ହାଟଡିହୀ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀଠାରୁ ପନ୍ଦାଡୋ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା ହାଟଡିହୀ ହାଇସ୍କୁଲ ଛକଠାରେ ଥିବା ନାମଫଳକରେ ଲିଖିତ ନିୟମ ଅନୁସାରେ କାମ ହେଉନାହିଁ । ହାଟଡିହୀଠାରୁ ରାସ୍ତାକାମ ଆରମ୍ଭହୋଇ ପନ୍ଦାଡୋରେ ଶେଷ ହେବାକୁଥିଲା ବେଳେ ଠିକାଦାର ପନ୍ଦାଡୋରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଲିଖିତ ନିୟମ ଅନୁଯାୟୀ ସିମେଣ୍ଟ, ବାଲି, ଚିପ୍ସ ଦିଆଯାଇ ନ ଥିବାବେଳେ ପିଚୁକାମ ଠିକ୍ରେ ହୋଇନାହିଁ । ମୋରମ ଓ ମେଣ୍ଟାଲ ନିର୍ଦ୍ଧାରିତ ପରିମାଣରେ ପକାଯାଇନାହିଁ ନିର୍ମାଣକାମ ଗତ ୧୬ ଜାନୁୟାରୀ ୨୦୧୯ରେ ସଂପୂର୍ଣ୍ଣ ହେବାକୁ ଥିଲା ବେଳେ ତାହା ଏଯାବତ୍ ସମାପ୍ତ ହୋଇପାରି ନାହିଁ । ଏଯାବତ୍ ହାଟଡିହୀ ଠାରୁ ପ୍ରାୟ ୧ କି.ମି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇନାହିଁ, ଯାହା ବର୍ତ୍ତମାନ ମରଣ ଯନ୍ତା ପାଲଟିଛି । ରାସ୍ତା ନିର୍ମାଣ ପାଇଁ ଗଚ୍ଛିତ ଥିବା ବାଲି,ଚିପ୍ସ ଓ ମୋରମକୁ ଠିକାଦାର ରାତାରାତି ନେଇଯାଇଥିବା ଅଭିଯୋଗ ହେଉଛି । ଠିକାଦାର ଜଗଦୀଶ ବେହେରା ବାହାର ଲୋକ ହୋଇଥିବାବେଳେ ସେ ଏଠାକାର ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଥିଲେ । ଉକ୍ତ ବ୍ୟକ୍ତିଙ୍କ ମନମୁଖି କାର୍ଯ୍ୟ ପାଇଁ ରାସ୍ତାକାମ ବିଳମ୍ବିତ ଓ ଅଧାପନ୍ତରିଆ ହୋଇ ପଡିରହିଛି ।
ପ୍ରକାଶ ଥାଉ କି, ଉକ୍ତ ରାସ୍ତା ହାଟଡିହୀ ଓ ପନ୍ଦାଡୋ ପଞ୍ଚାୟତର ପ୍ରାୟ ୧୫ଟି ଗାଁର ମୁଖ୍ୟ ରାସ୍ତା। ଉକ୍ତ ରାସ୍ତାଦେଇ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯାଇଥାନ୍ତି । ଏ ନେଇ ଅନେକ ସମସ୍ୟ ଉପୁଜୁଥିବାରୁ ସ୍ଥାନୀୟ ଲୋକେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।
ଏତିକି ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ସବ୍-ରେଜିଷ୍ଟ୍ରାର, ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତି ପଙ୍କରେ…
ବାଲିଆପାଳ,୬ା୧୧: ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମହିଳା ଅଧିକାରୀଙ୍କୁ ପଡ଼ିଛି ଭାରି। ସାଧାରଣ ଲୋକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ…
ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର
ବସ୍ତା,୫ା୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଗାନ୍ଧୀ ଛକଠାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି। ଏହି ଚଢ଼ାଉରେ ବାଲିଆପାଳରୁ…

