ଅଗଷ୍ଟ ୧ରୁ କଲେଜ ପାଠପଢ଼ା

ନୂଆଦିଲ୍ଲୀ,୩୦ା୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୨୦୨୦-୨୧ ଶିକ୍ଷାବର୍ଷ ଲାଗି ବୁଧବାର ନୂଆ ଗାଇଡ୍‌ଲାଇନ ଜାରି କରିଛି। ଏହି ଗାଇଡ୍‌ଲାଇନ ଅନୁଯାୟୀ ପୁରୁଣା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବାବେଳେ ନୂଆ ପିଲାଙ୍କ ପାଇଁ ଶିକ୍ଷାଦାନ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ। ନୂତନ ଶିକ୍ଷାବର୍ଷ ଲାଗି କଲେଜ ଓ ବିଶ୍ୱବି୍ୟାଳୟରେ ନାମଲେଖା ଅଗଷ୍ଟ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। କରୋନା ସଂକ୍ରମଣ ଯୋଗୁ ଅଟକି ରହିଥିବା ପରୀକ୍ଷା ଜୁଲାଇ ଓ ଅଗଷ୍ଟ ମାସରେ କରିବାକୁ କୁହାଯାଇଛି।
ସେହିପରି କମ୍‌ ସମୟ ମଧ୍ୟରେ ପରୀକ୍ଷା ସାରିବା ପାଇଁ ବିଶ୍ୱବିଦ୍ୟାଳୟ ଚାହିଁଲେ ବିକଳ୍ପ ତଥା ସରଳ ପଦ୍ଧତି ଆପଣାଇପାରିବେ। ଏଥିପାଇଁ ପରୀକ୍ଷା ସମୟ ୩ ଘଣ୍ଟାରୁ ୨ ଘଣ୍ଟାକୁ କମାଯାଇପାରିବ। ଏଥିସହିତ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ପରୀକ୍ଷାରେ କୋହଳ କରାଯିବ। ଏହି ଗାଇଡ୍‌ଲାଇନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତାବ ସ୍ବରୂପ। ସେମାନେ ଆବଶ୍ୟକତା ଓ ପରିସ୍ଥିତିକୁ ଲକ୍ଷ୍ୟ କରି ବ୍ୟବସ୍ଥା ଗ୍ରହଣ କରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଦୁଇଟି ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ଏହି ଗାଇଡ୍‌ଲାଇନ ଜାରି ହୋଇଛି। ୬ ଦିନିଆ ସପ୍ତାହ ଢାଞ୍ଚା ଆପଣାଇବା ସହ ଅନଲାଇନ ଶିକ୍ଷା ଓ ଭିଡିଓ କନ୍‌ଫରେନ୍ସିଂ ସୁବିଧା ଉପଲବ୍ଧ କରାଇବାକୁ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦିଆଯାଇଛି। ସମସ୍ତ ଶିକ୍ଷକଙ୍କୁ ଟେକ୍‌ନୋଲୋଜି ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଫଳରେ ସେମାନେ ପାଠ୍ୟକ୍ରମର ୨୫ ପ୍ରତିଶତ ଅନ୍‌ଲାଇନରେ ଶିକ୍ଷା ଦେଇପାରିବେ। ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଗାଇଡ୍‌ଲାଇନରେ ପରିବର୍ତ୍ତନ, ସଂଶୋଧନ କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରକୁ ଜବାବ ମାଗିଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୯ା୨(ପି.ଟି.):କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଦଳର କେତେଜଣ ନେତା ଉତ୍ତେଜନାପୂର୍ଣ୍ଣ...

ଟୁଇଟରକୁ କେନ୍ଦ୍ର ସରକାରଙ୍କ ନୋଟିସ: ଆକାଉଣ୍ଟକୁ ଚାଲୁ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୧: ଟୁଇଟରକୁ କେନ୍ଦ୍ର ସରକାରଙ୍କ ଏକ ନୋଟିସ ଜାରି କରାଯାଇଛି। ହିଂସା ସୃଷ୍ଟି ପାଇଁ ବନ୍ଦ କରାଯାଇଥିବା ଆକାଉଣ୍ଟକୁ ପୁଣି ଚାଲୁ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

‘ଫୁଲ୍‌ ଟସ୍‌ ବଲ୍‌ ପକାଉଛନ୍ତି ଅଖିଳେଶ, ଚୌକା ମାରିଦିଅ’

ଲକ୍ଷ୍ନୌ,୨୧।୨: ଉତ୍ତର ପ୍ରଦେଶରେ ତିନିଟି ପର୍ଯ୍ୟାୟରେ ୧୭୨ଟି ଆସନରେ ଭୋଟ ଗ୍ରହଣ ସରିଛି। ଏବେ ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ନିର୍ବାଚନୀ...

ସୋମବାର ନାମାଙ୍କନ କରିବେ ଗେହଲଟ

ନୂଆଦିଲ୍ଲୀ,୨୧ା୯: କଂଗ୍ରେସରେ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ରେ ନିର୍ବାଚନ ହେବାକୁ ଯାଉଛି। ବରିଷ୍ଠ ନେତା ଶଶୀ ଥରୁରଙ୍କୁ ପ୍ରାର୍ଥୀ ହେବାରେ କୌଣସି ଆପତ୍ତି ନାହିଁ...

ଯୁବତୀଙ୍କ ପେଟରୁ ବାହାରିଲା ୭ କେଜି ଓଜରର ଚୁଟି

ରାଞ୍ଚି, ୨।୯: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ପେଟରୁ ୭...

ଭାଜପା ନେତାଙ୍କୁ ନିର୍ମମ ହତ୍ୟା, ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭ ।୭: କର୍ନାଟକର ଦକ୍ଷିଣ କନ୍ନଡ ଜିଲାରେ ଭାରତୀୟ ଜନତା ପାର୍ଟି(ଭଜପା) ଯୁବମୋର୍ଚ୍ଚାର କର୍ମୀ ପ୍ରବିଣ ନେଟ୍ଟାରୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।...

ଗାନ୍ଧୀ ଜୟନ୍ତୀରେ ଭାଜପାକୁ ଟାର୍ଗେଟ କଲେ ସୋନିଆ: ଗାନ୍ଧୀଙ୍କ ନାମ ନେବା ସହଜ,ତାଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବା କଷ୍ଟକର

ନୂଆଦିଲ୍ଲୀ୨।୧୦: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ବୁଧବାର ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସମଗ୍ର ଭାରତରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ...

ଭିଡିଓ ଜାରି କରି ଭାଜପା ଉପରେ ଅଭିଯୋଗ ଆଣିଲେ ଡିମ୍ପଲ

ଲକ୍ଷ୍ନୌ,୫ ।୧୨: ଉତ୍ତର ପ୍ରଦେଶର ମେନପୁରୀ ଲୋକ ସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଏହି ଆସନରେ ସମାଜବାଦୀ ପାର୍ଟି ମେଣ୍ଟ...

Advertisement
Archives

Model This Week