ଅଖିମୁଠି ଅନୁକୂଳ ଲାଗି ବିହନ ନାହିଁ, ଖରିଫ ଧାନଚାଷ ପ୍ରଭାବିତ ଆଶଙ୍କା

ଭଦ୍ରକ ଅଫିସ,୨୬ା୪ : ଲକ୍‌ଡାଉନ୍‌ ସମୟରେ କୃଷିକ୍ଷେତ୍ର ଯେମିତି ପ୍ରଭାବିତ ନ ହେବ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ହେଲେ ଭଦ୍ରକ ଜିଲାର କୃଷି ବିଭାଗକୁ ଅଖିମୁଠି ଅନୁକୂଳ ଲାଗି ଏଯାବତ ଗୋଟିଏ ବସ୍ତା ବି ସରକାରୀ ଧାନବିହନ ଆସିନାହିଁ । ଆଜି ଅଖିମୁଠି କେମିତି ଅନୁକୂଳ କରିବେ ସେ ନେଇ ଚାଷୀମାନେ ଶଙ୍କା ବ୍ୟକ୍ତ କରିଛନ୍ତି । ଭଦ୍ରକ ଜିଲା କୃଷି ବିଭାଗ ଅଧିକାରୀ କିିରଣ କୁମାର ପରି ତଥ୍ୟ ମୁତାବକ, ଜିଲାରେ ଏବର୍ଷ ୧ ଲକ୍ଷ ୨୪ ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଚାଷୀମାନଙ୍କ ପାଇଁ ପ୍ରତିବର୍ଷ ୫ ହଜାରରୁ ୮ ହଜାର କ୍ୱିଣ୍ଟାଲ ପର୍ଯ୍ୟନ୍ତ ବିହନ ଆବଶ୍ୟକ ପଡୁଥିବା ବେଳେ ରାଜ୍ୟ ବିହନ ନିଗମ ମାର୍ଚ୍ଚ ସୁଦ୍ଧା ଏହାକୁ ଯୋଗାଇ ଦେଇଥାନ୍ତି । ମାତ୍ର କରୋନା କଟକଣା ଯୋଗୁ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ବିହନ ଆସିପାରିନାହିଁ । ଚଳିତବର୍ଷ ଜିଲା କୃଷି ବିଭାଗ ମାଧ୍ୟମରେ ଚାଷୀଙ୍କୁ ୭ ହଜାର କ୍ୱିଣ୍ଟାଲ ଧାନବିହନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ଚାଷୀ ନିଜସ୍ବ ଉଦ୍ୟମରେ ସାଇତି ରଖିଥିବା ବିହନ ଓ କିଣା ସରକାରୀ ବିହନକୁ ନେଇ ଧାନବୁଣା ତଥା ତଳିପକା କାମ ଆରମ୍ଭ କରିବେ । ମାତ୍ର ଏବେ ସୁଦ୍ଧା ଜିଲାକୁ ସରକାରୀ ବିହନ ତ ଆସିନାହିଁ, ବିହନ କିସମ ଅନୁସାରେ କାମ କଣ ରହିବ ତାହା ମଧ୍ୟ ରାଜ୍ୟ କୃଷି ବିଭାଗ ଏ ପର୍ଯ୍ୟନ୍ତ ଅବଗତ କରିନାହିଁ । ତେବେ ଏପ୍ରିଲ ଶେଷସୁଦ୍ଧା ଜିଲା କୃଷି ବିଭାଗକୁ ବିହନ ଆସିଯିବାର ସମ୍ଭାବନା ରହିଥିବା ଜିଲା କୃଷି ଅଧିକାରୀ ପ୍ରକାଶ କରିଛନ୍ତି । ଜିଲାର ୮୦ ପ୍ରତିଶତ ଲୋକ ଧାନଚାଷ ଉପରେ ନିର୍ଭରଶୀଳ । ଅଖିମୁଠି ପରେ ଧାନବୁଣା, ତଳିପକା ଆଦି ଚାଷକାମ ଜୋର୍‌ ଧରିଥାଏ । ଜିଲାରେ କରୋନା ଆତଙ୍କ ଖେଳାଇ ଦେଇଥିବାରୁ ଲୋକେ ପଦାକୁ ବାହାରୁନାହାନ୍ତି । ଯେଉଁଥିପାଇଁ ଭଦ୍ରକ ଜିଲାର ଚାଷୀମାନ ପ୍ରଭାବିତ ହୋଇଛନ୍ତି । ଏବେ ୩ ଦିନ ହେଲା ସରକାର କୃଷି କାର୍ଯ୍ୟକୁ କଟକଣାମୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ ଅଟକ

