ଅତିରିକ୍ତ ଜିଲାପାଳଙ୍କୁ ଜମିହରାଙ୍କ ଦାବିପତ୍ର

ଯାଜପୁର ରୋଡ,୨୧|୮(ନି.ପ୍ର.)- କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ବାଳିଆପାଳ ମୌଜାରେ ପ୍ରତିଷ୍ଠିତ ବାଲିଆପାଳ ଫେରୋକ୍ରୋମ କାରଖାନା ଉପତ୍ାଦନ କ୍ଷମ ହେବାର ଦୀର୍ଘ ବର୍ଷ ବିତି ଥିଲେ ମଧ୍ୟ ସ୍ଥାନୀୟ ପାରିପାର୍ଶ୍ୱିକ ଉନ୍ନୟନ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। କାରଖାନା ପାଇଁ ବିସ୍ଥାପିତ ହୋଇଥିବା ପରିବାରକୁ ଅଦ୍ୟାବଧି ନିଯୁକ୍ତି ପ୍ରଦାନ କରାଯାଇ ନାହଁି ା ପଞ୍ଚାୟତର ମୁଖ୍ୟ ରାସ୍ତାକୁ କାରଖାନା କର୍ତ୍ତୃପକ୍ଷ ବ୍ୟବହାର କରିବା ସହ ବିଭିନ୍ନ ପ୍ରକାର ପ୍ରଦୂଷଣ ସମସ୍ୟା ସୃଷ୍ଟି କରୁଛନ୍ତି। ବେକାରୀ ଯୁବତୀ ଓ ଯୁବକଙ୍କୁ କାର ଖାନାରେ ନିଯୁକ୍ତି , ପ୍ରଦୂଷଣ ସମସ୍ୟା ଓ ପାରପାର୍ଶ୍ୱିକ ଉନ୍ନୟନ, ଭୂତଳଜଳ ବ୍ୟବହାର ବନ୍ଦ, ପ୍ରଦୂଷଣ ପାଇଁ ପ୍ରଭାବିତ ଗ୍ରାମଗୁଡିକରେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣ, ସ୍ବାସ୍ଥା, ପାନୀୟଜଳ ଓ ବିଦ୍ୟୁତ୍‌ ସେବା କାରଖାନା ପକ୍ଷରୁ ଯୋଗାଇଦିଆଯାଉ, କାରଖାନାକୁ ଆସୁଥିବା ପଣ୍ୟଦ୍ରବ୍ୟ ମେଶିନରେ ନ କରି ଲୋକଙ୍କ ଦ୍ୱାରା କରିବା, ଜମି ଓ ଘରବାଡି ହରାଇ ନ ଥାଇ କାରଖାନାରେ ଚାକିରି ପାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇବା ଆଦି ବିଭିନ୍ନ ୧୨ ଦଫା ଦାବିରେ ମଙ୍ଗଳବାର ଗ୍ରାମବାସୀ ଯାଜପୁର ଜିଲାପାଳଙ୍କ ଉଦ୍ଦେଶ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ୧୫ ଦିନ ମଧ୍ୟରେ ବିହିତ ପଦକ୍ଷେପ ନ ନେଲେ ଜମିହରାମାନେ କାରଖାନା ଫାଟକ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି। ଏଥିସହ ସୁକିନ୍ଦା ବିଧାୟକ, ଯାଜପୁର ଏସ୍‌ପି, ଦାନଗଦୀ ତହସିଲ୍‌ଦାର, କଳିଙ୍ଗନଗର ଥାନାଧିକାରୀଙ୍କୁ ମଧ୍ୟ ଗ୍ରାମବାସୀଙ୍କ ତରଫରୁ ଅବଗତ କରାଯାଇଛି। ଏ ସମ୍ପର୍କରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତେଷ କୁମାର ମିଶ୍ରଙ୍କୁ ପଚାରିବାରୁ ଦାବି ସମ୍ପର୍କରେ ତଦନ୍ତ କରାଯାଇ କାରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ପଦକ୍ଷପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

ସରକାରଙ୍କ ବଡ଼ ଉପହାର, ୨୦ ପ୍ରତିଶତ ବଢିଲା DA, ଆଶା କର୍ମୀଙ୍କୁ ମିଳିବ ୨ହଜାର, ମହିଳାଙ୍କ ପାଇଁ ମାଗଣା ବସ ସେବା

କୋଲକାତା,୨୨।୬: ସୋମବାର, ପଶ୍ଚିମବଙ୍ଗ ସରକାର ଅନେକ ସୁବିଧା ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟ ରାଜ୍ୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) 20 ପ୍ରତିଶତ ବୃଦ୍ଧି କରିବାକୁ…

ବାଲିଘାଟରେ ହତ୍ୟାକାଣ୍ଡ ଅଭିଯୋଗ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଦ୍ୱିତୀୟ ଦିନରେ ବି ଉତ୍ତେଜନା..

ଦେବଗଡ଼, ୨୨/୬ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗଶାଳ-ଚଟିଆପାଲି ବାଲିଘାଟରେ ଜଣେ ଯୁବକଙ୍କୁ ହତ୍ୟା କରି ଶବକୁ ବାଲି ଭିତରେ ପୋତି…

ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଗତ କିଛି ବର୍ଷ ଧରି ପୃଥିବୀର ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଯାଉଛି। ଏହାର ପ୍ରଭାବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଏହି…

୪୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ

ଛତ୍ରପୁର, ୨୨/୬ (ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନାର ତ୍ୱରିତ ଏବଂ ସମନ୍ୱିତ ପ୍ରୟାସ ଫଳରେ ୧୫ ଜୁନ ୨୦୨୬ରୁ ୨୧ ଜୁନ ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri