Posted inଖେଳ

ଅତୁଟ ରହିବ ସଚିନଙ୍କ ଗୋଟିଏ ରେକର୍ଡ: ସେହ୍ବାଗ

ନୂଆଦିଲ୍ଲୀ- ୨୨।୮- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ କ୍ୟାରିୟରରେ ଅନେକ ରେକର୍ଡ ପ୍ରତିଷ୍ଠା କରିଯାଇଛନ୍ତି। ତେବେ ଲିଟିଲ ମାଷ୍ଟରଙ୍କ ଏକ ରେକର୍ଡ କ୍ରିକେଟ୍‌ ଜଗତରେ ସର୍ବଦା ଅତୁଟ ରହିବ ବୋଲି ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଦୃଢ଼ତାର ସହ କହିଛନ୍ତି। ଏକ କାର୍ଯ୍ୟକ୍ରମ ଅବସରରେ ସେହ୍ବାଗ କହିଛନ୍ତି, ଭାରତୀୟ ଦଳର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଦମ୍‌ଦାର ପ୍ରଦର୍ଶନ ବଳରେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ ମେଶିନ ଭଳି ରନ୍‌ ସଂଗ୍ରହ କରିଚାଲିଛନ୍ତି। ଏହି ଅବସରରେ ସଚିନଙ୍କ ଅନେକ ରେକର୍ଡ ମଧ୍ୟ କୋହଲି ଭଙ୍ଗ କରିସାରିଛନ୍ତି। ଯଦି କୋହଲି ଏହି ଧାରାରେ ବ୍ୟାଟିଂ ଜାରି ରଖନ୍ତି ତେବେ ସଚିନଙ୍କ ନାମରେ ରହିଥିବା ଦିନିକିଆ ଓ ଟେଷ୍ଟରେ ସର୍ବାଧିକ ଶତକ ରେକର୍ଡ ସହ ସର୍ବାଧିକ ରନ୍‌କୁ ଖୁବ୍‌ ଶୀଘ୍ର ଟପିଯିବେ। କିନ୍ତୁ ସଚିନଙ୍କ ଗୋଟିଏ ରେକର୍ଡକୁ କୋହଲିଙ୍କ ସହ କେହି ମଧ୍ୟ ଭଙ୍ଗ କରିପାରିବେ ନାହିଁ’ ବୋଲି ନଜଫଗଡ଼ର ନଓ୍ବାବ ଭାବେ ପରିଚିତ ସେହ୍ବାଗ କହିଛନ୍ତି। ‘ଏହା ହେଉଛି ସଚିନଙ୍କ ନାମରେ ରହିଥିବା ସର୍ବାଧିକ ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିବାର ରେକର୍ଡ। ମୁଁ ଭାବୁଛି କେହି ଜଣେ ୨୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ ଖେଳି ସଚିନଙ୍କ ଏହି ରେକର୍ଡକୁ ଭାଙ୍ଗିପାରିବ’ ବୋଲି ଏହି କାର୍ଯ୍ୟକ୍ରମ ଅବସରରେ ୪୦ ବର୍ଷୀୟ ସେହ୍ବାଗ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦ ଟେଷ୍ଟରୁ ସଚିନ ୫୧ ଶତକ ସହାୟତାରେ ୧୫୯୨୧ ରନ୍‌ ଏବଂ ୪୬୩ ଦିନିକିଆରେ ୪୯ ଶତକ ସହ ୧୮୪୨୬ ରନ୍‌ କରିଛନ୍ତି। ଅପରପକ୍ଷରେ କୋହଲି ୭୭ ଟେଷ୍ଟରୁ ୨୫ ଶତକ ସହାୟତାରେ ୬୬୧୩ ରନ ଏବଂ ୨୩୯ ଦିନିକିଆରୁ ୪୩ ଶତକ ବଳରେ ୧୧୫୨୦ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାକୁ ଆସିଲା ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ, ଜାନୁୟାରୀ ୯ରୁ କଳିଙ୍ଗ ସୁପର୍‌ କପ୍‌

ନୂଆଦିଲ୍ଲୀ,୨୮ା୧୧: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍‌ଏଫ୍‌) ପକ୍ଷରୁ ସୁପର କପ୍‌ର ନାମ ପରିବର୍ତ୍ତନ କରାଯାଇଛି। ଓଡ଼ିଶାର ଦୁଇଟି ଭେନ୍ୟୁରେ ଆସନ୍ତା ଜାନୁୟାରୀ ୯ ତାରିଖରେ ଏହି ଟୁର୍ନାମେଣ୍ଟ...

ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜୟ ଦୁର୍ଭାଗ୍ୟଜନକ: ପିଟରସେନ

ଜମ୍ମୁ,୨୯।୧୧: ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟକୁ ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ। ସେହିଭଳି ନିଜ ଟିମ୍‌ର ପ୍ରଦର୍ଶନକୁ...

ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ, ସୌରାଷ୍ଟ୍ର ବିପକ୍ଷରେ ୯୯ ରନରେ ଅଲ୍‌ଆଉଟ

ଭୁବନେଶ୍ୱର,୨୯।୧୧: ବ୍ୟାଟିଂ ବିଫଳତା କାରଣରୁ ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବୁଧବାର ସୌରାଷ୍ଟ୍ରଠାରୁ ୪ ଉଇକେଟରେ ହାରି ଯାଇଛି।...

ଅଶ୍ୱିନଙ୍କ ଭବିଷ୍ୟବାଣୀ: ୧୨-୧୩ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇପିଏଲ ୨୦୨୩ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ଏକ ନୂତନ ଭିଡିଓରେ...

ବିଶ୍ୱକପ ଆଉ ନୁହେଁ, ରାହୁଲ କୋଚ ହେବା ନେଇ ପ୍ରଶଂସକଙ୍କ ମନ୍ତବ୍ୟ ପରେ ଗମ୍ଭୀରଙ୍କ ପ୍ରତିକ୍ରିୟା, ସୋସିଆଲ ମିଡିଆରେ ଭାଇରାଲ…

କୋଲକାତା,୨୯।୧୧ : ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁନର୍ବାର ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର କୋଚ ଭାବରେ ନିଯୁକ୍ତ କରିଛି। ବିଶ୍ୱକପ ୨୦୨୩ ପରେ...

ଆସିଲା ଟିମ୍‌ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୯।୧୧:ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ଦଳକୁ ୬ଟି ହ୍ବାଇଟ୍‌ ବଲ ମ୍ୟାଚ ଖେଳିବାକୁ ପଡିବ। ଏଥିରେ ୩ଟି ଦିନିକିଆଏବଂ ୩ ଟି-୨୦...

ରାହୁଲ ଦ୍ରାବିଡ ହିଁ ରହିବେ ଟିମ ଇଣ୍ଡିଆର କୋଚ୍‌, ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର କୋଚ୍‌ ରହିବେ ବୋଲି ଘୋଷଣା କରିଛି।...

ବିରାଟ ଅବସର ନେବା ଉଚିତ କି ? ଉତ୍ତର ଦେଲେ ସଚିନ,ଭିଡିଓ ଭାଇରାଲ…

ମୁମ୍ବାଇ,୨୯।୧୧ : ଆଇସିସି ବିଶ୍ୱକପ ୨୦୨୩ ଶେଷ ହେବା ପରଠାରୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ କ୍ୟାରିୟର ଉପରେ ସସପେନ୍ସ ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri