Posted inଫୁରସତ

ଅଗଷ୍ଟ କ୍ରାନ୍ତି ମୈଦାନ

ମୁମ୍ବାଇସ୍ଥିତ ଯେଉଁ ମୈଦାନ ବା ପଡିଆରେ ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନର ନାରାବାଜି ଦେଇଥିଲେ, ତାହା ପରବର୍ତ୍ତୀ ସମୟରେ ଅଗଷ୍ଟ କ୍ରାନ୍ତି ମୈଦାନ ଭାବେ ଜଣାଗଲା। ଅନ୍ୟପକ୍ଷେ ଏହା ଗୋଓ୍ବାଲିୟା ଟ୍ୟାଙ୍କ ମୈଦାନ ଭାବେ ବି ପରିଚିତ…

୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ମୁମ୍ବାଇସ୍ଥିତ ଏକ ମୈଦାନ ବା ପଡିଆରେ ସାର୍ବଜନିନ ସମ୍ମିଳନୀରେ ଭାରତ ଛାଡ ଆନ୍ଦୋଳନର ନାରାବାଜି ଦେଇଥିଲେ। ଯେଉଁ ପଡିଆରୁ ଗାନ୍ଧିଜୀ ଏହି ଅଭିଯାନର ମୂଳଦୁଆ ପକାଇଥିଲେ, ତାହା ବର୍ତ୍ତମାନ ଅଗଷ୍ଟ କ୍ରାନ୍ତି ମୈଦାନ ନାଁରେ ଜଣାଶୁଣା। ତେବେ ଏହି ଅଗଷ୍ଟ କ୍ରାନ୍ତି ମୈଦାନଟି ପୂର୍ବରୁ ଗୋଓ୍ବାଲିୟା ଟ୍ୟାଙ୍କ ମୈଦାନ ଭାବେ ଜଣାଶୁଣାଥିଲା। କାରଣ ପୂର୍ବରୁ ଏହି ସ୍ଥାନରେ ଗାଈମାନଙ୍କୁ ଗାଧୁଆ ଯାଉଥିଲା। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ‘ଗୋ-ଓ୍ବାଲିୟା’ ଶବ୍ଦଟି ମରାଠୀ ଭାଷା ‘ଗାଏ’ ଏବଂ ‘ଓ୍ବାଲା’ରୁ ଉଦ୍ଧୃତ। ମରାଠୀ ଭାଷାରେ ‘ଗାଏ’ ଶଦ୍ଧର ଅର୍ଥ ଗାଈ ଏବଂ ‘ଓ୍ବାଲା/ଓ୍ବାଲି’ର ଅର୍ଥ ଗାଈର ମାଲିକ। ତେଣୁ ଏଠାରେ ଥିବା ପାଣିଟାଙ୍କି ପାଖରେ ଗାଈମାନଙ୍କୁ ଗାଧୋଇ ଦେବା ପାଇଁ ପୁର୍ବରୁ ଗାଈ ମାଲିକମାନେ ଏଠାରେ ଭିଡ଼ ଜମାଉଥିଲେ। ଏବେ ବି ସେହି ପାଣି ଟାଙ୍କି ଏହି ମୈଦାନ ନିକଟରେ ଥିବାର ଦେଖିବାକୁ ମିଳିଥାଏ। ତା’ଛଡ଼ା ଏହି ମୈଦାନଟି ଏକଦା ମୁମ୍ବାଇରେ ଚାଲୁଥିବା ଟ୍ରାମ୍‌ଗୁଡ଼ିକର ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଷ୍ଟେଶନ ଥିଲା।

ମୈଦାନର ବର୍ତ୍ତମାନ ଅବସ୍ଥା
ବର୍ତ୍ତମାନ ଏହି ମୈଦାନଟି ପାଞ୍ଚ ଭାଗରେ ବିଭକ୍ତ। ତନ୍ମଧ୍ୟରୁ ସବୁଠୁ ବଡ଼ ଭାଗଟି ଖେଳ ପଡିଆରେ ପରିଣତ ହୋଇଛି, ଯେଉଁଠାରେ ମୁଖ୍ୟତଃ କ୍ରିକେଟ୍‌ ଖେଳାଯାଇଥାଏ। ଆଉ ବର୍ଷାଦିନେ ଫୁଟ୍‌ବଲ ଓ ଭଲିବଲ୍‌ ଖେଳିବା ପାଇଁ ଯୁବପିଢିଙ୍କର ଏଠାରେ ବେଶ୍‌ ଭିଡ଼ ଜମେ। ସେହିପରି ଆଉ ଏକ ଭାଗରେ ଛୋଟ ଛୋଟ ଛୁଆମାନଙ୍କ ଖେଳିବା ପାଇଁ ଛୋଟ ଖେଳପଡିଆଟିଏ ରହିଛି। ବୟସ୍କଙ୍କ ବସାଉଠା ପାଇଁ ଅନ୍ୟ ଏକ ଭାଗରେ ପାର୍କଟିଏ ବି ଗଢାଯାଇଛି। ଅନ୍ୟପକ୍ଷେ ନିକଟରେ ଥିବା ଫେଲୋଶିପ୍‌ ସ୍କୁଲ୍‌ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ବି ଏହି ମୈଦାନରେ ଗୋଟେ ଭାଗ ଛଡ଼ାଯାଇଛି। ଶେଷରେ ଆଉ ଏକ ଭାଗରେ ସ୍ମାରକୀ ସ୍ତମ୍ଭକୁ ସ୍ଥାନ ଦିଆଯାଇଛି। ଆଉ ଏହି ସ୍ମାରକୀ ସ୍ତମ୍ଭ ନିକଟରେ ପ୍ରତିବର୍ଷ ସେହି କ୍ରାନ୍ତିକାରୀ ଘଟଣାକୁ ସ୍ମରଣ କରି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ, ଯାହାକୁ ଦେଖିବା ପାଇଁ ଲୋକମାନଙ୍କର ଏଠାରେ ବେଶ୍‌ ଭିଡ଼ ଜମେ।

କେବେ ଓ କେମିତି ଯିବେ
ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲିବାକୁ ଯାଇହେବ। ତେବେ ଖାସ୍‌ କରି ବିଭିନ୍ନ ସ୍ମରଣୀୟ ଦିବସ ସମୟରେ ଏଠାକୁ ଗଲେ ବିଶେଷ କାର୍ଯ୍ୟକ୍ରମଗୁଡ଼ିକୁ ଉପଭୋଗ କରିବାର ସୁଯୋଗ ମିଳିବ। ସେହିପରି ଏଠାକୁ ଯିବାପାଇଁ ବି ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ଗ୍ରାଣ୍ଟ ରୋଡ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ନିକଟତମ ରେଳଷ୍ଟେଶନ। ସେହିପରି ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଏଠାକାର ନିକଟବର୍ତ୍ତୀ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ରେ ବି ଆସି ସହଜରେ ଏହି ମୈଦାନ ନିକଟରେ ପହଞ୍ଚତ୍ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri