ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଗିରଫ

ରାୟଗଡ଼ା(ସ୍ବ.ପ୍ର.)/ନବରଙ୍ଗପୁର(ବି.ପ୍ର.),୧୦ା୧: ବେଆଇନ ଭାବେ ରାତିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ରାୟଗଡ଼ା ଜିଲା ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଭିଜିଲାନ୍ସ ଦ୍ୱାରା ରବିବାର ରାତିରେ ଗିରଫ ହୋଇଛନ୍ତି। ନାୟକ ନିଜ ବୁଲେଟ୍‌(ଓଡି ୧୦ ଏମ୍‌-୩୦୦୧)ରେ ୫ଲକ୍ଷ ୫୪ ହଜାର ୫୬୦ ଟଙ୍କା ନେଇ ଯାଉଥିଲେ। ଭିଜିଲାନ୍ସ ଟିମ୍‌ ସୂଚନା ପାଇ ତାଙ୍କୁ ସ୍ଥାନୀୟ ଅରବିନ୍ଦ ନଗରଠାରେ ଧରିଥିଲା। ତେବେ ନାୟକ ଉକ୍ତ ଟଙ୍କା କେଉଁଠାରୁ ଆଣିଲେ ତାହାର ହିସାବ ସେ ଦେଇପାରି ନ ଥିଲେ। ରାତିରେ ଡିଏସ୍‌ପି ସୁରେନ୍ଦ୍ରନାଥ ରାୟଗୁରୁଙ୍କ ନେତୃତ୍ୱରେ ନାୟକଙ୍କ ରାୟଗଡ଼ା ମଙ୍ଗଳା ନଗର ନିକଟସ୍ଥ ଭଡ଼ାଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ସେଠାରୁ ୬ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଥିଲା। ମୋଟ ୧୧ ଲକ୍ଷ ୮୪ ହଜାର ୫୬୦ ଟଙ୍କା ନଗଦ ଆକାରରେ ଜବତ କରାଯାଇଥିବାବେଳେ ନାୟକଙ୍କ ନିକଟରେ ତାହାର ହିସାବ ନ ଥିଲା। ସୋମବାର ତାଙ୍କୁ ଜୟପୁର କୋର୍ଟ ଚାଲାଣ କରାଯାଇଛି।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ମନ୍ତ୍ରୀଗୁଡ଼ାସ୍ଥିତ ପୈତୃକ ବାସଭବନ ଏବଂ ଭୁବନେଶ୍ୱର ପାତ୍ରପଡ଼ାଠାରେ ସ୍ତ୍ରୀ ରହୁଥିବା ବାସଭବନରେ ମଧ୍ୟ ସୋମବାର ଏକକାଳୀନ ଚଢ଼ାଉ କରାଯାଇ ଯାଞ୍ଚ ଜାରି ରହିଛି। ଜଣେ ଅଧିକାରୀଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସିଲା ତାହାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗିରଫ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଜଳଛାୟା ମିଶନ ପିଆଇଓ ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ସେ କୋଲନରା ଓ କଲ୍ୟାଣସିଂହପୁର ବ୍ଲକ ଦାୟିତ୍ୱରେ ରହିଥିଲେ। ଜଳଛାୟା ମିଶନ ବିଭାଗରେ ଦୁର୍ନୀତି ଓ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ: ବିବିଏରେ ଗୁନଗୁନ, ବିସିଏରେ ସଲୋନୀ ଟପ୍ପର…

ଭବାନୀପାଟଣା,୩୦।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ପୁଣିଥରେ ଉତ୍କୃଷ୍ଟ ଶିକ୍ଷାଗତ ସଫଳତା ହାସଲ କରିଛି। ମା’ ମାଣିକେଶ୍ୱରୀ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା: କେଭିନ୍ ଭିତରେ ଛାତରୁ ଖସିଲା ସିଲିଂ, ମହିଳା ରୋଗୀ

ପାରଳାଖେମୁଣ୍ଡି, ୩୦।୫ (ଗିରିଧାରୀ ପରିଛା): ଗଜପତି  ଜିଲା  ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ମେଡିକାଲକୁ ଚିକିତ୍ସା…

ଦାରିଙ୍ଗବାଡିରେ ଭୋଟ ପରିଚୟପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ: ବିଭିନ୍ନ ବୁଥ୍ ବୁଲି ସମୀକ୍ଷା କଲେ ବିଡ଼ିଓ

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଠାରୁ ଭୋଟ ପରିଚୟ ପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri