ଅଜଣା ରୋଗ କବଳରେ ନିକିତା: ବଙ୍କେଇଯାଉଛି ଶରୀର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ; ସହାୟତା ଅପେକ୍ଷାରେ ପରିବାର

ବରଗଡ଼ ଅଫିସ୍‌,୧୨।୫- ଶିଶୁକନ୍ୟାର ନାଁ ନିକିତା। ବୟସ ଏକବର୍ଷ। ବରଗଡ଼ ଜିଲା ପାଇକମାଲ ଥାନା ଯୋଗୀନ୍ଦ୍ରନାଥପୁର ଗ୍ରାମର ମା ଭାନୁମତୀ ଓ ବାପା ଉଦ୍ଧବ ଗୁଣ୍ଡିଙ୍କ କନ୍ୟା ସେ । ନିକିତାଙ୍କ ବୟସ ଯେଭଳି ବଢ଼ି ଚାଲିଛି, ତାଙ୍କ ଶରୀର ସେଭଳି ବଙ୍କେଇ ଯାଉଛି । ସିଧାସଳଖଭାବେ ସେ ରହି ପାରୁ ନାହାନ୍ତି । ଏକମାତ୍ର ଶିଶୁକନ୍ୟାର ଏଭଳି ସ୍ବାସ୍ଥ୍ୟାବସ୍ଥା ପରିବାର ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ଜମିବାଡ଼ି ବୋଇଲେ କିଛି ନାହିଁ । ଦାଦନ ଖଟି ସେମାନେ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । ଗତପ୍ରାୟ ତିନିମାସ ତଳୁ ତେଲେଙ୍ଗାନାରୁ ଦାଦନ ଖଟି ସେମାନେ ଘରକୁ ଫେରିଛନ୍ତି ।

ଅନ୍ୟପଟେ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ସେଭଳି ବିଗିଡ଼ି ଚାଲିଛି । ଦାଦନ ପରିବାର ହୋଇଥିବା ଯୋଗୁ ଶିଶୁକନ୍ୟାର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ମଧ୍ୟ ସେମାନଙ୍କ ପକ୍ଷରେ ସମ୍ଭବ ହୋଇ ନାହିଁ । ଫଳରେ ଆବଶ୍ୟକ ଚିକିତ୍ସା ଅଭାବରୁ ନିକିତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଆହୁରି ଦୁର୍ବଳ ହେବାରେ ଲାଗିଛି । ତେବେ ଶିଶୁକନ୍ୟାର ଏଭଳି ସ୍ବାସ୍ଥ୍ୟାବସ୍ଥା ଦେଖି ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଗତ ମାର୍ଚ୍ଚ ମାସରୁ ମୁଖ୍ୟମନ୍ତ୍ରୀ, ବରଗଡ଼ ଜିଲାପାଳ ପ୍ରମୁଖଙ୍କୁ ଟୁଇଟ୍‌ କରି ନିବେଦନ କରିଥିଲେ ।

ଏହାପରେ ଚିରାଚରିତ ଢ଼ଙ୍ଗରେ ବିଭାଗୀୟ ଅଧିକାରୀମାନେ ନିକିତାଙ୍କ ପାଖକୁ ପହଞ୍ଚିଥିଲେ । ନିକିତାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ବିଭିନ୍ନ ଫର୍ମ ମଧ୍ୟ ପୂରଣ କରିଥିଲେ । ସେହିପରି ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ମାତ୍ର ସମ୍ପୃକ୍ତ ଅଧିକାରୀଙ୍କ ଗସ୍ତକୁ ପ୍ରାୟ ଦୁଇମାସ ବିତି ଯାଇଛି, ଅଥଚ ଏପର୍ଯ୍ୟନ୍ତ ଶିଶୁକନ୍ୟାଙ୍କ କୌଣସି ଚିକିତ୍ସା ସେବା ମିଳିପାରି ନାହିଁ । କାଗଜ, କଲମରେ ସମ୍ପୃକ୍ତ ଅଧିକାରୀଙ୍କ ଚିକିତ୍ସା ସହାୟତା ସେଭଳି ଅଟକି ରହିଛି । ଅପରପକ୍ଷେ ଶିଶୁକନ୍ୟା ନିକିତା ଜୀବନ ସଂଘର୍ଷରେ ଥିବାବେଳେ ତାଙ୍କୁ କୋଳେଇ ଏହି ଦାଦନ ପରିବାରର ରୋଜଗାର ମଧ୍ୟ ବନ୍ଦ ହୋଇ ଯାଇଛି । ଏଭଳି ସ୍ଥଳେ ନିକିତାର ଚିକିତ୍ସା ପାଇଁ ପରିବାର ଲୋକେ ସରକାରୀ ସହାୟତା କିମ୍ବା କୌଣସି ସହୃଦୟ ଲୋକଙ୍କ ସହଯୋଗକୁ ଚାହିଁ ବସିଛନ୍ତି । ତାହା ହୋଇ ପାରିଲେ ଶିଶୁକନ୍ୟା ନିକିତା ମୁହଁରେ ହସ ଫୁଟି ପାରିବ ବୋଲି ଆଶା ରଖି ପରିବାର ଲୋକେ ସହାୟତା, ସହଯୋଗକୁ ଚାହିଁ ବସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?