ଅଜନା ରୋଗ୍‌ରେ ଦିବ୍ୟାଙ୍ଗ ପାଲଟିଛନ୍‌ ଭାଇବହେନ୍‌

 

କୋମନା, ୧୪।୩ (ଡି.ଏନ୍‌.ଏ.)-
ରାଏଜ୍‌ ସରକାର ଅସାହା, ଗରିବ ଦୁଖି, ଭିନ୍ନକ୍ଷମମାନକୁ ଭିନେ ଭିନେ ଯୋଜନାରେ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକଁର ଖାମ୍‌ଖିଆଲି ମନଭାବ ଲାଗି ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ସରକାରକଁର ଇ ମହତ୍‌ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା କୋମନା ବ୍ଲକ ନୂଆଗଁା ପଁଚେତ୍‌ କାଲିମାଟି ଗଁାରେ।
ସୂଚନା ଅନ୍‌ସାରେ କାଲିମାଟି ଗଁାର ରଘୁନାଥ ହାତୀ(୬୦)। ପରିବାର କହେଲେ ମାଏକିନା ଲାଲଦେଈ(୫୫), ତିନ୍‌ ପୁଓ ପୀତାମ୍ବର, କ୍ଷୀରସିନ୍ଧୁ, ଚିତ୍ତରଞ୍ଜନ ଆର ଦୁଇ ଝି’ ଗୋଲାପୀ(୩୨), ଭାଗ୍ୟବତୀ(୧୫)କୁଁ ନେଇ ସଁସାର। ରଘୁନାଥ ଦୁଖ୍‌ସୁଖ କରି ସବୁ ଝି’ପୁଓକୁଁ ଥାନୀଅ ସ୍କୁଲରେ ପାଠ୍‌ ପଢ଼ଉଥିଲେ। ହେଲେ ୨୦୦୫-୦୬ ସାଲେ ହଠାତ୍‌ ବଡ଼ପୁଓ ପୀତାମ୍ବର ଆର ବଡ଼ ଝି’ ଗୋଲାପୀକଁର ଦିହିପା ଖରାପ ହେଲା। ଦୁଇ ଝି’ପୁଓକେ ରଘୁନାଥ ନୂଆପଡ଼ା ଜିଲା ମୁଖିଆ ଡାକ୍‌ତରଖାନାରେ ଭରତି କରିଥିଲେ। ସେଠାନେ ଡାକ୍‌ତର ଦିନାକେତେ ଚିକିଛା କଲା ଉତାରୁ କଟକ ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଥିଲେ। କଟକ ବଡ଼ ଡାକ୍‌ତରଖାନାରେ ରଘୁନାଥ ଝି’ପୁଓକେ ରଖି ୨୩ ଦିନ ଧରି ଚିକିଛା କରେଇଥିଲେ। ହେଲେ ତାକର ଦିହିପାରେ କିଛି ଫରକ୍‌ ନାଇଁ ପଡ଼ଲା। ଇଆଡ଼େ ଟଁକା ପଏସା ଅଭାବୁ ରଘୁନାଥ ଝି’ପୁଓକେ ଧରି ଘରକେ ଫିରି ଆଏଲେ। ସେଦିନ୍‌ଠାନୁ ଦୁଇ ଝି’ପୁଓ ଚିକିଛା ଅଭାବୁ ଘରେ ଭିନ୍ନକ୍ଷମ ଜୀବନ୍‌ ବିତଉଛନ୍‌। ଇଆଡ଼େ ଉନିଅଁା ଦୁଇ ପୁଓକଁରନେ ବି ଏନ୍‌ତା ସବୁ ଲକ୍ଷନ ଦେଖା ଦେଉଥିବାରକେ ନେଇ ରଘୁନାଥ ଭାଂଗି ପଡ଼ିଛନ୍‌। ପୀତାମ୍ବର ଆର ଗୋଲାପୀକଁର ଚିକିଛା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ପଡ଼ୁଥିଲାବେଲେ ରଘୁନାଥ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀକୁଁ ଚିଠି ଲେଖି ସାହାଯ୍‌ ଆଶ୍‌ରେ ରହିଛନ୍‌। ଇଆଡ଼େ ମା’ବାପ୍‌ ଦୁଇ ଭିନ୍ନକ୍ଷମ ଝି’ପୁଓର ସେବାଯତନ ଲାଗି କାହିଁ ଯାଇଆସି ନାଇଁପାରବାର। ଏନ୍‌ତା କି ରଘୁନାଥ ନିଜର ୩ ଏକର ଜମିକେ ଚାଷ କରି ନାଇଁପାରବାର। ଦୁଇ ଦିବ୍ୟାଙ୍ଗ ଭାଇବହେନ୍‌ ମାସିକ ୫ଶହ ଟଁକା ଲେଖେଁ ଭତା ପାଉଥିଲାବେଲେ ବାକି ସବୁ ପରକାର ସରକାରୀ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ୨୦୧୪ ସାଲେ ରଘୁନାଥ ୭୫ ହଜାର ଟଁକାର ଗୁଟେ ଇନ୍ଦିରା ଆବାସ ଘର ପାଇଥିଲେ। ହେଲେ ଟଁକା ପଏସା ଅଭାବୁ ଏହେଦେ ବି ଘରଟା ଦରଖଁଡ଼ିଆ ହେଇ ପଡ଼ିଛେ। ଏନ୍‌ତାଥି ଉପେ ଶୂଇନ୍‌ ମା’ବାପ୍‌ ଗଣମାଧ୍ୟମ ଜରିଆରେ ଝି’ପୁଓକେ ଚିକିଛା ସାହାଯ୍‌ ସଂଗେ ସବୁ ପରକାର ସରକାରୀ ସୁବିଧା ଯୁଗେଇ ଦେବାକେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ କୋମନା ବିଡିଓ ଶ୍ୟାମଳ କୁମାର ରୟକୁଁ ପଚ୍‌ରାଲାରୁ ମୁଇଁ ୬ ମାସ ଭିତରେ ଦୁଇ ଥର କାଳିମାଟି ଗଁାକେ ଯାଇଛେଁ। ଇ ଭାଇବହେନ୍‌ର ସମସିଆ ପଚାରି ବୁଝିଛେଁ। ସେମାନକୁ ସରକାରୀ ସୁବିଧା ସୁଯୋଗ ଦେବାର ଦିଗେ ପଦକ୍ଷେପ ନିଆଯାଉଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଫ୍ରେଣ୍ଡ କରିଦେବାରୁ ଏଭଳି ପ୍ରତିଶୋଧ ନେଲେ ଯୁବକ

ସମ୍ବଲପୁର,୨୫ା୯(ବ୍ୟୁରୋ): ଯୁବତୀଙ୍କ ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଥିବା ଅଭିଯୋଗରେ ସମ୍ବଲପୁର ଜିଲା ସାଇବର ଥାନା ପୋଲିସ ଧନୁପାଲି ଥାନା ଅଞ୍ଚଳରୁ ଜଣେ...

ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟାବସ୍ଥା ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଅଜିତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ...

କଳାକାରଙ୍କ ତଥ୍ୟ ରଖିବ ‘ଆମ ଶିଳ୍ପୀ: ଆମ ଗର୍ବ’

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ପାରମ୍ପରିକ କଳା ଓ କଳାକାରଙ୍କ ବିକାଶ ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। କଳା ଓ...

ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୬।୫(ବ୍ୟୁରୋ):  ଆଜି ସକାଳ ୮.୩୦ରେ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ରବିବାର ଏହା ଲଘୁଚାପର ରୂପ ନେବ । ଆସନ୍ତା...

ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନ: ଆଉଟ୍‌ଡୋର ବର୍ଜନ କଲେ କନିଷ୍ଠ ଡାକ୍ତର

ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ, ୧୮।୬: କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ସୋମବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟର ପ୍ରଭାବ ଏସ୍‌ସିବି...

ବାଘଛାଲ ଜବତ: ଜଣେ ଗିଣଫ

  ଭୁବନେଶ୍ୱର,୫।୧୧(ବ୍ୟୁରୋ): ଏସ୍‌ଟିଏଫ୍‌ ପଞ୍ଝାରେ ବାଘଛାଲ ବେପାରୀ ଧରାପଡ଼ିଛନ୍ତି। ଏହା ସହ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଭାଗବତ ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ...

୮୫ ବର୍ଷ ବୟସରେ ବି ଚଳଚଞ୍ଚଳ ବେଳାଭୂମି ସଫେଇ ପାଇଁ ଶକୁବାଇ ସମ୍ମାନିତ

ପୁରୀ ଅଫିସ, ୩୦।୭: ପର୍ଯ୍ୟଟନ ସହର ପୁରୀକୁ ପ୍ରତ୍ୟହ ଦେଶ ବିଦେଶର ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀକ୍ଷେତ୍ର ବୁଲିବାକୁ ଆସି ସେବା...

ଶହୀଦ ଡାକ୍ତରଙ୍କୁ ସଲାମ

ନିଜ ଦେଶର ମଙ୍ଗଳ ପାଇଁ ଯେ ଜୀବନ ଦିଏ ତାହାଙ୍କୁ ଶହୀଦ୍‌ କୁହାଯାଏ। ଜଣେ ନିଜର ବିଚାରଧାରା ପାଇଁ କୌଣସି ବିରୋଧୀ କିମ୍ବା ଶତ୍ରୁ ଦ୍ୱାରା...

Advertisement
Archives

Model This Week