ଆନନ୍ଦପୁର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଅଟକ ଥିବା ଜଣାପଡ଼ିଛି। ଗୁରୁବାର...

ଗାଁ ଦାଣ୍ଡରେ ନୂଆଁଖାଇଲେ ୧୬୩ ପରିବାର

ସୁନ୍ଦରଗଡ,୨୧ା୯(ଜୟ ନାରାୟଣ ମେଣ୍ଡୁଳି): ଖରା, ବର୍ଷା, ଶୀତ, କାକରରେ ହାଡ଼ଭଙ୍ଗା ପରିଶ୍ରମ କରି ମାଟି ମା’ରୁ ଉତ୍ପାଦିତ ପ୍ରଥମ ଶସ୍ୟକୁ ସମ୍ମାନ ଦେବାର ପର୍ବ ହେଉଛି...

ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ଅଭିଯୋଗ

ବ୍ରହ୍ମପୁର ଅଫିସ,୨୩ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟ ଯୁକ୍ତ ୩ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ୍‌ ପେପର ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ...

ଗୋରୁଙ୍କଠାରେ ବ୍ୟାପୁଛି ଚର୍ମବିଣ୍ଡି ରୋଗ

ଯାଆଁଳା ,୨୦ା୧(ଡି.ଏନ୍‌.ଏ.): ଜଟଣୀ ବ୍ଲକ ଅନ୍ତର୍ଗତ ଯାଆଁଳା ପଞ୍ଚାୟତରେ ଗୋରୁଙ୍କ ଠାରେ ଚର୍ମବିଣ୍ଡି ରୋଗ ବ୍ୟାପିବାରେ ଲାଗିଛି। ଏହାର ପ୍ରତିକାର ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସା...

ମାଲ୍‌ବାହୀ ଟ୍ରେନ୍‌ର ୭ ବଗି ଲାଇନ୍‌ଚ୍ୟୁତ

ତିହିଡି,୩୦।୯(ଡି.ଏନ୍‌.ଏ.) : ଭଦ୍ରକ -ଧାମରା ରେଳପଥରେ ରବିବାର ବିଳମ୍ବିତ ରାତିରେ ଏକ ମାଲ୍‌ବାହୀ ଟ୍ରେନ୍‌ର କୋଇଲା ବୋଝେଇ ୭ ବଗି ଲାଇନ୍‌ଚ୍ୟୁତ ହୋଇଛି। ଧାମରା ବନ୍ଦର...

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ: ବେକରେ ବନ୍ଧା ହୋଇଥିଲା ପଥର 

କୋଡିଙ୍ଗା,୧୭।୮(ସମରେନ୍ଦ୍ର ପଟ୍ଟନାୟକ): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅଧୀନ ନୁଆଗୁଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ କୋଡିଙ୍ଗା ପୋଲିସ ଜବତ...

ଫାରୋ ୩-ଡି ସ୍କାନରରେ ତଥ୍ୟ ସଂଗ୍ରହ

କଟକ ଅଫିସ,୧।୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତଦନ୍ତ ଜାରି ରଖିଛି। ଗୁଳିକାଣ୍ଡର ପୂରା ଘଟଣାକ୍ରମକୁ ଟିକିନିଖି ଅନୁଧ୍ୟାନ କରାଯାଉଛି। ଡିଏସ୍‌ପି...

ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡ଼ା,୨୦।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରାଜ୍ୟ ସଭାପତି ସରୋଜ କୁମାର...

Advertisement
Archives

Model This Week