ଅଖା, ଧାନ କାଟ ବାବଦରେ ୬ କୋଟି ଦୁର୍ନୀତି ପାଇଁ ପ୍ରୟାସ

ଜଗତ୍‌ସିଂହପୁର ଅଫିସ୍‌, ୧୯ା୧: ଜଗତ୍‌ସିଂହପୁର ଜିଲାର ବିଭିନ୍ନ ମଣ୍ଡିରେ ଅଖା ଓ ଧାନ କାଟ ବାବଦରେ ପାଖାପାଖି ୬ କୋଟି ଟଙ୍କାର ଦୁର୍ନୀତି ଯୋଜନା ରହିଛି। ଶନିବାର ନବ ନିର୍ମାଣ କୃଷକ ସଙ୍ଗଠନ ଜଗତ୍‌ସିଂହପୁର ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏଭଳି ଅଭିଯୋଗ କରାଯାଇଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଚାଷୀଙ୍କୁ ଝୋଟ ଅଖା ବଦଳରେ ଜରି ଅଖା ଯୋଗାଯାଇ ପାଖାପାଖି ୧ କୋଟି ୪୪ ଲକ୍ଷ ଓ କୁଇଣ୍ଟାଲ ପିଛା ୨ କିଲୋଗ୍ରାମ ଧାନ କାଟରେ ୪ କୋଟି ୩୨ ଲକ୍ଷ ଟଙ୍କା ଚଳୁ ପାଇଁ ଷଡ଼ଯନ୍ତ୍ର ହୋଇଛି। ସେହିପରି ବିକେନ୍ଦ୍ରିକ ଧାନ କିଣା ବ୍ୟବସ୍ଥାରେ ପାକ୍ସ ହେଉଛି ଏକକ ସଂସ୍ଥା। କିନ୍ତୁ ଧାନ ମଣ୍ଡିରେ ପଞ୍ଜୀକରଣ କରିଥିବା ଛୋଟ, ମଧ୍ୟମ ଓ ବଡ ଚାଷୀଙ୍କ ଅନୁପାତିକ ହିସାବକୁ ଆଧାର କରି ଟୋକନ ଦିଆଯିବା ନିୟମର ଖୋଲା ଉଲ୍ଲଙ୍ଘନ କରାଯାଉଛି। ଯଦ୍ଦ୍ବାରା ଅନେକ ଚାଷୀ ମଣ୍ଡିରେ ଧାନ ଦେଇ ନ ପାରି ବେପାରୀଙ୍କୁ ଶାଗମୁଗ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏସବୁର ପ୍ରତିକାର କରା ନ ଗଲେ ବାଧ୍ୟ ହୋଇ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଙ୍ଗଠନ ନେତାମାନେ ଚେତାବନୀ ଦେଇଛନ୍ତି।
ଚଳିତ ଖରିଫ ସିଜିନରେ ଜିଲାରେ ୩୦,୫୮୨ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଏହି ଚାଷୀଙ୍କଠାରୁ ବଳକା ଧାନ କ୍ରୟ ପାଇଁ ରାଜ୍ୟ ସରକାର ବିଭିନ୍ନ ସେବା ସମବାୟ ସମିତି (ପାକ୍ସ) ମାଧ୍ୟମରେ ମଣ୍ଡି ଖୋଲିଛନ୍ତି। କିନ୍ତୁ କେଉଁ ଚାଷୀ କେତେ ଜମି ଉପରେ ଧାନ ବିକ୍ରି କରିପାରିବେ ସେ ସଂକ୍ରାନ୍ତିୟ ତଥ୍ୟ ଅନ୍ଧାରରେ ରଖାଯାଇଛି। ଯାହାକି ଚାଷୀ ଅସନ୍ତୋଷର କାରଣ ହୋଇଛି। ଗତବର୍ଷର ପଞ୍ଜୀକୃତ ଚାଷୀଙ୍କ ବଳକା ଧାନର ପରିମାଣ ଦେଖିଲେ ଏହା ୧୨ ଲକ୍ଷ କ୍ବିଣ୍ଟାଲରୁ ଅଧିକ ହେବା ଆକଳନ କରାଯାଉଛି। ତେବେ ଏହି ଧାନ ଚାଷୀଙ୍କଠାରୁ କିଣାଯିବା ପୂର୍ବରୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ତଦାରଖ ଦଳ ତତ୍ତ୍ବାବଧାନରେ ସମ୍ପୃକ୍ତ ମିଲର ଚାଷୀଙ୍କୁ ଟୋକନ ପାଇବା ସମୟରେ ଝୋଟ ଅଖା ଯୋଗାଇ ଦେବା କଥା। କିନ୍ତୁ ତା ପରିବର୍ତ୍ତେ ଜରି ଅଖା ପ୍ରଚଳନ କରାଯାଉଛି। କେବଳ ଏତିକି ନୁହେଁ ଚାଷୀ ୧୦/୧୨ ଟଙ୍କାରେ ଜରି ଅଖା କିଣୁଥିବା ବେଳେ ଦିଆଯାଉଛି ମାତ୍ର ୫ ଟଙ୍କା, ଯାହାକି ଅଖାପ୍ରତି ୬ ଟଙ୍କା କମ। ଜିଲାରେ ୧୨ ଲକ୍ଷ କୁଇଣ୍ଟାଲ ଧାନ ଭରିବା ପାଇଁ ୨୪ ଲକ୍ଷ ଅଖା ଦରକାର। ଅଖା ପିଛା ୬ ଟଙ୍କା କାଟି ଦିଆଯାଉଥିବାରୁ ୨୪ ଲକ୍ଷ ଅଖା ବାବଦରେ ୧ କୋଟି ୪୪ ଲକ୍ଷ ଟଙ୍କା ଲୁଟ୍‌ ଯୋଜନା ରହିଛି। ସେହିପରି ଧାନ କୁଇଣ୍ଟାଲ ପିଛା ଅତି କମରେ ୨ କିଲୋଗ୍ରାମ କାଟି ଦିଆଯାଉଛି। ତେଣୁ ୧୨ ଲକ୍ଷ କୁଇଣ୍ଟାଲ ଧାନ ଉଠାଣ ଉପରେ ୪ କୋଟି ୩୨ ଲକ୍ଷ ଟଙ୍କା ଚଳୁ ଉଦ୍ୟମ ହେଉଛି। ଏହାର ପ୍ରତିକାର ନ ହେଲେ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି କୁହାଯାଇଛି। ଖବରଦାତା ସମ୍ମିଳନୀରେ ସଙ୍ଗଠନ ଉପଦେଷ୍ଟା ବଂଶୀଧର ପଟ୍ଟନାୟକ, ନିତ୍ୟାନନ୍ଦ ପଣ୍ଡା, ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ, ଜିଲା ସଂଯୋଜକ ଦୁର୍ଗାଚରଣ ସ୍ବାଇଁ, ଜିଲା ସହ ସଂଯୋଜକ ଅଶୋକ ସ୍ବାଇଁ ଓ ଯୁବ ସଂଗଠକ ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଦିଲୀପ କୁମାର ପାତ୍ରଙ୍କୁ ପଚାରିବାରେ ସେ କହିଥିଲେ, ମଣ୍ଡିରେ କୌଣସି ତ୍ରୁଟି ହେଉନାହିଁ କିମ୍ବା ଚାଷୀଙ୍କୁ ନିରାଶ କରାଯାଉନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri