ଅଢେଇ ବର୍ଷରେ ଗଲାଣି ୯୬୨ଜଣଙ୍କ ଜୀବନ

ଛତ୍ରପୁର,୧୫ା୬(ଡି.ଏନ.ଏ)-ଗଞ୍ଜାମ ଜିଲା ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥ, ରାଜ୍ୟ ଏନଏଚ୍‌, ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ କେତେକ ମୁଖ୍ୟ ରାସ୍ତାରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି। ଫଳରେ ଅକାଳରେ କେତେଜଣଙ୍କ ଜୀବନ ଚାଲିଯାଉଛି। ଆଉ କେତେଜଣ ଗୁରୁତର ଆହତ ମଧ୍ୟ ହେଉଛନ୍ତି। ଦୁର୍ଘଟଣାକୁ ନେଇ ବିଭିନ୍ନ ସମୟରେ ରାସ୍ତା ଅବରୋଧ ସହ ଆନ୍ଦୋଳନ କରାଯାଇ କେଉଁଠି ହମ୍ପସ ତ କେଉଁଠି ରାସ୍ତାର ଡିଜାଇନ୍‌ ଠିକ୍‌ ନ ଥିବା ଦର୍ଶାଇ ତାହାର ପୁନଃନିର୍ମାଣ ପାଇଁ ଦାବି ହେଉଛି। ଆନ୍ଦୋଳନକୁ ଦବାଇକୁ ଯାଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଉଛି। ମାତ୍ର ସେ ସବୁ କାର୍ଯ୍ୟକାରୀ ହେଉଥିବା ସମ୍ପର୍କରେ ସ୍ପଷ୍ଟ ଜଣାପଡୁନି। ସେପଟେ ସରକାରୀ ରିପୋର୍ଟ ଅନୁଯାୟୀ ଗତ ୨ ବର୍ଷ ୫ ମାସ ମଧ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ହୋଇଥିବା ଦୁର୍ଘଟଣାରେ ୯୬୨ ଜଣଙ୍କର ମୃତ୍ୟୁ ଘଟିଲାଣି। ୧୨୦୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ମଧ୍ୟ ହେଲେଣି। ଯାହାକି ଚିନ୍ତାଜନକ ବିଷୟ ହେଇଛି।
ସଡ଼କ ଦୁର୍ଘଟଣା ବଢୁଥିବାରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରି ଏହାକୁ କମାଇବା ପାଇଁ କେତେକ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରାଜ୍ୟ ସଡକ ସୁରକ୍ଷା କମିଟି ଗଠନ ହୋଇଥିଲା। ଏହାପରେ ପ୍ରତି ଜିଲାରେ ଜିଲା ସଡ଼କ ସୁରକ୍ଷା କମିଟି ଗଠନ ମଧ୍ୟ ହୋଇଛି। ଏହି କ୍ରମରେ ଗଞ୍ଜାମ ଜିଲାରେ ମଧ୍ୟ ଜିଲା ସଡ଼କ ସୁରକ୍ଷା କମିଟି କାର୍ଯ୍ୟ କରୁଛି। ଜିଲାପାଳ ଉକ୍ତ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଓ ବିଭିନ୍ନ କ୍ଷେତ୍ରର ଲୋକଙ୍କୁ ସଭ୍ୟ ଭାବେ ନିଆଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଏହି କମିଟିର ଆବାହକ। ଜିଲାର ଛତ୍ରପୁରଠାରେ ଉକ୍ତ କମିିଟିର ଗୋଟିଏ ପରେ ଗୋଟିଏ ବୈଠକ ବସୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନ ଓ ରାସ୍ତା ମରାମତି ଓ ଡିଜାଇନ୍‌ ବଦଳାଇବା ପାଇଁ କୁହାଯାଉଛି। ମାତ୍ର ସେସବୁ କାର୍ଯ୍ୟକାରୀ ହେଉ ନ ଥିବାରୁ ଦୁର୍ଘଟଣା କମୁନି। ଏନ୍‌ଏଚ୍‌ଏଆଇ ମଧ୍ୟ ଜିଲାପାଳଙ୍କ ତାଗିଦ୍‌ ଶୁଣୁ ନ ଥିବା ଦେଖିବାକୁ ମିଳିଛି।
ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବିଶ୍ୱାଳଙ୍କ ପକ୍ଷରୁ ଜିଲା ସଡକ ସୁରକ୍ଷା କମିଟିକୁ ଦେଇଥିବା ରିପୋର୍ଟ ଅନୁସାରେ ଚଳିତବର୍ଷ ମେ ମାସ ସୁଦ୍ଧା ଗଞ୍ଜାମ ଜିଲାରେ ୩୪୨ ଛୋଟ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୯୩ ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ଏନଏଚ୍‌-୧୬ରେ ହୋଇଥିବା ଦୁର୍ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ଏନଏଚ୍‌ରେ ୨୮, ରାଜ୍ୟ ରାଜପଥରେ ୧୦୨ ଏବଂ ଅନ୍ୟ ରାସ୍ତାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୩୪ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଜିଲାରେ ୨୦୧୯ ଜାନୁୟାରୀରେ ଦୁର୍ଘଟଣାରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଫେବୃୟାରୀରେ ୩୩, ମାର୍ଚ୍ଚରେ ୪୨, ଏପ୍ରିଲରେ ୩୩ ଓ ମେ ମାସରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ୨୦୧୮ରେ ଜିଲାରେ ୭୩୮ଟି ଦୁର୍ଘଟଣାରେ ୩୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮୯ଜଣ ଗୁରୁତର ହୋଇଥିଲେ। ସେହିବର୍ଷ ଜାନୁୟାରୀରୁ ମେ ସୁଦ୍ଧା ୩୫୭ଟି ଦୁର୍ଘଟଣାରେ ୧୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨୭ ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ୨୦୧୭ରେ ଜିଲାର ବିଭିନ୍ନ ସ୍ଥାନରେ ୭୧୬ ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫୫ ଜଣ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ କଟକଣା ମଧ୍ୟରେ ହେଲା ଝାମୁଯାତ୍ରା: ନିଆଁରେ ଚାଲିଲେ ମାନସିକଧାରୀ

ଗଞ୍ଜାମ,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏଲଏମା ମନ୍ଦିରରେ ଚଳିତ ବର୍ଷ ଝାମୁଯାତ୍ରା କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି। ଏ...

ବିବାହ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ

ପାଟପୁର,୨୮ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ଏକ ବିବାହ ଶୋଭାଯାତ୍ରାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି।...

ବିଲଡ଼ରଙ୍କୁ ୨୦ ଲକ୍ଷ ଦାଦାବଟି ମାଗିବା ମାମଲା :ପୂର୍ବତନ ମେୟର ପିଣ୍ଟୁ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧ା୧୦-ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବିଏମ୍‌ସିର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ସୋମବାର କଡା ସୁରକ୍ଷାରେ ଅଣାଯାଇ କୋର୍ଟରେ ହାଜର...

ଋଷିକୂଲ୍ୟାରେ ଭାସିଯାଇ ନିଖୋଜ ଥିବା ସିଲିଙ୍କ ମୃତଦେହ ଉଦ୍ଧାର

ଶେରଗଡ଼/ହିଞ୍ଜିଳିକାଟୁ,୨୬ା୮ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଋଷିକୂଲ୍ୟା ନଦୀକୁ...

ଜୁଆର ମାଡ଼ରେ ଭୁଷୁଡ଼ିଲା ନିର୍ମାଣାଧୀନ ଶୌଚାଳୟ

ଗୋପାଳପୁର,୨ା୯-ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ଗତ ୩ ମାସ ହେଲା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ...

ବେଆଇନ ଚିଙ୍ଗୁଡ଼ି ଚାଷ ଉଚ୍ଛେଦ ନିର୍ଦ୍ଦେଶ

ଛତ୍ରପୁର,୨୯ା୫(ଡି.ଏନ.ଏ.)-ଖାରି ଜଳ ଚିଙ୍ଗୁଡି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ। ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ...

ଗଞ୍ଜାମରେ ଅଡିଟ ପ୍ରଭାବ: କରୋନା ଜନିତ ମୃତ୍ୟୁ ୩୭୯କୁ ବୃଦ୍ଧି

ଛତ୍ରପୁର,୧୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି ଜିଲାର ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଅଡିଟ...

ପୁରୁଷୋତ୍ତମପୁରରେ ବିଭିନ୍ନ ବଜାର, ବସ୍‌ଷ୍ଟାଣ୍ଡକୁ ସିଲ କଲା ଏନ୍‌ଏସି ପ୍ରଶାସନ

ପୁରୁଷୋତ୍ତମପୁର, ୨୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୁରୁବାର ବିଭିନ୍ନ ବଜାରକୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ୍‌...

Advertisement
Archives

Model This Week