ଅଖା, ଧାନ କାଟ ବାବଦରେ ୬ କୋଟି ଦୁର୍ନୀତି ପାଇଁ ପ୍ରୟାସ

ଜଗତ୍‌ସିଂହପୁର ଅଫିସ୍‌, ୧୯ା୧: ଜଗତ୍‌ସିଂହପୁର ଜିଲାର ବିଭିନ୍ନ ମଣ୍ଡିରେ ଅଖା ଓ ଧାନ କାଟ ବାବଦରେ ପାଖାପାଖି ୬ କୋଟି ଟଙ୍କାର ଦୁର୍ନୀତି ଯୋଜନା ରହିଛି। ଶନିବାର ନବ ନିର୍ମାଣ କୃଷକ ସଙ୍ଗଠନ ଜଗତ୍‌ସିଂହପୁର ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏଭଳି ଅଭିଯୋଗ କରାଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଚାଷୀଙ୍କୁ ଝୋଟ ଅଖା ବଦଳରେ ଜରି ଅଖା ଯୋଗାଯାଇ ପାଖାପାଖି ୧ କୋଟି ୪୪ ଲକ୍ଷ ଓ କୁଇଣ୍ଟାଲ ପିଛା ୨ କିଲୋଗ୍ରାମ ଧାନ କାଟରେ ୪ କୋଟି ୩୨ ଲକ୍ଷ ଟଙ୍କା ଚଳୁ ପାଇଁ ଷଡ଼ଯନ୍ତ୍ର ହୋଇଛି। ସେହିପରି ବିକେନ୍ଦ୍ରିକ ଧାନ କିଣା ବ୍ୟବସ୍ଥାରେ ପାକ୍ସ ହେଉଛି ଏକକ ସଂସ୍ଥା। କିନ୍ତୁ ଧାନ ମଣ୍ଡିରେ ପଞ୍ଜୀକରଣ କରିଥିବା ଛୋଟ, ମଧ୍ୟମ ଓ ବଡ ଚାଷୀଙ୍କ ଅନୁପାତିକ ହିସାବକୁ ଆଧାର କରି ଟୋକନ ଦିଆଯିବା ନିୟମର ଖୋଲା ଉଲ୍ଲଙ୍ଘନ କରାଯାଉଛି। ଯଦ୍ଦ୍ବାରା ଅନେକ ଚାଷୀ ମଣ୍ଡିରେ ଧାନ ଦେଇ ନ ପାରି ବେପାରୀଙ୍କୁ ଶାଗମୁଗ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏସବୁର ପ୍ରତିକାର କରା ନ ଗଲେ ବାଧ୍ୟ ହୋଇ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଙ୍ଗଠନ ନେତାମାନେ ଚେତାବନୀ ଦେଇଛନ୍ତି।
ଚଳିତ ଖରିଫ ସିଜିନରେ ଜିଲାରେ ୩୦,୫୮୨ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଏହି ଚାଷୀଙ୍କଠାରୁ ବଳକା ଧାନ କ୍ରୟ ପାଇଁ ରାଜ୍ୟ ସରକାର ବିଭିନ୍ନ ସେବା ସମବାୟ ସମିତି (ପାକ୍ସ) ମାଧ୍ୟମରେ ମଣ୍ଡି ଖୋଲିଛନ୍ତି। କିନ୍ତୁ କେଉଁ ଚାଷୀ କେତେ ଜମି ଉପରେ ଧାନ ବିକ୍ରି କରିପାରିବେ ସେ ସଂକ୍ରାନ୍ତିୟ ତଥ୍ୟ ଅନ୍ଧାରରେ ରଖାଯାଇଛି। ଯାହାକି ଚାଷୀ ଅସନ୍ତୋଷର କାରଣ ହୋଇଛି। ଗତବର୍ଷର ପଞ୍ଜୀକୃତ ଚାଷୀଙ୍କ ବଳକା ଧାନର ପରିମାଣ ଦେଖିଲେ ଏହା ୧୨ ଲକ୍ଷ କ୍ବିଣ୍ଟାଲରୁ ଅଧିକ ହେବା ଆକଳନ କରାଯାଉଛି। ତେବେ ଏହି ଧାନ ଚାଷୀଙ୍କଠାରୁ କିଣାଯିବା ପୂର୍ବରୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ତଦାରଖ ଦଳ ତତ୍ତ୍ବାବଧାନରେ ସମ୍ପୃକ୍ତ ମିଲର ଚାଷୀଙ୍କୁ ଟୋକନ ପାଇବା ସମୟରେ ଝୋଟ ଅଖା ଯୋଗାଇ ଦେବା କଥା। କିନ୍ତୁ ତା ପରିବର୍ତ୍ତେ ଜରି ଅଖା ପ୍ରଚଳନ କରାଯାଉଛି। କେବଳ ଏତିକି ନୁହେଁ ଚାଷୀ ୧୦/୧୨ ଟଙ୍କାରେ ଜରି ଅଖା କିଣୁଥିବା ବେଳେ ଦିଆଯାଉଛି ମାତ୍ର ୫ ଟଙ୍କା, ଯାହାକି ଅଖାପ୍ରତି ୬ ଟଙ୍କା କମ। ଜିଲାରେ ୧୨ ଲକ୍ଷ କୁଇଣ୍ଟାଲ ଧାନ ଭରିବା ପାଇଁ ୨୪ ଲକ୍ଷ ଅଖା ଦରକାର। ଅଖା ପିଛା ୬ ଟଙ୍କା କାଟି ଦିଆଯାଉଥିବାରୁ ୨୪ ଲକ୍ଷ ଅଖା ବାବଦରେ ୧ କୋଟି ୪୪ ଲକ୍ଷ ଟଙ୍କା ଲୁଟ୍‌ ଯୋଜନା ରହିଛି। ସେହିପରି ଧାନ କୁଇଣ୍ଟାଲ ପିଛା ଅତି କମରେ ୨ କିଲୋଗ୍ରାମ କାଟି ଦିଆଯାଉଛି। ତେଣୁ ୧୨ ଲକ୍ଷ କୁଇଣ୍ଟାଲ ଧାନ ଉଠାଣ ଉପରେ ୪ କୋଟି ୩୨ ଲକ୍ଷ ଟଙ୍କା ଚଳୁ ଉଦ୍ୟମ ହେଉଛି। ଏହାର ପ୍ରତିକାର ନ ହେଲେ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି କୁହାଯାଇଛି। ଖବରଦାତା ସମ୍ମିଳନୀରେ ସଙ୍ଗଠନ ଉପଦେଷ୍ଟା ବଂଶୀଧର ପଟ୍ଟନାୟକ, ନିତ୍ୟାନନ୍ଦ ପଣ୍ଡା, ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ, ଜିଲା ସଂଯୋଜକ ଦୁର୍ଗାଚରଣ ସ୍ବାଇଁ, ଜିଲା ସହ ସଂଯୋଜକ ଅଶୋକ ସ୍ବାଇଁ ଓ ଯୁବ ସଂଗଠକ ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଦିଲୀପ କୁମାର ପାତ୍ରଙ୍କୁ ପଚାରିବାରେ ସେ କହିଥିଲେ, ମଣ୍ଡିରେ କୌଣସି ତ୍ରୁଟି ହେଉନାହିଁ କିମ୍ବା ଚାଷୀଙ୍କୁ ନିରାଶ କରାଯାଉନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri