ଅଢ଼େଇ ମାସର ଅପହୃତ ଶିଶୁପୁତ୍ର ଉଦ୍ଧାର, ସମ୍ପର୍କୀୟଙ୍କ ଘରୁ ଉଠାଇ ନେଇଥିଲେ କାମ କରୁଥିବା ମହିଳା

ପାରାଦୀପ,୨୧।୪(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଲକପଡ଼ାରୁ ଅପହୃତ ହୋଇଥିବା ଅଢ଼େଇ ମାସର ଶିଶୁପୁତ୍ରଙ୍କୁ ବୁଧବାର ସକାଳେ ପୋଲିସ ଉଦ୍ଧାର କରିଛି। ଅପହରଣକାରୀ ମହିଳା ମାମିନା ସାହୁଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅପରାହ୍ନରେ ଶିଶୁପୁତ୍ର ଓ ତାଙ୍କ ମା’ବାପାଙ୍କୁ ଜିଲା ଶିଶୁ ମଙ୍ଗଳ ଅଧିକାରୀ ହସ୍ତାନ୍ତର କରିଛନ୍ତି। ତେବେ କେଉଁ କାରଣ ଲାଗି ମହିଳାଜଣଙ୍କ ଶିଶୁପୁତ୍ରଙ୍କୁ ଅପହରଣ କରି ନେଇଥିଲେ ସେ ବିଷୟରେ ପୋଲିସ ବିଶେଷ ସୂଚନା ଦେବାକୁ ମନା କରିଛି।

ସୂଚନାଯୋଗ୍ୟ, ଜଗତସିଂହପୁର ବାଲିକୁଦା ଥାନା ଅନ୍ତର୍ଗତ ତିତିରା ଗ୍ରାମର ଶତ୍ରୁଘ୍ନ ସାମଲ ଗତ ୧୭ ତାରିଖରେ ଶିଶୁପୁତ୍ରକୁ ନେଇ ପାରାଦୀପ ବୁଲିବାକୁ ଆସିଥିଲେ। ଲକପଡ଼ାର କୃଷ୍ଣ ପୃଷ୍ଟି ତାଙ୍କର ସମ୍ପର୍କୀୟ ହୋଇଥିବାରୁ ତାଙ୍କ ଘରେ ରହିଥିଲେ। ତେବେ ପୃଷ୍ଟିଙ୍କ ଘରେ କାମ କରୁଥିବା ମାମିନା ୧୮ ତାରିଖରେ ଶିଶୁପୁତ୍ରକୁ ନେଇ ଫେରାର ହୋଇଯାଇଥିବା ଶତ୍ରୁଘ୍ନ ଅଭିଯୋଗରେ ଦର୍ଶାଇଛନ୍ତି। ମାମିନା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ସୁନିତୀ ଗ୍ରାମର ସପନ ମାନ୍ନାଙ୍କ ଘରେ ଶିଶୁଟକୁ ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋକ ଉପାସରେ ବୁଲୁଛନ୍ତି ଅସହାୟ ବୃଦ୍ଧ

ଅତାବିରା,୪।୪(ଡିଏନଏ)- ବରଗଡ଼ ଜିଲା ଗୋଡଭଗା-ତୁରୁମ ରାସ୍ତାର ଉଦେପୁର ଛକରେ ଜଣେ ଅସହାୟ ବୃଦ୍ଧ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। କିଛି କହିପାରୁ ନଥିବା ଯୋଗୁଁ ତାଙ୍କ...

ଆଜି ଆଉ ୭ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି

ଭୁବନେଶ୍ୱର,୨୭ା୭(ବ୍ୟୁରୋ) : ସୋମବାର ରାଜ୍ୟରେ କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି ପାଇଥିବା...

ପଞ୍ଚୁକ ପଡ଼ିଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ: ୨୫ ବର୍ଷ ପରେ ୨୦୨୦ ନଭେମ୍ବର ୨୭ରେ

କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଲେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି...

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ଖୋଳି ଚୋରି ଉଦ୍ୟମ

ଭଣ୍ଡାରିପୋଖରୀ,୨୯।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାରଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ଖୋଳି ଶନିବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଥିବାବେଳେ ବ୍ୟାଙ୍କକୁ...

କରୋନା ସଚେତନ ଜନଜାତି ସାହି ଆରମ୍ଭରେ ଦେଲେ ବାଡ଼

ରାୟଗଡ଼ା ଅଫିସ,୪।୪: କରୋନା ଲକ୍ ଡାଉନକୁ ସାଧାରଣ ଲୋକଙ୍କ ସହ ଅନେକ ଶିକ୍ଷିତ ମଧ୍ୟ ମାନୁ ନ ଥିବା ବେଳେ ରାୟଗଡ଼ା ସହରରେ ଥିବା ଜନଜାତିଙ୍କ...

ଘରକୁ ଫେରିଲେ ଅର୍ଚ୍ଚନା

ଭଦ୍ରକ ଅଫିସ,୧୦ା୩: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ସେମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ। ତାଙ୍କ ସହ ଓଡ଼ିଶାରୁ ଶତାଧିକ...

୨ ବିଷାକ୍ତ ସାପ ଉଦ୍ଧାର

ଢେଙ୍କିକୋଟ, ୧୭ା୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଖଣ୍ଟ ଘର ପଞ୍ଚାୟତ କାଶିବେଡା ଗ୍ରାମରୁ ଗୁୁରୁବାର ଅପରାହ୍ନରେ ୨ଟି ବିଷଧର ସାପକୁ ବନବିଭାଗ ତରଫରୁ...

ସଡ଼କ ଦୁର୍ଘଟଣା ରୋକିବାକୁ ନୂଆ ବ୍ୟବସ୍ଥା: ପ୍ରଥମ ୪୮ଘଣ୍ଟା ପାଇଁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ଓଡ଼ିଶାରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ ତାଗିଦ୍‌ ସତ୍ତ୍ୱେ ସଡ଼କ ସୁରକ୍ଷା କ୍ଷେତ୍ରରେ ସେତେଟା ଉନ୍ନତି ଆଣିବାରେ ପରିବହନ...

Advertisement
Archives

Model This Week