୮ ଲକ୍ଷ କୋଟି କ୍ଷତି ସହିପାରେ ଭାରତ

ନୂଆଦିଲ୍ଲୀ,୧୪।୪: କୋଭିଡ୍‌-୧୯ ଲାଗି ସାରା ବିଶ୍ୱକୁ ଏବେ ଲକ୍‌ଡାଉନ ଘୋଷଣା କରାଯାଇଛି। କେତେକ ରାଷ୍ଟ୍ର ଏହାକୁ କଡ଼ାକଡ଼ି କରିଥିବା ବେଳେ ଆଉ କିଛି ରାଷ୍ଟ୍ର ନୂଆ କରି ଏହାକୁ ଲାଗୁ କରାଉଛନ୍ତି। ଭାରତ ଗତ ୨୫ ତାରିଖଠାରୁ ଲକ୍‌ଡାଉନରେ ରହିଛି। ମଙ୍ଗଳବାର ଲକ୍‌ଡାଉନ ଘୁଞ୍ଚିବ କି ନାହିଁ, ଯଦି ଅବଧି ବଢେ ଏହାର ରୂପରେଖ କିଭଳି ହେବ ସେ ନେଇ ପ୍ରଧାନମନ୍ତ୍ରୀ ମଙ୍ଗଳବାର ପୂର୍ବାହ୍ନରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଦେଶ ମଧ୍ୟରେ ଲକ୍‌ଡାଉନ ଜାରି ରହିଥିବା ବେଳେ ଏଥିଯୋଗୁ ଦେଶର ଅଧିକାଂଶ ଫ୍ୟାକ୍ଟ୍ରି, ବାଣିଜି୍ୟକ ପ୍ରତିଷ୍ଠାନ, ଟ୍ରେନ, ଫ୍ଲାଇଟ ସହ ଯାନବାହନ ବନ୍ଦ ରହିଛି। ୨୧ ତାଲାବନ୍ଦ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରାୟ ୭ରୁ ୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିବା ଆଶଙ୍କା ଉପୁଜିଛି।
ଏକ ଶିଳ୍ପ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟ ମୁତାବକ ତାଲାବନ୍ଦ ଯୋଗୁ ଦେଶ ମଧ୍ୟରେ ପ୍ରାୟ ୭୦% ଅର୍ଥନୈତିକ କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ନିବେଶ, ରପ୍ତାନି ଏବଂ ଉପଯୋଗିତା ଭଳି କାର୍ଯ୍ୟକଳାପ ବନ୍ଦ ରହିଛି। ଲକ୍‌ଡାଉନରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବାଦ୍‌ ପଡିଛି। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ଉଭୟ ଆର୍ଥତ୍କ ଏବଂ ବିତ୍ତୀୟ ପଦକ୍ଷେପ ଗ୍ରହଣ କରିଥିଲେ। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା କରୋନା ପୁଣି ଘାତକ ସାଜିଛି ବୋଲି ସେଣ୍ଟ୍ରମ ଇନ୍‌ଷ୍ଟିଚ୍ୟୁଶନାଲ ରିସର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୧ ଆର୍ଥତ୍କ ବର୍ଷରେ ଭାରତ ଏକ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ବୋଲି ଏହା ମତ ରଖିଛି। ଏହାବାଦ ଅଭିବୃଦ୍ଧି ଅତି ନିମ୍ନ ରହିବା ନେଇ ଏହା ପୂର୍ବାନୁମାନ କରିଛି।
କିଛିଦିନ ତଳେ ଆକ୍ୟୁଟ ରେଟିଙ୍ଗ୍‌ସ ପକ୍ଷରୁ ହୋଇଥିବା ପୂର୍ବାନୁମାନରେ ଭାରତ ଦୈନିକ ୪.୬୪ ବିଲିୟନ ଡଲାର ବା ପ୍ରାୟ ୩୫ ହଜାର କୋଟି ଟଙ୍କା କ୍ଷତି ସହିବ ବୋଲି କୁହାଯାଇଛି। ୨୧ ଦିନିଆ ଲକ୍‌ଡାଉନ ଅବଧିରେ ଭାରତକୁ ୯୮ ବିଲିୟନ ଡଲାର ବା ପ୍ରାୟ ୭.୫ ଲକ୍ଷ କୋଟି କ୍ଷତି ସହିବାକୁ ପଡିବ ବୋଲି ଏହା ରିପୋର୍ଟରେ କହିଥିଲା। ଲକ୍‌ଡାଉନ ପାଇଁ କେବଳ ଭାରତ ନୁହେଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ପରିବହନ, ହୋଟେଲ, ରେଷ୍ଟୁରାଣ୍ଟ, ରିୟଲ ଇଷ୍ଟେଟ ଭଳି କ୍ଷେତ୍ର ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି।
ଟ୍ରକର୍ସଙ୍କୁ ୩୫ ହଜାର କୋଟି ଟଙ୍କା କ୍ଷତି
ଏବେ ଲକ୍‌ଡାଉନ ପାଇଁ ସାରା ଦେଶରେ ପ୍ରାୟ ୧ କୋଟି ଟ୍ରକ୍‌ ଛିଡ଼ା ହୋଇଛି। ଟ୍ରକର୍ସ ମାନେ ଦୈନିକ ଭିତ୍ତିରେ ୨,୨୦୦ କୋଟି ଟଙ୍କା କ୍ଷତି ସହୁଛନ୍ତି। ଲକ୍‌ଡାଉନର ୧୫ ଦିନ ମଧ୍ୟରେ ଟ୍ରକର୍ସଙ୍କୁ ୩୫ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ବୋଲି ଅଲ୍‌ ଇଣ୍ଡିଆ ମୋଟର୍ସ ଟ୍ରାନ୍ସପୋର୍ଟ କଂଗ୍ରେସ(ଏଆଇଏମ୍‌ଟିସି) ପକ୍ଷରୁ ସୂଚନା ଦିଆଯାଇଛି। ଲକ୍‌ଡାଉନ ଖୋଲିବା ପରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସ୍ଥିତି ସୁଧୁରିବା ଲାଗି ୨ରୁ ୩ ମାସ ସମୟ ଲାଗିବ ବୋଲି ସଂଘର ସାଧାରଣ ସମ୍ପାଦକ ନବୀନ ଗୁପ୍ତା ସୂଚନା ଦେଇଛନ୍ତି। ଏଆଇଏମ୍‌ଟିସିରେ ୯୩ ଲକ୍ଷ ଟ୍ରାନ୍ସପୋର୍ଟର ରହିଛନ୍ତି।
ରିୟଲ ଇଷ୍ଟେଟ କ୍ଷେତ୍ରର ଲକ୍ଷେ କୋଟି କ୍ଷତି
ରିୟଲ ଇଷ୍ଟେଟ ଡେଭଲପରଙ୍କ ସଂଘ ନ୍ୟାଶନାଲ ରିୟଲ ଇଷ୍ଟେଟ ଡେଭଲପମେଣ୍ଟ କାଉନସିଲ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି କ୍ଷେତ୍ର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ। ସାରା ଦେଶ କଥା ବିଚାର କଲେ କ୍ଷତି ଅନ୍ତତଃ ପକ୍ଷେ ଲକ୍ଷେ କୋଟି ହେବ ବୋଲି ସଂଘର ସଭାପତି ନିରଞ୍ଜନ ହୀରାନନ୍ଦିନୀ ସୂଚନା ଦେଇଛନ୍ତି।
ଖୁଚୁରା ବ୍ୟବସାୟ କ୍ଷତିଗ୍ରସ୍ତ
କରୋନା ସାରା ଦେଶରେ ଖୁଚୁରା ବ୍ୟବସାୟକୁ କ୍ଷତିଗ୍ରସ୍ତ କରିଥିବା କନ୍‌ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ଆକଳନ କରାଯାଇଛି। ଏହାଦ୍ୱାରା ପ୍ରାୟ ୩୦ ବିଲିୟନ ଡଲାରର କ୍ଷତି ସହିବାକୁ ପଡିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ରିଟେଲ ସେକ୍ଟରରେ ୭୦ ନିୟୁତ ଲୋକ କାମ କରୁଛନ୍ତି। ଏହି କ୍ଷେତ୍ରର ମାସିକ ବାଣିଜ୍ୟ କାରବାର ପ୍ରାୟ ୭୦ ବିଲିୟନ ଡଲାର।
ଅଭିବୃଦ୍ଧିକୁ ଲାଗିବ ଝଟକା
ଚଳିତ ଆର୍ଥତ୍କ ବର୍ଷ ଦେଶର ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିବ ବୋଲି ବିଶ୍ୱର ଅଧିକାଂଶ ଏଜେନ୍ସି ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri