Posted inଖେଳ

ଅଗଷ୍ଟରେ ଫାଓ, ସେପ୍ଟେମ୍ବରରେ ଓସିଏ ନିର୍ବାଚନ : ଦୋଛକିରେ ସଞ୍ଜୟ, ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା

କଟକ ଅଫିସ,୬ା୭- ରାଜ୍ୟ କ୍ରୀଡ଼ା ଜଗତରେ ଯେଉଁ କେତୋଟି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ପ୍ରସଙ୍ଗ ସବୁଠାରୁ ଆଗରେ । ରାଜ୍ୟର ସବୁଠାରୁ ଶକ୍ତିଶାଳୀ କ୍ରୀଡ଼ା ସଂଘ ଓସିଏର ମୁଖିଆ କିଏ ହେବ ତାହାକୁ ନେଇ ଏବେ ଚାଲିଛି ଅଙ୍କକଷା। ଏକଦା ରାଜ୍ୟ କ୍ରିକେଟର ସର୍ବେସର୍ବା ବିବେଚିତ ହେଉଥିବା ଆଶୀର୍ବାଦ ବେହେରା ଏବେ ଓସିଏର କୌଣସି ପଦବୀରେ ନଥିଲେ ମଧ୍ୟ ଆସୋସିଏଶନ ଗଠନ କରିବାରେ ତାଙ୍କ ଭୂମିକା ହିଁ ସବୁଠାରୁ ଅଧିକ ରହିବ ବୋଲି ଚର୍ଚ୍ଚା ହେଉଛି । ଆଶୀର୍ବାଦ ବେହେରାଙ୍କ ପତିଆରା ଏବେ ବି ସତେଜ ଓସିଏରେ। ତେବେ ଆଶୀର୍ବାଦଙ୍କ ପୁଅ ତଥା ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ସମ୍ପାଦକ ସଞ୍ଜୟ ବେହେରାଙ୍କୁ ଓସିଏର ଭବିଷ୍ୟତ ମୁଖିଆ ଭାବେ ପ୍ରୋଜେକ୍ଟ କରାଯାଉଛି ବୋଲି କେତେକ କ୍ରୀଡ଼ା ସଙ୍ଗଠକ ମତ ଦେଇଛନ୍ତି । ଏ କଥାକୁ ଓସିଏ ସହ ଜଡ଼ିତ ଅନେକ ପୂର୍ବତନ କ୍ରୀଡ଼ା ସଙ୍ଗଠକ ଅସ୍ବୀକାର ମଧ୍ୟ କରିନାହାନ୍ତି । ହେଲେ ସଞ୍ଜୟଙ୍କ ପାଇଁ ଏବେ ଦୋଛକି ଅବସ୍ଥା ଉପୁଜିଛି । ଆଗାମୀ ଦୁଇ ମାସ ଭିତରେ ଉଭୟ ଫାଓ ଏବଂ ଓସିଏର ନିର୍ବାଚନ ଶେଷ ହେବ । ଦୀର୍ଘବର୍ଷ ଧରି ରାଜ୍ୟରେ ଫୁଟବଲର ବିକାଶ କରିଥିବା ସଞ୍ଜୟ ଫାଓ ହାତ ଛାଡ଼ି ଓସିଏ ସହ ଯୋଡ଼ି ହେବେ କିମ୍ବା ଫାଓର ଲଗାତାର ତୃତୀୟ ଥର ସମ୍ପାଦକ ହେବେ ତାହା ଦେଖିବାକୁ ବାକି ରହିଛି । ଆସନ୍ତା ୧୦ ତାରିଖରେ ରାଜ୍ୟ କ୍ରିକେଟ ଆସୋସିଏଶନ ଗୁଡ଼ିକର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ମଧ୍ୟ ରହିଛି । ଏହି ତାରିଖ ହିଁ ସଞ୍ଜୟଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି ।
୨୦୦୦ ଜୁନ ୨୫ ତାରିଖରେ କଟକର ପୁରୁଖା ରାଜନେତା ତଥା କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ଓସିଏର ସମ୍ପାଦକ ପଦବୀରେ ଅବସ୍ଥାପିତ ହୋଇଥିଲେ । ୧୬ବର୍ଷର ଦାୟିତ୍ୱ ପରେ ଗତ ୨୦୧୭ ଜାନୁୟାରୀ ୪ ତାରିଖରେ ଆଶୀର୍ବାଦ ବାଧ୍ୟବାଧକତାରେ ଏହି ପଦବୀ ଛାଡ଼ି ଥିଲେ। ଲୋଧା କମିଟିର ସୁପାରିଶ କ୍ରମେ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଆଶୀର୍ବାଦ ଓସିଏ ଛାଡ଼ିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତାଙ୍କ ବିନା ପରାମର୍ଶରେ ଓସିଏରେ କୌଣସି କାମ ଆଗେଇ ନାହିଁ । କାର୍ଯ୍ୟକାରୀ କମିଟି ଗଠନ ହୋଇ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଇତି ମଧ୍ୟରେ ଆୟୋଜନ ହୋଇଥିଲେ ମଧ୍ୟ ଅଭିଜ୍ଞ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦଙ୍କ ଉପସ୍ଥିତି ସବୁବେଳେ କାମରେ ଲାଗିଛି । ଓସିଏ ନିର୍ବାଚନ ତାରିଖ ଏଯାଏଁ ନିର୍ଦ୍ଧାରିତ ହୋଇନାହିଁ । ତଥାପି ଓସିଏ ଏହା ଆଉ ଅଧିକ ଦୂର ନୁହେଁ । ଆଗାମୀ ଓସିଏ ନିର୍ବାଚନରେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ହିଁ ବାପାଙ୍କ ପଦବୀ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ଆଶୀର୍ବାଦଙ୍କୁ ପଚରାଯାଇଥିଲେ ମଧ୍ୟ ସେ ସ୍ପଷ୍ଟ ଉତ୍ତର କେବେ ଦେଇ ନାହାନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରାଜ୍ୟ କ୍ରିକେଟ ସଂଘ ଗୁଡ଼ିକର ନିର୍ବାଚନ ନେଇ ଯୋଜନା ମଧ୍ୟ ଅଗ୍ରଗତି କରି ସାରିଲାଣି । କମିଟି ଅଫ ଆଡମିନଷ୍ଟେଟର(ସିଓଏ)ର ଘୋଷଣା ଅନୁଯାୟୀ, ଜୁଲାଇ ୧ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ଆସୋସିଏଶନ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ସହ ଅଗଷ୍ଟ ୧୪ ସୁଦ୍ଧା ନିର୍ବାଚନ ବିଧି ଓ ଭୋଟର ତାଲିକା ପ୍ରଚଳନ, ସେପ୍ଟେମ୍ବର ୧୪ ସୁଦ୍ଧା ରାଜ୍ୟ ଆସୋସିଏଶନ ଗୁଡ଼ିକର ନିର୍ବାଚନ ହେବ । ଏଣୁ ସେପ୍ଟେମ୍ବରରେ ଓସିଏ ନିର୍ବାଚନ ହେବା ଥୟ । ରାଜ୍ୟ କ୍ରିକେଟ ଆସୋସିଏଶନ ଗୁଡ଼ିକର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ତାରିଖ ରହିଛି । ଆଶାୟୀ ପ୍ରାର୍ଥିଙ୍କ ପାଇଁ ଏହି ତାରିଖଟି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ପାଲଟି ସାରିଲାଣି । ଶୁଣାଣିରେ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ପ୍ରାର୍ଥି ଚୟନ କରାଯିବ ତାହା ସ୍ପଷ୍ଟ ହେବ । ସଞ୍ଜୟଙ୍କ ପାଇଁ ମଧ୍ୟ ଆସନ୍ତା ୧୦ ତାରିଖ ଗୁରୁତ୍ୱପୂର୍ଣ୍ଣ ।
ଅନ୍ୟପକ୍ଷରେ ଓଡ଼ିଶା ଫୁଟବଲ ଆସୋସିଏଶନରୁ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଗଠନ ହେବା ଦିନ ଠାରୁ ସଞ୍ଜୟ ହିଁ ଏହାର ସମ୍ପାଦକ ଅଛନ୍ତି । ୨୦୧୦ ମସିହାରେ ଗଠନ ହୋଇଥିଲା ଫାଓ । ଶେଷଥର ନିମନ୍ତେ ୨୦୧୪ରେ ଫାଓ ନିର୍ବାଚନ ହୋଇଥିବା ବେଳେ ୨୦୧୮ରୁ ଏହାର କାର୍ଯ୍ୟକାଳ ଶେଷ ହୋଇ ସାରିଲାଣି । ହେଲେ ଏଯାଏଁ ନିର୍ବାଚନ କରାଯାଇନାହିଁ। ଖୁବଶୀଘ୍ର ଫାଓର ସମ୍ବିଧାନକୁ ଅବଲମ୍ବନ କରି କାଉନସିଲ ବୈଠକ ଡାକିବା ସହ ନିର୍ବାଚନ ତାରିଖ ଧାର୍ଯ୍ୟ ହେବ ବୋଲି ଫାଓ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri