୭୧୦ ଶିଶୁ, ୧୭୩ ଗର୍ଭବତୀଙ୍କୁ ଦିଆଯିବ ଟିକା

ଫୁଲବାଣୀ ଅଫିସ, ୩୦ା୧୧ -କନ୍ଧମାଳ ଜିଲାରେ ମିଶନ ଇନ୍ଦ୍ରଧନୁଷ୍‌ ୨.୦ କାର୍ଯ୍ୟକ୍ରମ ଆସନ୍ତା ୨ତାରିଖରୁ ଆରମ୍ଭ
ହେବ। ଏହି କାର୍ଯ୍ୟକ୍ରମ ୪ଟି ପର୍ଯ୍ୟାୟରେ ଜିଲାରେ କାର୍ଯ୍ୟକାରୀ କରାଯିବ। ଶୂନରୁ ୨ ବର୍ଷ ପର୍ଯ୍ୟନ୍ତ ପିଲା ଏବଂ ଗର୍ଭବତୀଙ୍କୁ ଟିକାକରଣ
କରାଯିବ। ଏଥିପାଇଁ ଜିଲାରେ ୭୧୦ ଶିଶୁ ଏବଂ ୧୭୩ ଗର୍ଭବତୀଙ୍କୁ ଚିହ୍ନଟ
କରାଯାଇଛି। ସେମାନଙ୍କ ମଧ୍ୟରୁ ଦାରିଙ୍ଗବାଡ଼ିରେ ୧୯୭, କୋଟଗଡ଼ରେ ୧୧୩, ଫିରିଙ୍ଗିଆରେ ୧୧୦ ଶିଶୁ ରହିଥିବା ବେଳେ ଫିରିଙ୍ଗିିଆରେ ୩୭ ଓ ଟିକାବାଲିରେ ୩୦ ଗର୍ଭବତୀ ଅଛନ୍ତି। ଯେଉଁମାନେ ଟିକା ନେବେ ସେମାନେ ଅତି କମ୍‌ରେ ୩୦ମିନିଟ ପର୍ଯ୍ୟନ୍ତ ଟିକାକରଣ କେନ୍ଦ୍ରରେ ରହିବାକୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲା ଏବଂ ବ୍ଲକସ୍ତରରେ ଟାସ୍କ ଫୋର୍ସ ମିଟିଂ କରାଯାଇଛି ବୋଲି ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ(ପରିବାର ମଙ୍ଗଳ) ପ୍ରସନ୍ନ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଆଶା, ଅଙ୍ଗନୱାଡି କର୍ମୀ ନିଜ ଅଞ୍ଚଳରେ ପ୍ରତ୍ୟେକ ଘର ବୁଲି ଟିକାକରଣ ପାଇଁ ଉଭୟ ଶିଶୁ ଏବଂ ଗର୍ଭବତୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ଜିଲାସ୍ତରର ସମସ୍ତ ସ୍ବାସ୍ଥ୍ୟକର୍ମଚାରୀଙ୍କୁ ଏ ବିଷୟରେ ତାଲିମ ପ୍ରଦାନ କରାଯାଇଛି। ସେହିପରି ଗୋଷ୍ଠୀ ବେତାର ମାଧ୍ୟମରେ ବାର୍ତ୍ତା ପ୍ରଚାର, ସମସ୍ତ ହିତାଧିକାରୀଙ୍କୁ ନିମନ୍ତ୍ରଣ ପତ୍ର ଏବଂ ପୋଷ୍ଟକାର୍ଡ ପ୍ରେରଣ କରାଯାଇଥିବା ବେଳେ ସ୍ବାସ୍ଥ୍ୟ କାନ୍ଥରେ ମଧ୍ୟ ସୂଚନା ଦିଆଯାଇଛି। ଯେପରି ଟିକାକରଣରୁ କେହି ବଞ୍ଚିତ ନ ହେବେ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରାଜଶ୍ରୀ ପଟ୍ଟନାୟକ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବସନ୍ତ କୁମାର ପାତ୍ର, ଜିଲା ପ୍ରୋଗ୍ରାମ ପରିଚାଳକ ମନୋରଞ୍ଜନ ସାହୁ, ଭାରପ୍ରାପ୍ତ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ମହାନ୍ତି, ଜିଲା ପ୍ରଜନନ ଓ ଶିଶୁ ଅଧିକାରୀ ଆଶିଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୫୪ଟି ବ୍ୟାଙ୍କ ଆକାଉଣ୍ଟ, ନଗଦ ୨୮ ଲକ୍ଷ, ଟଙ୍କା ବିପୁଳ ପରିମାଣର ଅଳଙ୍କାର ଜବତ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନୀତିନ ନବୀନ: ଏବେଠୁ ରଣନୀତି ପ୍ରସ୍ତୁତ, ଆଗକୁ…

ଜଟଣୀ,୧୮।୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ…

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ

ପୁରୀ,୧୮।୫(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରକୁ ପହଞ୍ଚି ସିଂହଦ୍ୱାର ଦ୍ୱାରରେ…

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri