ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କ ସ୍ଥିତି ବିଗିଡିବା ଆଶଙ୍କା

ନୂଆଦିଲ୍ଲୀ,୯।୪: କରୋନା ଯୋଗୁ ଦେଶର ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୪୦ କୋଟି ଶ୍ରମିକଙ୍କ ସ୍ଥିତି ବିଗିଡିବାର ଆଶଙ୍କା କରାଯାଉଛି। ଜାତିସଂଘ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରୁ ଗରିବୀ ହାର ବଢିଯିବାର ସ୍ଥିତି ଏବେ ଦେଖାଯାଇଛି। ଚଳିତ ବର୍ଷ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୧୯.୫ କୋଟି ଲୋକଙ୍କ ଚାକିରି ଉପରେ ଏବେ କଳାବାଦଲ ଛାଇ ରହିଥିବା ରିପୋର୍ଟରେ କୁହାଯାଇଛି। କରୋନା ଯୋଗୁ ବିଶ୍ୱର ଅର୍ଥ ବ୍ୟବସ୍ଥାର ସ୍ଥିତି ଏବେ ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସବୁଠାରୁ ଖରାପ ସମୟ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନର ମହାନିର୍ଦ୍ଦେଶକ ଗାୟ ରାଇଡର କହିଛନ୍ତି ଯେ, ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାଗୁଡିକ ଏବେ ଚ୍ୟାଲେଞ୍ଜିଂ ସ୍ଥିତି ଦେଇ ଗତି କରୁଛନ୍ତି। ବିକଶିତ ଏବଂ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକର ସ୍ଥିତି ଏବେ ସମାନ ରହିଛି। ଏଭଳି ସ୍ଥିତିରେ ରାଷ୍ଟ୍ରଗୁଡିକୁ ଏକତ୍ର ହୋଇ ଲଢିବାର ଆବଶ୍ୟକତା ରହିଛି। ଅଣସଙ୍ଗଠିତ କ୍ଷେତ୍ରରେ ସାରା ବିଶ୍ୱରେ ବୃହତ୍‌ ସଂଖ୍ୟକ ଲୋକ କାମ କରୁଛନ୍ତି। ଭାରତ, ନାଇଜେରିଆ, ବ୍ରାଜିଲ ଭଳି ଦେଶଗୁଡିକରେ ଲକ୍‌ଡାଉନ ଯୋଗୁ ଦିନ ମଜୁରିଆ ବର୍ଗର ଲୋକଙ୍କସ୍ଥିତି ଏବେ ବିଗିଡିଛି। ଭାରତର ଅଣସଙ୍ଗଠିତ କ୍ଷେତ୍ରଗୁଡିକରେ ଅଧିକାଂଶ ଲୋକ କାମ କରୁଛନ୍ତି। ଏହା ଦ୍ୱାରା ପ୍ରାୟ ୪୦ କୋଟି ଲୋକଙ୍କ ସ୍ଥିତି ସଙ୍କଟାପନ୍ନ ହେବ ବୋଲି କୁହାଯାଇଛି। ଗତ ୭୫ ବର୍ଷ ମଧ୍ୟରେ ବିଶ୍ୱ ସମୁଦାୟ ଲାଗି ଏହା ସବୁଠାରୁ ବଢ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି ସମୟରେ ସବୁଠାରୁ ବଡ ଧରଣର ନିଯୁକ୍ତି ହ୍ରାସ ଆରବ ଦେଶଗୁଡିକରେ ହେବା ନେଇ ଆକଳନ କରାଯାଇଛି। ଏହାବାଦ ୟୁରୋପ ଏବଂ ଏସିଆ ପ୍ରଶାନ୍ତ ମହାସାଗରିୟ ଦେଶଗୁଡିକର ସ୍ଥିତି ମଧ୍ୟ ବିଗିଡିବ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜେଇଇ ମେନ୍‌’ରେ ଆକାଶର ବାଜିମାତ

ଭୁବନେଶ୍ୱର,୧୪।୯ : ନ୍ୟାଶନାଲ ଟେଷ୍ଟି ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ-୨୦୨୦ ପରୀକ୍ଷାରେ ଆକାଶ ଇନଷ୍ଟିଚ୍ୟୁଟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଜେଇଇ...

ବିଗ୍‌ ବଜାର ପକ୍ଷରୁ ପବ୍ଲିକ ହଲିଡେ ସେଲ୍‌

ନୂଆଦିଲ୍ଲୀ: ବିଗ୍‌ ବଜାର ପକ୍ଷରୁ ପବ୍ଲିକ ହଲିଡେ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଅକ୍ଟୋବର ୧ରୁ ୪ ଯାଏ ଏହା ଚାଲିବ। ଗ୍ରାହକଙ୍କ କ୍ରୟ ସୁବିଧା...

ସୋନିର ଅଲ୍‌ଫା ଆର୍‌ ଆଇଭି ମଡେଲ

ନୂଆଦିଲ୍ଲୀ,୯-୧୦: ସୋନି ପକ୍ଷରୁ ଆଲ୍‌ଫା ଆର୍‌ ଆଇଭି ମଡେଲ ଓଡିଶା ବଜାରରେ ପ୍ରବେଶ କରିଛି। ଏଥିରେ ୧୬ ମେଗାପିକ୍ସେଲ ସିଏମ୍‌ଓଏସ୍‌ ଇମେଜ୍‌ ସେନ୍‌ସର ରହିଛି। ସେହିଭଳି...

ରାଜ୍ୟ ପାଇବେ ୩୫ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୧୦-୨: ରାଜ୍ୟଗୁଡିକ ଶୀଘ୍ର ଆଉ ୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଶୀଘ୍ର ପାଇବେ। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟ ସହୁଥିବା ରାଜସ୍ବ...

ସୋନିର ନ୍ୟୁ ଆଲ୍‌ଫା ୭ ଆର୍‌ ଭି କ୍ୟାମେରା

ଭୁବନେଶ୍ୱର,୮ା୪: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ଆଲ୍‌ଫା ୭ଆର୍‌ ଭି କ୍ୟାମେରାର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି...

ଷ୍ଟକ୍‌ ବଜାରକୁ ଲାଭ ଦେବ ଦୁର୍ବଳ ସରକାର

ମୁମ୍ବାଇ,୧୮-୫: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଶୁକ୍ରବାର ଷ୍ଟକ୍‌ ବଜାର ର଼୍ୟାଲିରୁ ବେଶ୍‌ ସ୍ପଷ୍ଟ ହେଉଛି। କିନ୍ତୁ ବଜାର...

ବନ୍ଦ ହୋଇଯିବ ଗରିବ ରଥ ଏକ୍ସପ୍ରେସ

ନୂଆଦିଲ୍ଲୀ,୧୯-୭: ଗରିବଙ୍କୁ ଶସ୍ତାରେ ଏସି ଟ୍ରେନରେ ଯାତ୍ରା କରିବାର ଆନନ୍ଦ ଦେବା ଲାଗି ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପକ୍ଷରୁ ଗରିବ ରଥ ଏକ୍ସପ୍ରେସ୍‌କୁ...

ଯାଞ୍ଚ ଘେରରେ ବୃହତ ଟେକ୍‌ କମ୍ପାନୀ

ଓ୍ବାଶିଂଟନ,୨୬-୭: ଫେସ୍‌ବୁକ, ଗୁଗଲ, ଆମାଜନ ଭଳି ଆମେରିକାର ବୃହତ ଟେକ୍‌ ଓ ଇ-କମର୍ସ କମ୍ପାନୀ ନିଜର କ୍ଷମତା ଓ ପ୍ରତିପତ୍ତିର ବିସ୍ତାର କରି ସରକାର ତଥା...

Advertisement
Archives

Model This Week