Posted inଜାତୀୟ

ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୭।୧: ବଲିଉଡ୍‌ ଗାୟକ ଅଦନାନ ସାମିଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହା ‘ଏନ୍‌ଆର୍‌ସିର ମ୍ୟାଜିକ୍‌ ଏବଂ ସରକାରଙ୍କ ଚାମ୍‌ଚାଗିରି’ ବୋଲି କଂଗ୍ରେସ ମୁଖପାତ୍ର ଜୟବୀର ଶେରଗେଲ କହିଛନ୍ତି। ଅଦନାନଙ୍କ ବାପା ଜଣେ ପାକିସ୍ତାନ ବାୟୁସେନା ଅଧିକାରୀ। ସେ ଭାରତ ବିପକ୍ଷରେ ଯୁଦ୍ଧ ଲଢ଼ିଛନ୍ତି। ତାଙ୍କ ପୁଅକୁ କେଉଁ ଆଧାରରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ କାର୍‌ଗିଲ ଯୁଦ୍ଧର ସେନା ଅଧିକାରୀ ମହମ୍ମଦ ସନାଉଲ୍ଲା ଆସାମ ଏନ୍‌ଆରସି ତାଲିକାରୁ ବାଦ୍‌ ପଡ଼ିଥିବାକୁ ନେଇ ସେ କହିଛନ୍ତି ଯେ, ଯିଏ ଦେଶ ପାଇଁ କାମ କରିଛି ତାଙ୍କୁ ସରକାର ଦେଶର ନାଗରିକ ଭାବେ ଗ୍ରହଣ କରୁନାହାନ୍ତି। ଅଥଚ ଯିଏ ଭାରତ ବିରୋଧରେ ଯୁଦ୍ଧ ଲଢ଼ିଛନ୍ତି, ତାଙ୍କ ପୁଅକୁ ପଦ୍ମଶ୍ରୀ ଦିଆଯାଉଛି ବୋଲି ଜୟବୀର କହିଛନ୍ତି। ଅଦନାନଙ୍କ ବାପା ପାକିସ୍ତାନର ହୋଇଥିବାବେଳେ ସେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ। ୨୦୧୫ରେ ଅଦନାନ ଭାରତର ନାଗରିକତ୍ୱ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଚଳିତବର୍ଷ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଚିକିତ୍ସାର ଭିତିରି କଥା: ଅଗ୍ନିକାଣ୍ଡ ପରେ ସତ୍ୟ ପାଇଲା ପ୍ରକାଶ

ହାଇଦ୍ରାବାଦ୍‌, ୧୧।୮: ତିନି ଦିନ ତଳେ ବିଜୟଓ୍ବାଡ଼ାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ହୋଟେଲକୁ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ୪ ବ୍ୟବସାୟୀଙ୍କ ଘରେ ଏନ୍‌ଆଇଏ ଚଢ଼ାଉ

ଶ୍ରୀନଗର,୨୮।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଜମ୍ମୁ-କଶ୍ମୀରର ରବିବାର ୪ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଛି। ଏନ୍‌ଆଇଏ ପକ୍ଷରୁ ଉତ୍ତର କଶ୍ମୀରର ବାରମୁଳା ଜିଲାରେ ଏହି...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ...

ଓଡ଼ିଶାର ଏମ୍‌ପି, ବିଧାୟକଙ୍କ ନାମରେ ୩୨୩ ମାମଲା ବିଚାରାଧୀନ

ନୂଆଦିଲ୍ଲୀ,୧୫ା୯:ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ମାମଲା ୫ ବର୍ଷରୁ ଊର୍ଦ୍ଧ୍ୱ ବିଚାରାଧୀନ ରହିବାରେ ଦେଶର ଶୀର୍ଷ ୩ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଏହି ରାଜ୍ୟରେ...

ଜାତୀୟ ପୁରୁଷ ଆୟୋଗ ଗଠନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୭ : ଘରୋଇ ହିଂସାର ଶିକାର ହୋଇଥିବା ବିବାହିତ ପୁରୁଷଙ୍କ ଦ୍ୱାରା ଆତ୍ମହତ୍ୟା ମାମଲାର ସମାଧାନ ପାଇଁ ନିର୍ଦ୍ଦେଶନାମା ମାଗୁଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।...

ମୃତବ୍ୟକ୍ତିର ଫଟୋ ନେଉଥିଲେ ଫଟୋଗ୍ରାଫର, ତା’ପରେ ଏମିତି ଘଟିଲା

ଥିରୁଭାନନ୍ତପୁରମ୍‌,୧୫।୭:କେରଳର ଏର୍ନାକୁଲମ ଜିଲାରେ ଏକ ହସ୍ପିଟାଲ ବାହାରେ ପୋଷ୍ଟମର୍ଟମ ପାଇଁ ରଖାଯାଇଥିବା ମୃତବ୍ୟକ୍ତିର ଫଟୋ ନେଉଥିଲେ ଜଣେ ଫଟୋଗ୍ରାଫର। ଅଚାନକ ଏକ ସ୍ବର ଆସିଥିଲା। ଫଟୋଗ୍ରାଫର...

ଶ୍ରୀନଗର ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଆହତ

ଜମ୍ମୁ,୧୨ ।୯: ଶ୍ରୀନଗରର ଖାନୟାର ଅଞ୍ଚଳରେ ରବିବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ପୋଲିସ ଟିମ୍‌କୁ ଟାର୍ଗେଟ କରି ଏମାନେ ଆକ୍ରମଣ କରିଥିବା ବେଳେ ଜଣେ...

ତାଜମହଲ ସୌନ୍ଦର୍ଯ୍ୟକୁ ଗର୍ଲଫ୍ରେଣ୍ଡଙ୍କ ସହ ଉପଭୋଗ କଲେ ଆମାଜନ୍‌ ସିଇଓ

ଆଗ୍ରା,୨୨।୧: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ଇ-କମର୍ସ କମ୍ପାନୀ ଆମାଜନ୍‌ର ସିଇଓ ଜେଫ୍‌ ବେଜୋସ୍‌ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ...

Advertisement
Archives

Model This Week