Posted inଖେଳ

ଅତୁଟ ରହିବ ସଚିନଙ୍କ ଗୋଟିଏ ରେକର୍ଡ: ସେହ୍ବାଗ

ନୂଆଦିଲ୍ଲୀ- ୨୨।୮- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ କ୍ୟାରିୟରରେ ଅନେକ ରେକର୍ଡ ପ୍ରତିଷ୍ଠା କରିଯାଇଛନ୍ତି। ତେବେ ଲିଟିଲ ମାଷ୍ଟରଙ୍କ ଏକ ରେକର୍ଡ କ୍ରିକେଟ୍‌ ଜଗତରେ ସର୍ବଦା ଅତୁଟ ରହିବ ବୋଲି ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଦୃଢ଼ତାର ସହ କହିଛନ୍ତି। ଏକ କାର୍ଯ୍ୟକ୍ରମ ଅବସରରେ ସେହ୍ବାଗ କହିଛନ୍ତି, ଭାରତୀୟ ଦଳର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଦମ୍‌ଦାର ପ୍ରଦର୍ଶନ ବଳରେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ ମେଶିନ ଭଳି ରନ୍‌ ସଂଗ୍ରହ କରିଚାଲିଛନ୍ତି। ଏହି ଅବସରରେ ସଚିନଙ୍କ ଅନେକ ରେକର୍ଡ ମଧ୍ୟ କୋହଲି ଭଙ୍ଗ କରିସାରିଛନ୍ତି। ଯଦି କୋହଲି ଏହି ଧାରାରେ ବ୍ୟାଟିଂ ଜାରି ରଖନ୍ତି ତେବେ ସଚିନଙ୍କ ନାମରେ ରହିଥିବା ଦିନିକିଆ ଓ ଟେଷ୍ଟରେ ସର୍ବାଧିକ ଶତକ ରେକର୍ଡ ସହ ସର୍ବାଧିକ ରନ୍‌କୁ ଖୁବ୍‌ ଶୀଘ୍ର ଟପିଯିବେ। କିନ୍ତୁ ସଚିନଙ୍କ ଗୋଟିଏ ରେକର୍ଡକୁ କୋହଲିଙ୍କ ସହ କେହି ମଧ୍ୟ ଭଙ୍ଗ କରିପାରିବେ ନାହିଁ’ ବୋଲି ନଜଫଗଡ଼ର ନଓ୍ବାବ ଭାବେ ପରିଚିତ ସେହ୍ବାଗ କହିଛନ୍ତି। ‘ଏହା ହେଉଛି ସଚିନଙ୍କ ନାମରେ ରହିଥିବା ସର୍ବାଧିକ ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିବାର ରେକର୍ଡ। ମୁଁ ଭାବୁଛି କେହି ଜଣେ ୨୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ ଖେଳି ସଚିନଙ୍କ ଏହି ରେକର୍ଡକୁ ଭାଙ୍ଗିପାରିବ’ ବୋଲି ଏହି କାର୍ଯ୍ୟକ୍ରମ ଅବସରରେ ୪୦ ବର୍ଷୀୟ ସେହ୍ବାଗ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦ ଟେଷ୍ଟରୁ ସଚିନ ୫୧ ଶତକ ସହାୟତାରେ ୧୫୯୨୧ ରନ୍‌ ଏବଂ ୪୬୩ ଦିନିକିଆରେ ୪୯ ଶତକ ସହ ୧୮୪୨୬ ରନ୍‌ କରିଛନ୍ତି। ଅପରପକ୍ଷରେ କୋହଲି ୭୭ ଟେଷ୍ଟରୁ ୨୫ ଶତକ ସହାୟତାରେ ୬୬୧୩ ରନ ଏବଂ ୨୩୯ ଦିନିକିଆରୁ ୪୩ ଶତକ ବଳରେ ୧୧୫୨୦ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri