୬୩ ଭାରତୀୟଙ୍କ ସମ୍ପତ୍ତି ମୂଲ୍ୟ ଦେଶ ବଜେଟରୁ ଅଧିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମାତ୍ର ୬୩ଜଣ ଭାରତୀୟଙ୍କ ସମ୍ପତ୍ତିର ମୂଲ୍ୟ ଦେଶର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ(୨୪ ଲକ୍ଷ ୪୨ ହଜାର ୨୦୦ କୋଟି ଟଙ୍କା) ଠାରୁ ଅଧିକ। ସେହିଭଳି ବିଶ୍ୱର ୨,୧୫୩ ଲୋକଙ୍କ ପାଖରେ ଯେତିକି ସମ୍ପତ୍ତି ଗଚ୍ଛିତ ରହିଛି, ତାହା ୬୦% ଲୋକସଂଖ୍ୟା ଅର୍ଥାତ୍‌ ୪୬୦ କୋଟି ଲୋକଙ୍କ ସମ୍ପତ୍ତିର ମୂଲ୍ୟ ସହ ସମାନ। ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌)ର ୫୦ତମ ବାର୍ଷିକ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଏଭଳି ରିପୋର୍ଟ ପ୍ରକାଶ କରିଛି ଅକ୍ସଫାମ୍‌ ଇଣ୍ଡିଆ। ସୋମବାର ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶା ପରିସରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ଏହି ରିପୋର୍ଟ ଉନ୍ମୋଚନ କରିଥିଲେ।
ରିପୋର୍ଟ ମୁତାବକ, ସାଧାରଣ ପୁରୁଷ ଓ ମହିଳାଙ୍କ ପକେଟକୁ କାଟି ଆମ ଅର୍ଥନୈତିକ ବ୍ୟବସ୍ଥା ବିତ୍ତଶାଳୀଙ୍କ ପକେଟ ଭର୍ତ୍ତି କରିବାକୁ ଲାଗିଛି। ସମାଜରେ ଅସମାନତା ଏତେ ପରିମାଣରେ ବୃଦ୍ଧି ପାଇଛି, ଯାହା ଧନୀ ଲୋକଙ୍କୁ ଆହୁରି ଧନ ଠୁଳ କରିବାର ସୌଭାଗ୍ୟ ପ୍ରଦାନ କରୁଛି। ଦେଶର ୭୦% ଜନସଂଖ୍ୟା ଅର୍ଥାତ୍‌ ପ୍ରାୟ ୯୩.୩ କୋଟି ଲୋକ ଯେତିକି ସମ୍ପତ୍ତିର ମାଲିକାନା ଉପଭୋଗ କରୁଛନ୍ତି, ତା’ର ୪ ଗୁଣା ଅଧିକ ସମ୍ପତ୍ତି କେବଳ ୧% ବିତ୍ତଶାଳୀ କୋଟିପତିଙ୍କ ପାଖରେ ଠୁଳ ହୋଇଛି। ବିଭିନ୍ନ ଦେଶର ସରକାର ଅତିଧନୀ ଓ କର୍ପୋରେଟ୍‌ଗୁଡ଼ିକର ସମ୍ପତ୍ତି ଉପରେ ଅଧିକ ଟିକସ ଲଗାଇବାରେ ବିଫଳ ହେଉଛନ୍ତି। ଏ ଦିଗରେ ଯଦି ବଳିଷ୍ଠ ନୀତି ପ୍ରଣୟନ କରା ନ ଯାଏ, ତେବେ ଧନୀ ଓ ଦରିଦ୍ରଙ୍କ ଭିତରେ ପ୍ରଭେଦ କମାଇବା ସମ୍ଭବପର ହେବ ନାହିଁ ବୋଲି କୁହାଯାଇଛି। ଏକ ଟେକ୍ନୋଲୋଜି କମ୍ପାନୀର ସିଇଓ ବାର୍ଷିକ ଯେତିକି ରୋଜଗାର କରନ୍ତି, ସେତିକି ଅର୍ଥ ଅର୍ଜନ କରିବା ଲାଗି ଜଣେ ଘରୋଇ ସହାୟିକା ଭାବେ କାମ କରୁଥିବା ମହିଳାଙ୍କୁ ୨୨,୨୭୭ ବର୍ଷ ସମୟ ଲାଗିବ। ଅକ୍ସଫାମ ଇଣ୍ଡିଆର ସିିଇଓ ଅମିତାଭ ବେହାର କହିଛନ୍ତି, ସୁଚିନ୍ତିତ ନୀତି ଲାଗୁ ନ ହେଲେ ବିଶ୍ୱ ସ୍ତରରେ ବଢୁଥିବା ଅସମାନତାକୁ ଦୂର କରିବା ଅସମ୍ଭବ। ମାତ୍ର କିଛି ଦେଶ ଏ ଦିଗରେ ଯୋଜନା ହାତକୁ ନେଉଥିବା ବେହାର କହିଛନ୍ତି। ଡବ୍ଲ୍ୟୁଇଏଫ୍‌ ସମିଟରେ ଚଳିତ ବର୍ଷ ଲିଙ୍ଗଗତ ଅସମାନତା ଏବଂ ମହିଳାଙ୍କ ଆୟ ଭଳି ବିଷୟ ସ୍ଥାନ ପାଇବ। ସମ୍ବିଧାନ ପ୍ରଦତ୍ତ ଆଇନ ଉଲ୍ଲଂଘନ, ଦୁର୍ନୀତି, ସାଧାରଣ ସାମଗ୍ରୀ ଏବଂ ସେବା ଦର ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଡବ୍ଲ୍ୟୁଇଏଫ୍‌ ଏହାର ରିପୋର୍ଟରେ ଉଲ୍ଲେଖ କରିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତର ମହିଳାମାନେ ଦୈନିକ ୩୨୬ କୋଟି ଘଣ୍ଟା ସମୟ ବିନା କୌଣସି ଦରମାରେ କାମ କରନ୍ତି। ଯଦି ଏମାନଙ୍କ ଶ୍ରମମୂଲ୍ୟକୁ ହିସାବ କରାଯାଏ, ତେବେ ବର୍ଷକୁ ଭାରତୀୟ ଅର୍ଥନୀତି ପ୍ରତି ତା’ର ଅବଦାନ ହେଉଛି ୧୯ ଲକ୍ଷ କୋଟି ଟଙ୍କା, ଯାହା ଦେଶର ଶିକ୍ଷା ବଜେଟ୍‌(୨୦୧୯)ର ୨୦ ଗୁଣା ଅଧିକ। ଗ୍ଲୋବାଲ ସର୍ଭେ ମୁତାବକ ବିଶ୍ୱର ୨୨ ଅତିଧନୀଙ୍କ ନିକଟରେ ରହିଥିବା ସମ୍ପତ୍ତି ଆଫ୍ରିକାର ସବୁ ମହିଳାଙ୍କ ସମ୍ପତ୍ତିଠାରୁ ଅଧିକ।
ଅନ୍ୟପକ୍ଷରେ ବର୍ତ୍ତମାନର ଅର୍ଥନୈତିକ ବ୍ୟବସ୍ଥାରେ ମହିଳା ଓ ଯୁବତୀମାନଙ୍କୁ ସବୁଠାରୁ କମ୍‌ ଫାଇଦା ମିଳୁଛି। ଘରେ କାମ କରୁଥିଲେ ବି ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା ପ୍ରତି ସେମାନଙ୍କ ପ୍ରମୁଖ ଅବଦାନ ରହିଥାଏ। ଏଭଳି ଯତ୍ନ କାର୍ଯ୍ୟ ପାଇଁ ସେମାନଙ୍କୁ କୌଣସି ଆୟ ମିଳୁ ନ ଥିବାବେଳେ ଅନେକ ସମୟରେ ରୋଜଗାର କାର୍ଯ୍ୟ ତଥା ଚାକିରି ଛାଡ଼ିବାକୁ ପଡ଼ିଥାଏ। ପରିବାର ଦାୟିତ୍ୱ ହେତୁ ୪୨% ମହିଳା ଇଚ୍ଛା ଥିଲେ ମଧ୍ୟ ରୋଜଗାର କାର୍ଯ୍ୟ କରିପାରନ୍ତି ନାହିଁ। ଅନ୍ୟପକ୍ଷରେ ