ଅଣ୍ଟା ସଳଖି ପାରୁନାହାନ୍ତି ପାନଚାଷୀ

 

ଭୋଗରାଇ,୨୬।୫(ଡି.ଏନ.ଏ.)-କରୋନା ପାଇଁ ସାରାଦେଶ ୨ମାସ ଧରି ଲକ୍‌ଡାଉନ ରହିବା ଯୋଗୁୁ ଏହାର ସିଧାସଳଖ ପ୍ରଭାବ ପାନଚାଷୀ ଓ ବ୍ୟବସାୟୀଙ୍କ ଉପରେ ପଡ଼ିଛି। ବାଲେଶ୍ୱର ଜିଲା ସମେତ ଜଗତ୍‌ସିଂହପୁର, ପୁରୀ ଓ ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ହେଉଥିବା ପାନଚାଷ ଏବଂ ପାନ ବ୍ୟବସାୟୀଙ୍କ ଉପରେ କରୋନା ଚଡ଼କ ପଡ଼ିଛି। ଏବେ ବି ଚାଷୀ ଅଣ୍ଟା ସଳଖି ପାରୁନାହିଁ। ପାନ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀମାନେ ରୋଜଗାର ହରାଇ ଏବେ ହତାଶ ହୋଇପଡିଛନ୍ତି।
ବାଲେଶ୍ୱର ଜିଲା ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ଅନୂ୍ୟନ ୨୫ହଜାରରୁ ଊର୍ଦ୍ଧ୍ୱ ପାନଚାଷୀ ଥିବା ବେଳେ ହଜାର ହଜାର ବ୍ୟବସାୟୀ ଅଛନ୍ତି। ବାଲେଶ୍ୱର ସମେତ ଅନ୍ୟ ଜିଲାରୁ ଉତ୍ପାଦନ ହେଉଥିବା ପାନକୁ ପାଚିଲା କିମ୍ବା କଞ୍ଚାରେ ପାନ ଟୋକେଇ ବା ଝୁଡ଼ିରେ ବାନ୍ଧି ମୁମ୍ବାଇ, ଦିଲ୍ଲୀ, ଗୋଆ, ଆଗ୍ରା, ବନାରସ, ବାଲିଆ, ଅଜମଗଡ଼, ମହୁ, ଟାଟାନଗର, ବେଙ୍ଗାଲୁରୁ ଆଦି ସ୍ଥାନକୁ ଟ୍ରେନ୍‌ ଓ ଟ୍ରକ୍‌ ଯୋଗେ ପଠାଯାଇଥାଏ। ଲକ୍‌ଡାଉନ ପରେ ଏସବୁ ସ୍ଥାନକୁ ପାନ ପଠାଇବା ଠପ୍‌ ହୋଇଯାଇଛି। ଫଳରେ ବ୍ୟବସାୟୀମାନେ କୋଟି କୋଟି ଟଙ୍କାର କ୍ଷତି ସହିବା ସହ ମାନସିକ ସନ୍ତୁଳନ ହରାଇଛନ୍ତି। ବହୁ ପାନଚାଷୀ ଏବେ ମୂଲ୍ୟ ନ ପାଇ ବ୍ୟବସାୟୀଙ୍କ ଘରେ ପହଞ୍ଚତ୍ ଗଣ୍ଡଗୋଳ କରୁଥିବା ସୂଚନା ମିଳିଛି।
ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପାଚିଲା ପାନ ଭାଟି ବ୍ୟବସାୟୀ। ପାନ ବ୍ୟବସାୟୀମାନେ ଚାଷୀଙ୍କଠାରୁ ପାନ ଉଧାର ଆଣି ପାନଭାଟିରେ ପାଚିଲା ପାନ ପ୍ରସ୍ତୁତ କରିଥାନ୍ତି। ଲକ୍‌ଡାଉନ ଯୋଗୁ ପାଚିଲା ପାନ ଉଠାଇ ନ ପାରି ଘରେ ରଖିଥିବାରୁ ସେସବୁ ପଚିି ଦୁର୍ଗନ୍ଧ ହେଉଛି। ସମସ୍ତ ପଚିଯାଇଥିବା ପାନକୁ ଗଛମୂଳେ ଫୋପାଡ଼ି ଦେଉଛନ୍ତି। ପାନକୁ ଅଦ୍ୟାବଧି କୃଷିର ମାନ୍ୟତା ମିଳିନାହଁି। ପାନକୁ ସୁରକ୍ଷିତ ଏବଂ ସାଇତି ରଖିବା ନିମନ୍ତେ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଓ ବ୍ୟବସାୟୀ ବହୁ କ୍ଷତି ସହୁଛନ୍ତି। ପାନ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲକ୍ଷାଧିକ ବ୍ୟକ୍ତି ଏବେ ବେରୋଜଗାର ହୋଇ ପରିବାର ଉପରେ ବୋଝ ପାଲଟିଛନ୍ତି। ଲକ୍‌ଡାଉନ ପାନ ଚାଷରେ ବ୍ୟବହୃତ ଖଡ଼ି ଓ ଇକଡ଼ ଚାଷୀଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଛି। ପାନ ଟୋକେଇ, ଝୁଡ଼ି ବୁଣାକାର ସହିତ ବାସନା, ରଶି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରେତାମାନେ ଏବେ ହାତବାନ୍ଧି ବସିଛନ୍ତି।
ବିଶିଷ୍ଟ ପାନ ବ୍ୟବସାୟୀ ଭୋଗରାଇ ଚୌକିଗ୍ରାମର ରାଖାଲ ଚନ୍ଦ୍ର ମହାନ୍ତି କୁହନ୍ତି, ଏହି ଋତୁରେ ପାନଭାଟି ବ୍ୟବସାୟୀଙ୍କ ପୁଷମାସ ହୋଇଥିବା ବେଳେ କରୋନା ଓ ଲକ୍‌ଡାଉନ୍‌ ଆମକୁ ସର୍ବନାଶ କରିଛି। ୪୫ଲକ୍ଷ ଟଙ୍କାର ପାନ ପଚି ନଷ୍ଟ ହୋଇଛି। ଚାଷୀଙ୍କଠାରୁ ୪୨ଲକ୍ଷ ଟଙ୍କା ପାନ ଉଧାର ଆଣିଥିଲି। ଏଥିସହିତ ୧୦ରୁ ୧୫ଜଣ କର୍ମଚାରୀ ମାସକୁ ଲକ୍ଷାଧିକ ଟଙ୍କା ନେଉଥିବା ବେଳେ ମୁଁ କିପରି ଧାର ଶୁଝିବି ସେନେଇ ଦୁଃଖ ପ୍ରକାଶ କରିଛନ୍ତି। ଉକ୍ତ ଗ୍ରାମର ଚୈତନ୍ୟ ଆଧେକ, ଶ୍ରୀପତି ଆଧେକ, ଅନନ୍ତ ଆଧେକ, ହରିପୁର ଗ୍ରାମର ଶାନ୍ତନୁ କୁମାର ପାତ୍ରଙ୍କ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ପାନ ପଚି ନଷ୍ଟ ହୋଇଥିବା ପ୍ରକାଶ କରିଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତା ଘାରିଛି ବୋଲି କହିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ପାନ ଚାଷୀ ଓ ବ୍ୟବସାୟୀଙ୍କ ନିମନ୍ତେ ସରକାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଲ୍‌ ଲଗାଇ ପ୍ରଧାନମନ୍ତ୍ରୀ ଯୋଜନାର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର: ଭାଜପା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାଜପା। ରାଜ୍ୟ ଭାଜପା ଉପସଭାପତି ସମୀର ମହାନ୍ତି ଶୁକ୍ରବାର ଏକ ଖବରଦାତା...

କମୁଛି ସଂଖ୍ୟା

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୩ଜଣ ଥିବା ବେଳେ ଲୋକାଲ କେସ୍‌ ୧୫...

୨୮୫୮ କୋଟିର ଋଣ କରିବ ଓଡ଼ିଶା

ନୂଆଦିଲ୍ଲୀ: କରୋନା ପରେ ରାଜସ୍ବ ସଂଗ୍ରହ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ପକ୍ଷରୁ ମିଳୁଥିବା ଜିଏସ୍‌ଟି କ୍ଷତିପୂରଣ ପାଣ୍ଠି ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ଏହାକୁ ବିଚାର...

ପୁଣି ଆସୁଛି ଏକ ଲଘୁଚାପ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୧୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ଭୁବନେଶ୍ୱରରେ ଭାରତୀୟ ହକି ଟିମ୍‌

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ହକି ବିଶ୍ବକପ ଖେଳିବା ପାଇଁ ମଙ୍ଗଳବାର ଭାରତୀୟ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଟିମକୁ ଜୋରଦାର...

ନୂଆଙ୍କୁ ନେଇ ଚିନ୍ତାରେ ପୁରୁଣା

ଅନୁଗୋଳ ଅଫିସ, ୧୯।୫ ସ୍ବାବ୍‌ ସଂଗ୍ରହରେ ବିଳମ୍ବକୁ ନେଇ ଅନୁଗୋଳ ଜିଲାର କେତେକ ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଉକ୍ତ କେନ୍ଦ୍ରଗୁଡ଼ିକରେ ଥିବା କେତେଜଣ...

ଜାନୁୟାରୀ ୫ରେ କାଦମ୍ବିନୀ ସାହିତ୍ୟ ଉତ୍ସବ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଆସନ୍ତା ୫ ଜାନୁୟାରୀରେ କିଟ୍‌ କନଭେନସନ ସେଣ୍ଟରଠାରେ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଆୟୋଜନ ହେଉଛି କାଦମ୍ବିନୀ ସାହିତ୍ୟ ଉତ୍ସବ, କାଦମ୍ବିନୀ...

Advertisement
Archives

Model This Week