ଅତଲାପୁର ପଞ୍ଚାୟତରେ ବ୍ୟାପକ ଦୁର୍ନୀତି : ବିଡିଓଙ୍କ ନିକଟରେ ଫେରାଦ ହେଲେ ପଞ୍ଚାୟତବାସୀ

ରସୁଲପୁର,୧୭।୧୨(ଡିଏନଏ)- ରସୁଲପୁର ବ୍ଲକ ବରୀ ନିର୍ବାଚନମଣ୍ଡଳୀରେ ସାମିଲ ହୋଇଥିବା ୧୦ଟି ପଞ୍ଚାୟତ ମଧ୍ୟରୁ ଶ୍ରେଷ୍ଠ ପୁରସ୍କାରପ୍ରାପ୍ତ ଅତଲାପୁର ପଞ୍ଚାୟତରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ଜନସାଧାରଣ। ସରକାରଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଜନ ମଙ୍ଗଳକାରୀ ଯୋଜନାକୁ ତୃଣମୂଳସ୍ତରରେ ପ୍ରଣୟନ କରିବାରେ ବ୍ୟାପକ ଅନିୟମିତତା ହୋଇଛି। ଏଥିପାଇଁ ପଞ୍ଚାୟତବାସୀ ସ୍ଥାନୀୟ ସରପଞ୍ଚ ପ୍ରଫୁଲ କୁମାର ସାହୁଙ୍କୁ ଦାୟୀ କରିଛନ୍ତି। ସରପଞ୍ଚ ସାହୁ ହିତାଧିକାରୀଙ୍କଠାରୁ ଉତ୍କୋଚ ନେଇ ବହୁ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି।
ପ୍ରକାଶ ଯେ, ଏହି ପଞ୍ଚାୟତର ଅତଲାପୁର, ସାଦକପୁର, ଗଣେଶ ପାଟଣା ଆଦି ଗ୍ରାମର ଗ୍ରାମବାସୀ ସୋମବାର ପୂର୍ବାହ୍ନରେ ରସୁଲପୁର ବିଡିଓ ଉମାକାନ୍ତ ପରିଡାଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଉକ୍ତ ପତ୍ରରେ ସରପଞ୍ଚଙ୍କ ବିରୋଧରେ ଏକ ଲମ୍ବା ଅଭିଯୋଗ ହୋଇଛି। ପଞ୍ଚାୟତ ଠିକ୍‌ଭାବେ ଚାଲୁ ନ ଥିବା କଥାରୁ ଅଭିଯୋଗ ଆରମ୍ଭ ହୋଇଛି। ପଞ୍ଚାୟତ ବୈଠକ ନିୟମିତ ବସୁ ନାହିଁ, ବିଭିନ୍ନ କାର୍ଯ୍ୟକୁ ନେଇ ପଲ୍ଲୀସଭା ଓ ଗ୍ରାମସଭା ଠିକ୍‌ ଢଙ୍ଗରେ ପରିଚାଳନା କରାଯାଉ ନାହିଁ, ହିତାଧିକାରୀ ଚୟନ ତାଲିକା ରୁଦ୍ଧ କୋଠରୀ ମଧ୍ୟରେ ପ୍ରସ୍ତୁତ ହେଉଛି, ପଞ୍ଚାୟତର ଆଲୋକୀକରଣ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ହୋଇଛି, ଅତଲାପୁର ଗ୍ରାମରେ ଘେରିବନ୍ଧ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି ବୋଲି ଦର୍ଶାଇ ଏ ବାବଦରେ ୪.୧୩ଲକ୍ଷ ଟଙ୍କା ଫଲ୍‌ସ ବିଲ୍‌ କରାଯାଇଛି ଆଦି ଅନେକ ଅଭିଯୋଗ ତାଙ୍କ ନାମରେ ହୋଇଛି। ନାନା ଅନିୟମତିତା ସତ୍ତ୍ୱେ ଉକ୍ତ ସରପଞ୍ଚଙ୍କୁ ବ୍ଲକର ପ୍ରଥମ ପୁରସ୍କାର କିଭଳି ପ୍ରଦାନ କରାଯାଇଛି ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିଡିଓ ପରିଡାଙ୍କ ନିକଟରେ ଅଭିଯୋଗକାରୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ପ୍ରଫୁଲ କୁମାର ସାହୁଙ୍କୁ ପଚାରିବାରୁ, ତାଙ୍କ ପଞ୍ଚାୟତରେ ଏଭଳି କିଛି ଦୁର୍ନୀତି ହୋଇନାହିଁ ବୋଲି କହିବା ସହ ବିରୋଧୀ ତାଙ୍କୁ ବଦନାମ କରିବା ପାଇଁ ଏଭଳି ଚକ୍ରାନ୍ତ ଚଳାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରସୁଲପୁର ବିଡିଓ ପରିଡାଙ୍କୁ ପଚାରିବାରୁ, ଏ ନେଇ ଏବିଡିଓଙ୍କ ନେତୃତ୍ୱରେ ଏକ ୪ଜଣିଆ ଦଳ ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?