ଭଣ୍ଡାରିପୋଖରୀ, ୫ା୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବନ୍ଦାଳୋ ମଢ଼ିଆଳୀ ପଞ୍ଚାୟତ ବିରିଡ଼ିସ୍ଥିତ ବୈତରଣୀ ନଦୀପଠାରୁ ବେଆଇନ ବାଲି ଚୋରାଚାଲାଣ ରୋକିବାକୁ ଉଦ୍ୟମ କରି ମଞ୍ଜୁରିରୋଡ଼ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଓ ଆର୍ଆଇ ରାମନାରାୟଣ ସାମଲ ବାଲିମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। କେତେକ ବାଲିମାଫିଆ ଓ ଟ୍ରାକ୍ଟର ମାଲିକ ଆର୍ଆଇ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଅତିରିକ୍ତ ତହସିଲଦାର ସ୍ବାଇଁ, ଆର୍ଆଇ ସାମଲ ଓ ତହସିଲ କର୍ମଚାରୀ ପ୍ରଦୀପ ଜେନାଙ୍କୁ ଠେଙ୍ଗା, ରଡ୍ ଓ ଟେକାରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅତିରିକ୍ତ ତହସିଲଦାର ସ୍ବାଇଁ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଥାନାରେ ବିରିଡ଼ି ଗ୍ରାମର ରମେଶ ରାଉତ, ବନ୍ଦାଳୋ ଗ୍ରାମର ଅମରେଶ ବିଶ୍ୱାଳ, ବାବଲପୁର ଗ୍ରାମର ଅନୀଲ କର, ଶାସନର ଆନନ୍ଦ ସାହୁ, ସଞ୍ଜୟ ସାହୁ, ଭରତ ନାୟକ ଓ ଅନ୍ୟ ୧୫ରୁ ଊର୍ଦ୍ଧ୍ୱ ଅସାମାଜିକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ପୋଲିସ ଥାନାରେ ମାମଲା(ନଂ. ୨୮/୨୦) ଦଫା ୩୪୧, ୨୯୪, ୪୫୨, ୩୩୨, ୩୩୩, ୩୫୩, ୩୦୭, ୫୦୬, ୩୪ ରୁଜୁ କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।
ବାଲି ଚୋରାଚାଲାଣ ଅଭିଯୋଗକୁ ଆଧାର କରି ମଞ୍ଜୁରିରୋଡ୍ ଆର୍ଆଇ ସାମଲ ସୋମବାର ବୈତରଣୀ ନଦୀପଠା ପରିଦର୍ଶନ କରିଥିଲେ। ଏହି ସମୟରେ ନଦୀବନ୍ଧ ଉପରେ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଚାଳକଙ୍କୁ ଗାଡ଼ି ଆର୍ଆଇ କାର୍ଯ୍ୟାଳୟ ନେବାକୁ କହିଥିଲେ। ତେବେ ଚାଳକଦ୍ୱୟ ଟ୍ରାକ୍ଟରକୁ ଆଣି ନଦୀବନ୍ଧ ଉପରେ ବାଲି ଖଲାସ କରିଦେଇଥିଲେ। ଏଥିରେ ଆର୍ଆଇ ଅସନ୍ତୋଷ ପ୍ରକାଶ କରି ଟ୍ରାକ୍ଟର ନମ୍ବର ସହ ଫଟୋ ଉଠାଇ ପଳାଇ ଆସିଥିଲେ। ଅତିରିକ୍ତ ତହସିଲଦାର ସ୍ବାଇଁ କୌଣସି କାମରେ ତଦନ୍ତ କରିବାକୁ ମଞ୍ଜୁରିରୋଡ଼ ଅଞ୍ଚଳକୁ ଯାଇ ଆର୍ଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଆର୍ଆଇ ଏସବୁ ବିଷୟରେ କହିବା ପରେ ଅତିରିକ୍ତ ତହସିଲଦାର ଆର୍ଆଇଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ହେଲେ ସେଠାରୁ ଆସି ଅଧିକାରୀମାନେ ଆର୍ଆଇ କାର୍ଯ୍ୟାଳୟରେ ଆଲୋଚନା କରୁଥିବାବେଳେ କେତେକ ବାଲିମାଫିଆ ଓ ଟ୍ରାକ୍ଟର ମାଲିକ ପହଞ୍ଚତ୍ ଆକ୍ରମଣ କରିଥିଲେ।
Posted inଆମ ଜିଲା ଖବର, ଭଦ୍ରକ View All
ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…
ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…
ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା
ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…
ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍ କଫ୍ସିରପ୍ ଚାଲାଣକାରୀଙ୍କୁ….
ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…
ସିମନବାଡ଼ି ସବ୍ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ
ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…
ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…
ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…
ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ
ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…
ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର
ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି
କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

