୮ ଲକ୍ଷ କୋଟି କ୍ଷତି ସହିପାରେ ଭାରତ

ନୂଆଦିଲ୍ଲୀ,୧୪।୪: କୋଭିଡ୍‌-୧୯ ଲାଗି ସାରା ବିଶ୍ୱକୁ ଏବେ ଲକ୍‌ଡାଉନ ଘୋଷଣା କରାଯାଇଛି। କେତେକ ରାଷ୍ଟ୍ର ଏହାକୁ କଡ଼ାକଡ଼ି କରିଥିବା ବେଳେ ଆଉ କିଛି ରାଷ୍ଟ୍ର ନୂଆ କରି ଏହାକୁ ଲାଗୁ କରାଉଛନ୍ତି। ଭାରତ ଗତ ୨୫ ତାରିଖଠାରୁ ଲକ୍‌ଡାଉନରେ ରହିଛି। ମଙ୍ଗଳବାର ଲକ୍‌ଡାଉନ ଘୁଞ୍ଚିବ କି ନାହିଁ, ଯଦି ଅବଧି ବଢେ ଏହାର ରୂପରେଖ କିଭଳି ହେବ ସେ ନେଇ ପ୍ରଧାନମନ୍ତ୍ରୀ ମଙ୍ଗଳବାର ପୂର୍ବାହ୍ନରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଦେଶ ମଧ୍ୟରେ ଲକ୍‌ଡାଉନ ଜାରି ରହିଥିବା ବେଳେ ଏଥିଯୋଗୁ ଦେଶର ଅଧିକାଂଶ ଫ୍ୟାକ୍ଟ୍ରି, ବାଣିଜି୍ୟକ ପ୍ରତିଷ୍ଠାନ, ଟ୍ରେନ, ଫ୍ଲାଇଟ ସହ ଯାନବାହନ ବନ୍ଦ ରହିଛି। ୨୧ ତାଲାବନ୍ଦ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରାୟ ୭ରୁ ୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିବା ଆଶଙ୍କା ଉପୁଜିଛି।
ଏକ ଶିଳ୍ପ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟ ମୁତାବକ ତାଲାବନ୍ଦ ଯୋଗୁ ଦେଶ ମଧ୍ୟରେ ପ୍ରାୟ ୭୦% ଅର୍ଥନୈତିକ କାର୍ଯ୍ୟକଳାପ ଠପ୍‌ ହୋଇଯାଇଛି। ନିବେଶ, ରପ୍ତାନି ଏବଂ ଉପଯୋଗିତା ଭଳି କାର୍ଯ୍ୟକଳାପ ବନ୍ଦ ରହିଛି। ଲକ୍‌ଡାଉନରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବାଦ୍‌ ପଡିଛି। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ଉଭୟ ଆର୍ଥତ୍କ ଏବଂ ବିତ୍ତୀୟ ପଦକ୍ଷେପ ଗ୍ରହଣ କରିଥିଲେ। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା କରୋନା ପୁଣି ଘାତକ ସାଜିଛି ବୋଲି ସେଣ୍ଟ୍ରମ ଇନ୍‌ଷ୍ଟିଚ୍ୟୁଶନାଲ ରିସର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୧ ଆର୍ଥତ୍କ ବର୍ଷରେ ଭାରତ ଏକ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ବୋଲି ଏହା ମତ ରଖିଛି। ଏହାବାଦ ଅଭିବୃଦ୍ଧି ଅତି ନିମ୍ନ ରହିବା ନେଇ ଏହା ପୂର୍ବାନୁମାନ କରିଛି।
କିଛିଦିନ ତଳେ ଆକ୍ୟୁଟ ରେଟିଙ୍ଗ୍‌ସ ପକ୍ଷରୁ ହୋଇଥିବା ପୂର୍ବାନୁମାନରେ ଭାରତ ଦୈନିକ ୪.୬୪ ବିଲିୟନ ଡଲାର ବା ପ୍ରାୟ ୩୫ ହଜାର କୋଟି ଟଙ୍କା କ୍ଷତି ସହିବ ବୋଲି କୁହାଯାଇଛି। ୨୧ ଦିନିଆ ଲକ୍‌ଡାଉନ ଅବଧିରେ ଭାରତକୁ ୯୮ ବିଲିୟନ ଡଲାର ବା ପ୍ରାୟ ୭.୫ ଲକ୍ଷ କୋଟି କ୍ଷତି ସହିବାକୁ ପଡିବ ବୋଲି ଏହା ରିପୋର୍ଟରେ କହିଥିଲା। ଲକ୍‌ଡାଉନ ପାଇଁ କେବଳ ଭାରତ ନୁହେଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ପରିବହନ, ହୋଟେଲ, ରେଷ୍ଟୁରାଣ୍ଟ, ରିୟଲ ଇଷ୍ଟେଟ ଭଳି କ୍ଷେତ୍ର ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି।
ଟ୍ରକର୍ସଙ୍କୁ ୩୫ ହଜାର କୋଟି ଟଙ୍କା କ୍ଷତି
ଏବେ ଲକ୍‌ଡାଉନ ପାଇଁ ସାରା ଦେଶରେ ପ୍ରାୟ ୧ କୋଟି ଟ୍ରକ୍‌ ଛିଡ଼ା ହୋଇଛି। ଟ୍ରକର୍ସ ମାନେ ଦୈନିକ ଭିତ୍ତିରେ ୨,୨୦୦ କୋଟି ଟଙ୍କା କ୍ଷତି ସହୁଛନ୍ତି। ଲକ୍‌ଡାଉନର ୧୫ ଦିନ ମଧ୍ୟରେ ଟ୍ରକର୍ସଙ୍କୁ ୩୫ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ବୋଲି ଅଲ୍‌ ଇଣ୍ଡିଆ ମୋଟର୍ସ ଟ୍ରାନ୍ସପୋର୍ଟ କଂଗ୍ରେସ(ଏଆଇଏମ୍‌ଟିସି) ପକ୍ଷରୁ ସୂଚନା ଦିଆଯାଇଛି। ଲକ୍‌ଡାଉନ ଖୋଲିବା ପରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସ୍ଥିତି ସୁଧୁରିବା ଲାଗି ୨ରୁ ୩ ମାସ ସମୟ ଲାଗିବ ବୋଲି ସଂଘର ସାଧାରଣ ସମ୍ପାଦକ ନବୀନ ଗୁପ୍ତା ସୂଚନା ଦେଇଛନ୍ତି। ଏଆଇଏମ୍‌ଟିସିରେ ୯୩ ଲକ୍ଷ ଟ୍ରାନ୍ସପୋର୍ଟର ରହିଛନ୍ତି।
ରିୟଲ ଇଷ୍ଟେଟ କ୍ଷେତ୍ରର ଲକ୍ଷେ କୋଟି କ୍ଷତି
ରିୟଲ ଇଷ୍ଟେଟ ଡେଭଲପରଙ୍କ ସଂଘ ନ୍ୟାଶନାଲ ରିୟଲ ଇଷ୍ଟେଟ ଡେଭଲପମେଣ୍ଟ କାଉନସିଲ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି କ୍ଷେତ୍ର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ। ସାରା ଦେଶ କଥା ବିଚାର କଲେ କ୍ଷତି ଅନ୍ତତଃ ପକ୍ଷେ ଲକ୍ଷେ କୋଟି ହେବ ବୋଲି ସଂଘର ସଭାପତି ନିରଞ୍ଜନ ହୀରାନନ୍ଦିନୀ ସୂଚନା ଦେଇଛନ୍ତି।
ଖୁଚୁରା ବ୍ୟବସାୟ କ୍ଷତିଗ୍ରସ୍ତ
କରୋନା ସାରା ଦେଶରେ ଖୁଚୁରା ବ୍ୟବସାୟକୁ କ୍ଷତିଗ୍ରସ୍ତ କରିଥିବା କନ୍‌ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ଆକଳନ କରାଯାଇଛି। ଏହାଦ୍ୱାରା ପ୍ରାୟ ୩୦ ବିଲିୟନ ଡଲାରର କ୍ଷତି ସହିବାକୁ ପଡିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ରିଟେଲ ସେକ୍ଟରରେ ୭୦ ନିୟୁତ ଲୋକ କାମ କରୁଛନ୍ତି। ଏହି କ୍ଷେତ୍ରର ମାସିକ ବାଣିଜ୍ୟ କାରବାର ପ୍ରାୟ ୭୦ ବିଲିୟନ ଡଲାର।
ଅଭିବୃଦ୍ଧିକୁ ଲାଗିବ ଝଟକା
ଚଳିତ ଆର୍ଥତ୍କ ବର୍ଷ ଦେଶର ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିବ ବୋଲି ବିଶ୍ୱର ଅଧିକାଂଶ ଏଜେନ୍ସି ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri