ଅଜଣା ରୋଗ:୧୦ ଗୋରୁ ମୃତ, ୫୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରଣପୁର,୨୬।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ଗୋରୁଙ୍କୁ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୫ଦିନ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ଘଟିଥିବାବେଳେ ୫ଶହରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇପଡିଛନ୍ତି।
ରୋଗରେ ଆକ୍ରାନ୍ତ ଗୋରୁଙ୍କ ଗୋଡ଼, ମୁହଁ ପ୍ରଥମେ ଫୁଲିଯାଉଛି । ବିଭିନ୍ନ ସ୍ଥାନ କ୍ଷତ ହୋଇ ଘା ହୋଇଯାଉଛି । ପରେ ଗାଈଗୋରୁ ମାନ୍ଦା ହୋଇ ଅଚେତ ହେଲା ପରି ରହୁଛନ୍ତି। କେତେକ ମରିଯାଉଥିବାବେଳେ ଆଉ କିଛି ଚିକିତ୍ସା ପରେ ଭଲ ହୋଇଯାଉଛନ୍ତି । ରଣପୁର ସହରର ପାମ୍ପଡା ଓ ହଂସରାରେ ଅଜଣା ରୋଗରେ ସର୍ବାଧିକ ଗୋରୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ନେଇ ରଣପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଜଗଦୀଶ ମିଶ୍ର କୁହନ୍ତି, ଗୋରୁମାନେ ଆକ୍ରାନ୍ତ ହେବା ଜାଣିଲା ପରେ ଚିକିତ୍ସାକୁ ତ୍ୱରାନ୍ବିତ କରିଛୁ । ରୋଗ ନିୟନ୍ତ୍ରଣାଧୀନ ରହିଛି। ଏହା ଏକ ଭୂତାଣୁଜନିତ ରୋଗ ବୋଲି ଡ. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲଡ୍‌ ବ୍ୟାଙ୍କ ପ୍ରତିଷ୍ଠା ଦିବସ: କୁପନ ଦେଲେ ବି ମିଳୁନି ରକ୍ତ

ନୟାଗଡ଼ ଅଫିସ, ୭।୭-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବ୍ଲଡ଼ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଶନିବାର ସିଡିଏମ୍‌ଓଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ବ୍ଲଡ଼ ବ୍ୟାଙ୍କ...

ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କ ସ୍କଲାରଶିପ୍‌ରେ ହେବନାହିଁ କୌଣସି ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କ ପୋଷ୍ଟ ମାଟ୍ରିକ୍‌ ସ୍କଲାରଶିପ୍‌ରେ କୌଣସି ପରିବର୍ତ୍ତନ ହେବ ନାହିଁ। ଛାତ୍ରୀଛାତ୍ର ପ୍ରଚଳିତ ହାରରେ ସ୍କଲାରଶିପ୍‌ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ...

ଯାଜପୁରର ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରକାଶ, ୩ ଜଣଙ୍କୁ ସଂକ୍ରମିତ କରିଛନ୍ତି ୭୩ ନଂ ଆକ୍ରାନ୍ତ

ଭୁବନେଶ୍ୱର,୨୫ା୪(ବ୍ୟୁରୋ) : ଯାଜପୁରର ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଶନିବାର ସନ୍ଧ୍ୟାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଆକ୍ରାନ୍ତ ନଂ ୮୪,...

ଗଞ୍ଜାମ ଏନଏସିର ନୂତନ ଇଓ ଭାବେ ଦାୟିତ୍ୱ ନେଲେ ନରେନ୍ଦ୍ର ପ୍ରଧାନ

ଗଞ୍ଜାମ,୧୮।୨(ଡି.ଏନ.ଏ.): ଗଞ୍ଜାମ ଏନଏସିରେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଇଓ) ନରେନ୍ଦ୍ର ପ୍ରଧାନ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ପୂର୍ବରୁ ସେ ବେଲଗୁଣ୍ଠା ଏନଏସି ଥିଲେ।...

କୁମ୍ପି ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କା ଦାନକଲେ ଭଉଣୀ-ଭାଇ

ତାଳଚେର,୧୯ା୪(ନି.ପ୍ର.): କରୋନା ମୁକାବିଲା ପାଇଁ ସାରା ଦେଶ ଆଜି ଏକାଠି ହୋଇଛି । କରୋନା ଯୁଦ୍ଧରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା...

ସିଦ୍ଧ ମହାବୀର ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି

ପୁରୀ ଅଫିସ, ୨୩।୭ : ପୁରୀ ଜିଲାର ପ୍ରସିଦ୍ଧ ସିଦ୍ଧ ମହାବୀର ମନ୍ଦିର ହୁଣ୍ଡିରୁ ସୋମବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ଏ...

ଚିନ୍ତା ବଢ଼ାଉଛନ୍ତି ସୁରଟ ଫେରନ୍ତା: ମୟୁରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି

ବାରିପଦା ଅଫିସ,୯।୫: ମୟୁରଭଞ୍ଜ ଜିଲାରେ ଶନିବାର ସକାଳେ ଆଉ ୩ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ କପ୍ତିପଦା ବ୍ଲକର ହୋଇଥିବା...

ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପୋତିଦେଲେ ଡ୍ରେନ୍‌:ଘରେ ପଶୁଛି ନର୍ଦ୍ଦମା ପାଣି

ଭୁବନ, ୪।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଡ୍ରେନ୍‌ଗୁଡ଼ିକ ଆବର୍ଜନାରେ ଭର୍ତ୍ତି ହୋଇ ରହିଥିବାରୁ ନର୍ଦ୍ଦମା ପାଣି ନିଷ୍କାସନରେ ବାଧା...

Play 250+ Trending Games
Archives

Model This Week

Why Dharitri