ଅଖିଳ ଭାରତ ଡାକ ଭାରୋତ୍ତୋଳନ; ଯୁବକମାନେ ସକାରାତ୍ମକ ବିଶ୍ୱାସ ଜାଗ୍ରତ କରନ୍ତୁ : ରାଜ୍ୟପାଳ

ବ୍ରହ୍ମପୁର ଅଫିସ,୩୦ା୯-ସକାରାତ୍ମକ ଆତ୍ମବିଶ୍ୱାସ ଅସଫଳ କାର୍ଯ୍ୟକୁ ମଧ୍ୟ ସଫଳତାରେ ପରିଣତ କରିଥାଏ ା ନିଜ ଭିତରେ ଥିବା ସକାରାତ୍ମକ ବିଶ୍ୱାସ ଜାଗ୍ରତ କରିବା ଆବଶ୍ୟକ। ଯୁବକଙ୍କ ଦକ୍ଷତାର କୌଣସି ନିର୍ଦ୍ଦିଷ୍ଟ ପରିଧି ନାହିଁ। ତେଣୁ ଯୁବବର୍ଗ ନିଜ ପରିଚୟ ପରିବର୍ତ୍ତେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ା ଡାକ ବିଭାଗର ୩୫ତମ ସର୍ବଭାରତୀୟ ଭାରୋତ୍ତୋଳନ, ଶକ୍ତି ଉତ୍ତୋଳନ ଏବଂ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ରବିବାର ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି।
ହିଲ୍‌ପାଟଣାସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ୪ ଦିନ ଧରି ଚାଲିଥିବା ଡାକ ବିଭାଗର ୩୫ତମ ସର୍ବଭାରତୀୟ ଭାରୋତ୍ତୋଳନ, ଶକ୍ତି ଉତ୍ତୋଳନ ଏବଂ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ରବିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି ା ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ା ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରୋତ୍ତୋଳନ ଓ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ସହ ଯୋଡି ହୋଇ ରହିଥିବା ବ୍ରହ୍ମପୁରର ଐତିହ୍ୟ ଉପରେ ଆଲୋକପାତ କରିଥିଲେ ା ସମ୍ବଲପୁର ଜିଲା ଡାକପାଳ ଲଳିିତେନ୍ଦୁ ପ୍ରଧାନ, ମୁଖ୍ୟ ଡାକପାଳ ଡ. ସନ୍ତୋଷ କୁମାର କାମିଲା, ବ୍ରହ୍ମପୁର ମଣ୍ଡଳ ମହାଡାକପାଳ କଲୋନେଲ ଜଳେଶ୍ୱର କହଁର ପ୍ରମୁଖ ମଞ୍ଚାସୀନ ଥିଲେ ା ଏହି ଅବସରରେ ୧୯୨୧ରେ ଗାନ୍ଧିଜୀଙ୍କ ପ୍ରଥମ ବ୍ରହ୍ମପୁର ଗସ୍ତ ସ୍ମୃତି ଉପଲକ୍ଷେ ସେ ରହିଥିବା ମଧୁମନ୍ଦିର ପ୍ରତିଛବିର ଏକ ଲଫାପାକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ ା ତେବେ ଏହି ପ୍ରତିଯୋଗିତାରେ ଭାରୋତ୍ତଳନରେ ରାଜସ୍ଥାନ ସର୍କଲ ଚାମ୍ପିୟନ ହୋଇଥିବା ବେଳେ ଶ୍ରେଷ୍ଠ ଭାରୋତ୍ତୋଳନକାରୀ ଭାବେ ରାଜସ୍ଥାନର କପିଲଦେବ ରାଠୋର ପୁରସ୍କୃତ ହୋଇଥିଲେ। ଶକ୍ତି ଉତ୍ତୋଳନରେ ତାମିଲନାଡୁ ସର୍କଲ ଚାମ୍ପିୟନ ହୋଇଥିବା ବେଳେ ଶ୍ରେଷ୍ଠ ଶକ୍ତି ଉତ୍ତୋଳନକାରୀ ଭାବେ ମଧ୍ୟପ୍ରଦେଶର ଶୈଳେନ୍ଦ୍ର ସେବାତିଆ ପୁରସ୍କୃତ ହୋଇଥିଲେ ା ସେହିପରି ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡିଶା ପୋଷ୍ଟାଲ ସର୍କଲ ରନର୍ସଅପ ହୋଇଥିବା ବେଳେ ଓଡିଶା ସର୍କଲର ବିଶ୍ୱଜିତ ପ୍ରତିହାରୀ ଶ୍ରେଷ୍ଠ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୫୦୦ ସିମ୍‌ରୁ ଓଟିପି ପଠାଇଛନ୍ତି ଇକ୍‌ବାଲ

