ଅଙ୍ଗନଓ୍ବାଡି ଶିଶୁଙ୍କୁ ନିମ୍ନମାନର ଖାଦ୍ୟ: ଦିଆଗଲା ପୋକଖିଆ, ଫିମ୍ପି ଚାଉଳର ଭାତ

ନୂଆଗାଁ,୧୭।୧୦ (ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ପୋକଖିଆ, ଫିମ୍ପିଲଗା ଚାଉଳର ଭାତ ଦିଆଯାଉଛି। ବୁଧବାର ଏହା ଜଣାପଡିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସମନ୍ବିତ ଶିଶୁ ବିଭାଗ ତରଫରୁ ଖାଦ୍ୟ ଦିଆଯାଉଥିବାବେଳେ ବିଭାଗୀୟ ଅଧିକାରୀଙ୍କ ନୀରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଙ୍ଗନଓ୍ବାଡି କେନ୍ଦ୍ରରେ ୩୩ ଜଣ ଶିଶୁ ପଢୁଥିବା ବେଳେ ସେମାନଙ୍କ ଦାୟିତ୍ୱରେ ଅଛନ୍ତି ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ଜଣେ ସହାୟିକା । ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଥିବା ନେଇ ବିଭାଗୀୟ ଅଧିକାରୀମାନେ କହୁଥିବା ବେଳେ ଶିଖରଗୋଛା ଅଙ୍ଗନଓ୍ବାଡି କେନ୍ଦ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରତିଦିନ ଶିଶୁମାନଙ୍କୁ ଠିକ୍‌ ଭାବରେ ପୁଷ୍ଟିକର ଖାଦ୍ୟ ଦିଆଯାଉ ନଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ସୁପରଭାଇଜର ଓ ଅଧିକାରୀ ତାହାକୁ ଘଣ୍ଟ ଘୋଡାଇବା ସହ ସବୁ ଠିକ୍‌ ଚାଲିଥିବା କହୁଥିଲେ । ବୁଧବାର ଜଣେ ଅଭିଭାବକ ତାହାର ସତ୍ୟତା ଜାଣିବା ପାଇଁ କେନ୍ଦ୍ରକୁ ଯିବାରେ ଯାହା ଦେଖିଲେ ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ରନ୍ଧା ଯାଇଥିବା ଭାତ ଦେଖିବା ପରେ କେଉଁଠୁ ଚାଉଳ ଆଣି ରୋଷେଇ କରିଛ ବୋଲି ଅଙ୍ଗନଓ୍ବାଡି କର୍ମୀଙ୍କୁ ପଚାରିବାରେ ସେ ଚାଉଳ ଡ୍ରମକୁ ଦେଖାଇଥିଲେ । ସେଥିରେ ଥିଲା କେବଳ ପୋକଖିଆ, ପାଣିରେ ଭିଜି ରହିଥିବା ଫିମ୍ପି ଲଗା ଚାଉଳ । ଏପରି ଚାଉଳ ରୋଷେଇ କରି ଶିଶୁମାନଙ୍କୁ ଦେବା କାରଣ ବିଷୟରେ ସଂପୃକ୍ତ କର୍ମୀ ଗୌରୀ ବେହେରାଙ୍କୁ ପଚାରିବାରେ ଆମ ନିକଟରେ ଅନ୍ୟ କୌଣସି ଭଲ ଚାଉଳ ନଥିବାରୁ ଏହାକୁ ଧୋଇ ଆମେ ରୋଷେଇ କରିଛୁ ବୋଲି ସ୍ବୀକାର କରିଥିଲେ । ଜୁଲାଇ ୨୪ ତାରିଖରେ ୨ କୁଇଣ୍ଟାଲ ଚାଉଳ ଦିଆଯାଇଥିଲା ଏବଂ ତାହା ଶେଷ ହୋଇଯିବା ପରେ ଆଉ ଚାଉଳ ଦିଆଯାଇ ନଥିବା ସେ କହିଥିଲେ । ଏହି ଘଟଣା ପ୍ରଘଟ ହୋଇଯିବା ପରେ ସ୍ଥାନୀୟ ସରପଞ୍ଚ ଅସିତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚତ୍ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ଖବର ପାଇ ନୂଆଗାଁ ସୁପରଭାଇଜର ସଞ୍ଜୁ କହଁର ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ଅଧିକାରୀ ପରିଦର୍ଶନରେ ନ ଆସିବାରୁ ଏପରି ବିଶୃଙ୍ଖଳା ଦେଖାଦେଉଛି । କେବଳ ଶିଖରଗୋଛା ଅଙ୍ଗନଓ୍ବାଡି କେନ୍ଦ୍ର ନୁହେଁ ନୂଆଗାଁ ବ୍ଲକର ଅନେକ କେନ୍ଦ୍ରରେ ଏପରି ନିମ୍ନମାନର ଖାଦ୍ୟ ଦିଆଯାଉଥିଲେ ମଧ୍ୟ କୌଣସି ଅଧିକାରୀ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି । ସୁପରଭାଇଜରମାନେ କେନ୍ଦ୍ର ପରିଦର୍ଶନରେ ନ ଯାଇ ମଧ୍ୟ ପଛୁଆ ତାରିଖରେ ପରିଦର୍ଶନ ଖାତାରେ ଦସ୍ତଖତ କରୁଥିବା ଅଭିଯୋଗ ହେଉଥିବା ବେଳେ ତାହାର ଏକ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଦାବି ହେଉଛି। ଏ ବିଷୟରେ ନୂଆଗାଁ ସିଡିପିଓ ଦାୟିତ୍ୱରେ ଥିବା ନୟାଗଡ ସିଡିପିଓ ଆରତୀ ତ୍ରିପାଠୀଙ୍କୁ ପଚାରିବାରେ ମୁଁ ଗୁରୁବାର ନୂଆଗାଁ ଯାଇ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୫୪ ସରକାରୀ ସ୍କୁଲରେ ଶନିବାର ନୋ ବ୍ୟାଗ୍‌ ଡେ: ପୁତିଗୋପାଳପୁର ସ୍କୁଲରୁ ଶୁଭାରମ୍ଭ

ଛତ୍ରପୁର/ବ୍ରହ୍ମପୁର ଅଫିସ, ୮ା୩(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୪୫୪ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍‌ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ...

ସୂର୍କାବାଡ଼ି ପଞ୍ଚାୟତରେ ୩ କରୋନା ପଜିଟିଭ୍‌ ଚିହ୍ନଟ: ୩ ଗାଁକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ; ୯୬ ଘଣ୍ଟା ରହିବ ବଳବତ୍ତର

ନୟାଗଡ଼ ଅଫିସ/ରଣପୁର,୨୧।୬(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକର ସୂର୍କାବାଡ଼ି ପଞ୍ଚାୟତରୁ ରବିବାର ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୋଷ୍ଠୀ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି...

ଜୁନ ୨ରୁ ଯୁକ୍ତ ୨ ଖାତାଦେଖା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଯୁକ୍ତ ୨ ଖାତାଦେଖା ଜୁନ ୨ରୁ ଆରମ୍ଭ ହେବ। ରାଜ୍ୟର ସମୁଦାୟ ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ମୂଲ୍ୟାୟନ ହେବ। ଏହାବାଦ୍‌ ୩୭ଟି କେନ୍ଦ୍ରରେ...

ଶନିମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି: ପୋଲିସ,ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ପରେ ଖାଲି ହେଲା ମନ୍ଦିର

ଦେବଗଡ଼, ୨୧।୩ (ଡି.ଏନ.ଏ .): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି l ଆସନ୍ତା ଏପ୍ରିଲ ୧ ପର୍ଯ୍ୟନ୍ତ ରାଜ୍ୟରେ...

ଜାନୁୟାରୀରେ ପିସିସି ସଭାପତି ଘୋଷଣା ହେବ: ନିରଞ୍ଜନ

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀରେ ପିସିସି ସଭାପତି ଏବଂ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।...

ଆଜି ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରୁ ରାତି ୭ଟା ୪ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ...

କପିଳାସ ଚିଡ଼ିଆଖାନାର ନୂତନ ଅତିଥି ‘ହିରୋ’

ଢେଙ୍କାନାଳ ଅଫିସ, ୭ା୬-ସମ୍ବଲପୁର-ଦେବଗଡ଼ ଜିଲା ମଧ୍ୟବର୍ତ୍ତୀ ବାମରା ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ ଶାବକ କପିଳାସ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରର ନୂତନ ସଦସ୍ୟ ପାଲଟିଛି। ଏକ...

ୟୁଟ୍ୟୁବ୍‌ରେ ଓଡ଼ିଆ ପ୍ରତିଭା

ବାରିପଦା ଅଫିସ, ୧୨ା୭-ଆଗଭଳି ଆଉ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁନାହିଁ। ନିଜ ପ୍ରତିଭାକୁ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରେ...

Advertisement
Archives

Model This Week