ପ୍ରକଳ୍ପ ଆରମ୍ଭ…

ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ତଦାରଖ କଲେ ରାଜ୍ୟ ପର୍ଯ୍ୟବେକ୍ଷକ

ଛତ୍ରପୁର,୧୨ା୧୧(ଦିଲ୍ଲୀପ ସାମଲ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଗଞ୍ଜାମ ଜିଲାର ରାଜ୍ୟ ପର୍ଯ୍ୟବେକ୍ଷକ ଚିନ୍ମୟୀ ବିଶ୍ୱାଳ ଜିଲାରେ ଚାଲିଥିବା ଘରକୁ…

ଆଫଗାନିସ୍ତାନକୁ ହରାଇ ଫାଇନାଲ୍‌ରେ ଭାରତ; ଟାଇଟଲ୍‌ ଲଢ଼େଇରେ ପାକିସ୍ତାନ ସହ ମହାମୁକାବିଲା

ନୂଆଦିଲ୍ଲୀ, ୧୨।୧୧: ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଭାରତ ଏଥିରେ ଚମତ୍କାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ…

ଟେକ୍‌-ଅଫ୍‌ ବେଳେ ରନ୍‌ୱେରୁ ଖସିଲା ହେଲିକପ୍ଟର, ମହିଳା ପାଇଲଟ୍‌…

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରର ସୋଲାପୁର ବିମାନବନ୍ଦରରେ ଗୁରୁବାର ଏକ ଅଘଟଣ ଘଟିଛି । ଉଡ଼ାଣ ଭରିବା ସମୟରେ ଏକ ଟ୍ରେନିଂ ବିମାନ ରନ୍‌ୱେରୁ ଖସିଯାଇଛି । ଜଣେ ମହିଳା…

୨୦ ଫୁଟ୍‌ର ଜୀବନ୍ତ ଅଜଗର ପିଠିରେ ପିଲାଙ୍କ ଖେଳ! ସାପକୁ ସ୍ଲାଇଡ୍‌ କରି ମଜା ନେଲେ ଶିଶୁ, ଭିଡିଓ ଭାଇରାଲ୍‌

ସୋସିଆଲ୍‌ ମିଡିଆରେ ଏବେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ଇଣ୍ଡୋନେସିଆର ବୋଲି ଦାବି କରାଯାଉଛି । ଏଥିରେ କିଛି ପିଲା…

ଅଣ୍ଡର-୧୯ ଏସିଆ କପ: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ପାକିସ୍ତାନ; ଭାରତ ସହ ହୋଇପାରେ…

ନୂଆଦିଲ୍ଲୀ,୧୨।୧୧: ଅଣ୍ଡର-୧୯ ଏସିଆ କପର ପ୍ରଥମ ଫାଇନାଲିଷ୍ଟ (ଅନ୍ତିମ ପର୍ଯ୍ୟାୟକୁ ଯାଇଥିବା ଦଳ) ସ୍ଥିର ହୋଇଯାଇଛି। ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଚଳିତ ଚାମ୍ପିୟନ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?