ଭୁବନେଶ୍ୱର,୨୩।୯(ସତ୍ୟଜିତ୍‌ ରାଉତ): ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଆସାମରୁ ଗିରଫ...

ବାଇକ୍‌-ସ୍କୁଟି ମୁହାଁମୁହିଁ : ଶିକ୍ଷୟିତ୍ରୀଙ୍କ ସହ କିରାଣିଙ୍କ ମୃତ୍ୟୁ

ଜି.ଉଦୟଗିରି ୨୬।୧୧(ଡି.ଏନ୍‌. ଏ.): କନ୍ଧଳମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ନିଲୁଙ୍ଗିଆଠାରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ପଲସର ବାଇକ୍‌ ଧକ୍କା...

ହାତ ଛାଡ଼ିଲେ ସ୍ମୃତିରେଖା

ଭୁବନେଶ୍ୱର,୬।୪(ବ୍ୟୁରୋ): କଂଗ୍ରେସ ଛାଡ଼ିଲେ ସ୍ମୃତିରେଖା ପହି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା...

ଧାରଣାରେ ବସିଲେ ସଫେଇ କର୍ମଚାରୀ

ଭଦ୍ରକ ଅଫିସ,୧୯/୮:ଭଦ୍ରକ ପୌରପାଳିକାର ସଫେଇ କର୍ମଚାରୀ ୧୦ ମାସର ଇପିଏଫ ଇଏସଆଇ ଟଙ୍କା ପାଇ ନ ଥିବାରୁ ଶୁକ୍ରବାର ସକାଳ ୬ଟାରୁ ଧାରଣାରେ ବସିଛନ୍ତି। ୩୦୦ରୁ...

ଚର୍ଚ୍ଚାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ମୃତଦେହ ବ୍ୟବଚ୍ଛେଦ କଲେ ଆୟୁଷ ଡାକ୍ତର

ପରଜଙ୍ଗ, ୨୫।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ମୃତଦେହ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) କରିଛନ୍ତି। ଏମ୍‌ବିବିଏସ୍‌ ଡାକ୍ତର ହିଁ ଶବ ବ୍ୟବଚ୍ଛେଦ କରିପାରିବେ...

ହାତୀ ଉଠାଇ ପାରି ନ ଥିଲା ଶିଳା

ଛେଣ୍ଡିପଦା, ୨୧ା୨(ଡି.ଏନ.ଏ.) – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିର ପଞ୍ଚାୟତ ପୁରୁଣାଗଡସ୍ଥିତ ଶ୍ରୀ ବରାଳ ବାଲୁଙ୍କେଶ୍ୱର ମନ୍ଦିରରେ ପାଳନ ହେବ ପ୍ରସିଦ୍ଧ ଜାଗର ଯାତ୍ରା।...

ଭାଇ ଭଉଣୀଙ୍କ ସହ ନନ୍ଦିଘୋଷରେ ଯାଆନ୍ତି ଜଗନ୍ନାଥ

ଶ୍ରୀଜଗନ୍ନାଥ ସଂସ୍କୃତିରେ ଆଦିବାସୀ ସଂସ୍କୃତିର ରହିଛି ନିବିଡ ସମ୍ପର୍କ । ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରାରେ ଆଦିବାସୀ ପରମ୍ପରା ଓ...

କେନ୍ଦ୍ରାପଡା ବିଧାୟକ ଶଶୀ ବେହେରାଙ୍କୁ କରୋନା

ଭୁବନେଶ୍ୱର,୧୨।୯-କେନ୍ଦ୍ରାପଡା ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସେ କୋଭିଡ ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଛି।...

Advertisement
Archives

Model This Week