୮୦ ବଛ୍‌ରିଆ ଅଜାର ହାତେ ନାତେନ୍‌ର ଭବିଷତ୍‌: ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ମଞ୍ଜୁଲା

କଣ୍ଟାବାଞ୍ଜି, ୬।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଘୁନେଶ ପଁଚେତ୍‌ ଖୁଜେନ ଗଁାର ମଞ୍ଜୁଲା ନାଗ(୧୮)। ଅନେକ ବଛର ହେଲା ମା’ବାପ୍‌ ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ଅଜା ବୁଢ଼ା ନ ତାକର ସାହାଭରସା। ହେଲେ ବଛର କେତେ ହେଲା ମଞ୍ଜୁଲା ମିରଗି ବେମାରରେ ପୀଡ଼ିତ ଅଛନ୍‌। ଟଁକା ପଏସା ଅଭାବୁ ଅଜା ବି ତାକର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ଅଜା ନାତେନ ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ଖୁଜେନ ଗଁାର ଜାଗେ ତାଣ୍ଡି(୮୦)। ନିଜର ଗୁଟେବଲି ଝି’ ଶୁକୁରବାରିକେ ଗଁାର କରାଟି ନାଗକଁର ସଂଗେ ବିହା କରେଇଥିଲେ। କରାଟି ନାଗ ଆର ଶୁକୁରବାରିକଁର ଝି’ ହେଉଛନ୍‌ ମଞ୍ଜୁଲା ନାଗ(୧୮)। ଆଏଜ୍‌କେ ୧୦ ବଛର ତଲେ କରାଟି ଆର ଶୁକୁରବାରି ଆରପାରକେ ଚାଲିଯାଇଛନ୍‌। ସେଦିନ୍‌ଠାନୁ ଜାଗେ ମା’ବାପ୍‌ ଛେଉଁଡ୍‌ ନାତେନ୍‌ ମଞ୍ଜୁଲାର ଦେଖ୍‌ଭାଲ, ପାଲପୋଷ କଥା ବୁଝୁଛନ୍‌। ସେ ମଞ୍ଜୁଲାକେ ପାଠ୍‌ ବି ପଢ଼ଉଥିଲେ। ହେଲେ ୨୦୧୭ ସାଲେ ମାଟ୍ରିକ ପଢ଼ଲା ବଛର ମଞ୍ଜୁଲାକେ ମିରଗି ବେମାର ଅମରାଲା। ସେଦିନ୍‌ଠାନୁ ତାକର ପାଠ୍‌ପଢ଼ାରେ ଗଏଁଠ୍‌ ପଡ଼ଲା। ପଛେ ଫେନ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ଲେ ଯେ ଆରୁ ସେ ଚଲାବୁଲା କରି ନାଇଁପାରଲେ। ଏନ୍‌ତାଥି ଜାଗେ ମଞ୍ଜୁଲାକେ ତୁରେକେଲାନୁ କଣ୍ଟାବାଞ୍ଜି, ବଲାଙ୍ଗୀର ତକ୍‌ ନେଇ ଚିକିଛା କରେଇ ନିରାଶ ହେଲେ। ଆଏଜ୍‌କେ ୨ ବଛର ହେଲା ମଞ୍ଜୁଲା ଖଟେ ପଡ଼ି ରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌। ଜାଗେ ତାକର ଗଧାମଖା, ଖୁଆପିଆ, ଝଡ଼ାଝପଟଠାନୁ ସେବା ଯତନ କରୁଛନ୍‌। ହେଲେ ଜାଗେ ଝନେ ନିହାତି ଗରିବ୍‌ ଲୋକ୍‌, ଅଭାବ ଅନାଟନ ଲାଗି ସେ ନାତେନର ଉଚ ଚିକିଛା କରେଇ ନାଇଁପାରବାର। ଇଆଡ଼େ ବଏସ୍‌ ଅଧ୍‌କା ହେବାର ଲାଗି ସେ ଆଘର ଲେଖେଁ କାମ୍‌ବୁତା ବି କରି ନାଇଁପାରବାର। ସରକାରୀ ଯୋଜନାରେ ଖାଲି ମାସିକ ୫ଶହ ଟଁକା ଭତା ପାଉଛନ୍‌। ରାଶନକାର୍ଡ ବି କଟିଯାଇଛେ। ସରପଁଚ୍‌କେ ଗୁହାରପାତ କଲାରୁ ସେ ମାସିକ ୫ କେ.ଜି. ଚାଉଲ ଦେଉଛନ୍‌। ହେଲେ ମାସିକ ୫ କେ.ଜି. ଚାଉଲ ଆର ୫ଶହ ଟଁକା ଭତା ଦୁଇ ଅଜା ନାତେନକେ ନିଅଁଟ ହେଉଛେ। ଏନ୍‌ତାଥି ବଡ଼ଭାଗି ଦିନ୍‌ ଗଁାର କେହେନ୍‌ସି ସହୁରୁଦ୍‌ ଲୋକ୍‌ ଥିରପାଏନ୍‌ ଟିକେ ଦେଲେ ଖାଇପିଇ ବଡ଼ା ଗୁଲ୍‌ଗୁଲାରେ ଚଲୁଛନ୍‌। ଜାଗେ ଭତାକେ ଛାଡ଼ିଦେଲେ ସବୁ ପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ସେ ସବୁବେଲେ ନାତେନ୍‌ର କଥା ଚିନ୍‌ତା କରି ଅଁାଖିଥୁ ଲହ ଗଡ଼ଉଛନ୍‌। ଯତ୍‌ନେଇ ଯତ୍‌ନେଇ ହାରି ଗଲିନ। ଇ ବୁଢ଼ା ବଏସେ ମୁଇଁ କେନ୍‌ନୁ ପଇସା ପାଏମି ଯେ ତାର ଚିକିଛା କରାମି। ମକେ ତ ଖେଏବାରକେ ଅଢ଼ିଆ ନେଇ ଯୁଟବାର ବଲି ଜାଗେ ଗଣମାଧ୍ୟମ ଆଘେ କଁାଦିକଁାଦି ନିଜର ଦୁଖ୍‌ ବଖାନିଛନ୍‌। ଜିଲା ଆର ଥାନୀଅ ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ମଞ୍ଜୁଲାକୁଁ ସରକାରୀ ଚିକିଛା ସାହାଯ୍‌ ସଂଗେ ଜାଗେକୁଁ ଆବାସ ଯୋଜନାରେ ଘର ଖଁଡ଼େ, ମାସିକ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri