ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କ ସ୍ଥିତି ବିଗିଡିବା ଆଶଙ୍କା

ନୂଆଦିଲ୍ଲୀ,୯।୪: କରୋନା ଯୋଗୁ ଦେଶର ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୪୦ କୋଟି ଶ୍ରମିକଙ୍କ ସ୍ଥିତି ବିଗିଡିବାର ଆଶଙ୍କା କରାଯାଉଛି। ଜାତିସଂଘ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରୁ ଗରିବୀ ହାର ବଢିଯିବାର ସ୍ଥିତି ଏବେ ଦେଖାଯାଇଛି। ଚଳିତ ବର୍ଷ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୧୯.୫ କୋଟି ଲୋକଙ୍କ ଚାକିରି ଉପରେ ଏବେ କଳାବାଦଲ ଛାଇ ରହିଥିବା ରିପୋର୍ଟରେ କୁହାଯାଇଛି। କରୋନା ଯୋଗୁ ବିଶ୍ୱର ଅର୍ଥ ବ୍ୟବସ୍ଥାର ସ୍ଥିତି ଏବେ ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସବୁଠାରୁ ଖରାପ ସମୟ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନର ମହାନିର୍ଦ୍ଦେଶକ ଗାୟ ରାଇଡର କହିଛନ୍ତି ଯେ, ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାଗୁଡିକ ଏବେ ଚ୍ୟାଲେଞ୍ଜିଂ ସ୍ଥିତି ଦେଇ ଗତି କରୁଛନ୍ତି। ବିକଶିତ ଏବଂ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକର ସ୍ଥିତି ଏବେ ସମାନ ରହିଛି। ଏଭଳି ସ୍ଥିତିରେ ରାଷ୍ଟ୍ରଗୁଡିକୁ ଏକତ୍ର ହୋଇ ଲଢିବାର ଆବଶ୍ୟକତା ରହିଛି। ଅଣସଙ୍ଗଠିତ କ୍ଷେତ୍ରରେ ସାରା ବିଶ୍ୱରେ ବୃହତ୍‌ ସଂଖ୍ୟକ ଲୋକ କାମ କରୁଛନ୍ତି। ଭାରତ, ନାଇଜେରିଆ, ବ୍ରାଜିଲ ଭଳି ଦେଶଗୁଡିକରେ ଲକ୍‌ଡାଉନ ଯୋଗୁ ଦିନ ମଜୁରିଆ ବର୍ଗର ଲୋକଙ୍କସ୍ଥିତି ଏବେ ବିଗିଡିଛି। ଭାରତର ଅଣସଙ୍ଗଠିତ କ୍ଷେତ୍ରଗୁଡିକରେ ଅଧିକାଂଶ ଲୋକ କାମ କରୁଛନ୍ତି। ଏହା ଦ୍ୱାରା ପ୍ରାୟ ୪୦ କୋଟି ଲୋକଙ୍କ ସ୍ଥିତି ସଙ୍କଟାପନ୍ନ ହେବ ବୋଲି କୁହାଯାଇଛି। ଗତ ୭୫ ବର୍ଷ ମଧ୍ୟରେ ବିଶ୍ୱ ସମୁଦାୟ ଲାଗି ଏହା ସବୁଠାରୁ ବଢ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି ସମୟରେ ସବୁଠାରୁ ବଡ ଧରଣର ନିଯୁକ୍ତି ହ୍ରାସ ଆରବ ଦେଶଗୁଡିକରେ ହେବା ନେଇ ଆକଳନ କରାଯାଇଛି। ଏହାବାଦ ୟୁରୋପ ଏବଂ ଏସିଆ ପ୍ରଶାନ୍ତ ମହାସାଗରିୟ ଦେଶଗୁଡିକର ସ୍ଥିତି ମଧ୍ୟ ବିଗିଡିବ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

 ଥୁଆମୂଳ ରାମପୁର ବ୍ଲକରେ ଭବ୍ୟ ରଥଯାତ୍ରା: ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଟାଣିଲେ ରଥ

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ…

ଫାଇନାଲ ଦେଖିବାକୁ ଯିବେ ନାହିଁ ଆର୍ଜେଣ୍ଟିିନା ରାଷ୍ଟ୍ରପତି, କାହିଁକି ଜାଣନ୍ତୁ..

ବୁଏନ୍ସ ଏରିଜ, ୧୭ା୭: ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍‌ ମିଲେଇଙ୍କର ଏକ ଅନ୍ଧବିଶ୍ୱାସ ରହିଛି। ଏଥିପାଇଁ ସେ ରବିବାର ଆର୍ଜେଣ୍ଟିନା ଓ ସ୍ପେନ୍‌ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌…

ରଥଟଣା ବେଳେ ଅଘଟଣ: ଶଳାକୁ ଖଣ୍ଡାରେ ହାଣିଥିବା ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୧୭।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁରୁବାର ରଥଟଣା ଚାଲିଥିବା ବେଳେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଭିଣୋଇ ଟିଟୁ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖୁସିଖବର: ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଜେନେରାଲ୍ ଟିକେଟ୍‌ରେ ମିଳିବ ରିହାତି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇ ରେଳ ଯାତ୍ରୀମାନଙ୍କୁ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଅଣ-ସଂରକ୍ଷିତ (Unreserved) ଅର୍ଥାତ୍ ଜେନେରାଲ୍ ଟିକେଟ୍ ବୁକିଂ ଉପରେ ମିଳୁଥିବା ୩% ର…

ସବୁକିଛି ହାସଲ କରିବା ପରେ, ସେହି ଗୋଟିଏ କଥା ‘ହିଟମ୍ୟାନ’ଙ୍କୁ ଜୀବନସାରା କନ୍ଦାଇବ! ରୋହିତ ଶର୍ମାଙ୍କୁ ଅବସର ନେବାକୁ…

ନୂଆଦିଲ୍ଲୀ,୧୭।୭: କ୍ରିକେଟ ପ୍ରଶଂସକମାନେ ନିଶ୍ଚିତ ଭାବରେ ଏହା ଜାଣିଥିବେ ଯେ ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ…

କଳିଯୁଗ ଶେଷକୁ ନେଇ ସତ ହେଉଛି କି ମାଳିକାର ଭବିଷ୍ୟବାଣୀ? ଜଗନ୍ନାଥ ମନ୍ଦିରର ଏହି ସଙ୍କେତ ବଢାଇଲା ଚିନ୍ତା!

ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଅନେକ ସ୍ଥାନରେ ଉଲ୍ଲେଖ ରହିଛି ଯେ କଳିଯୁଗର ଶେଷରେ ଭଗବାନ ଜଗନ୍ନାଥ ‘କଲ୍କି ଅବତାର’ ରୂପରେ ପ୍ରକଟ ହେବେ ଏବଂ ପୁନର୍ବାର ‘ସତ୍ୟଯୁଗ’ର ସ୍ଥାପନା…

ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ, ଗୋଟି ଗୋଟି କରି ସବୁ କଥା କହିଦେଲେ ଦଇତାପତି ନିଯୋଗ ସମ୍ପାଦକ, ଜାଣନ୍ତୁ…

ପୁରୀ,୧୭।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ରଥ…

‘ମୁଁ ଖେଳିବା ଛାଡିଦେବି…’, କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କଲା ରୋହିତ ଶର୍ମାଙ୍କ….

ନୂଆଦିଲ୍ଲୀ,୧୭।୭: ୧୯ ଜୁଲାଇ ଦିନ ରୋହିତ ଶର୍ମା ନିଜ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri