୯ରୁ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ: ଭାଗନେବେ ନେପାଳ, ରାଜ୍ୟ ବାହାରର ୨ ଟିମ

ଭଞ୍ଜନଗର,୩।୨(ଡି.ଏନ.ଏ)-ଭଞ୍ଜନଗର ଜେଲ ପଡ଼ିଆରେ ଆସନ୍ତା ୯ ତାରିଖରୁ ୫ମ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ ହେବ। ଏଥିରେ ନେପାଳ, ରାଜ୍ୟ ବାହାରର ୨ ଏବଂ ରାଜ୍ୟର ୫ ଏପରି ମୋଟ ୮ ଟିମ ଭାଗ ନେବେ। ଭଞ୍ଜନଗର ଫୁଟବଲ ଆସୋସିଏଶନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାପତି ଅମରନାଥ ରଥ, ସୁଧୀର ରଞ୍ଜନ ବେହେରା, କାର୍ଯ୍ୟକାରୀ ସଭାପତି ଈଶ୍ୱର ଆଚାରୀ, ଉପ ସଭାପତି ଈଶ୍ୱର ପ୍ରଧାନ, ସାଧାରଣ ସମ୍ପାଦକ ପ୍ରେମଚାନ୍ଦ ସିଂ, ସମ୍ପାଦକ ଏମ୍‌. ଡ଼ି ନୌସାଦ, କାର୍ଯ୍ୟକାରୀ ସମ୍ପାଦକ ଚିଦାନନ୍ଦ ସ୍ବାଇଁ, ସହ ସମ୍ପାଦକ ସଦାଶିବ ପ୍ରଧାନ, ବିଷ୍ଣୁ ରାଓ, କୋଷାଧ୍ୟକ୍ଷ ଶରତ ମହାନ୍ତି, ଅନିଲ ମୋହିନୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଚାମ୍ପିୟନ ଟିମ୍‌କୁ ପୁରସ୍କାର ବାବଦକୁ ୩୩, ୩୩୩ ଟଙ୍କା ଓ ରନର୍ସଅପ୍‌ ଟିମ୍‌କୁ ୨୨,୨୨୨ ଟଙ୍କା ପ୍ରଦାନ କରାଯିବ। ଏଥିସହ ଦୈନନ୍ଦିନ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯିବ। ଟୁର୍ନାମେଣ୍ଟରେ ୮ ଟିମ ଯଥା ନେପାଳର ନେପାଳଗଞ୍ଜ, ଭୁବନେଶ୍ୱରର ଜଗା ୟୁନାଇଟେଡ଼, ଭଞ୍ଜନଗରର ଗୁରୁବା ଇଲଭେନ, ବରଗଡ଼ର ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ, ସମ୍ବଲପୁର ଏଫସି, କୋଲକତା ଭାଇପର୍ସ, ଆୟୋଜକ ଭଞ୍ଜନଗର ଫୁଟବଲ ଆସୋସିଏଶନ ଓ ତେଲଙ୍ଗାନାର ଆର୍ମି ଏକାଡ଼େମୀ ଭାଗ ନେବ। ଦୈନନ୍ଦିନ ଅପରାହ୍ନ ସାଢ଼େ ୨ଟାରୁ ମ୍ୟାଚ୍‌ ଆରମ୍ଭ ହେବ। ୧୬ ତାରିଖରେ ଫାଇନାଲ ମ୍ୟାଚ୍‌ ହେବ। ଗ୍ରୁପ୍‌-ଏର ପ୍ରଥମ ମ୍ୟାଚ୍‌ ବରଗଡ଼ ସହ ଭଞ୍ଜନଗର ଗୁରୁବା ଇଲେଭେନ ମଧ୍ୟରେ ହେବ। ୧୦ରେ ନେପାଳ ଓ ଭୁବନେଶ୍ୱର ମଧ୍ୟରେ ମ୍ୟାଚ୍‌ ହେବ। ୧୧ ତାରିଖରେ ଗୃପ୍‌-ଏର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ହେବ। ୧୨ରେ ଗ୍ରୁପ୍‌-ବିର ପ୍ରଥମ ମ୍ୟାଚ୍‌ ସମ୍ବଲପୁର ଓ କୋଲକତା ମଧ୍ୟରେ ହେବ। ୧୩ରେ ଆୟୋଜକ ଭଞ୍ଜନଗର ଫୁଟବଲ ଆସୋସିଏଶନ ସହ ତେଲଙ୍ଗାନା ଟିମ୍‌ ମଧ୍ୟରେ ମ୍ୟାଚ ହେବ। ୧୪ ତାରିଖରେ ଦ୍ୱିତୀୟ ସେମି ଫାଇନାଲ ଓ ୧୬ ତାରିଖରେ ଫାଇନାଲ ମ୍ୟାଚ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri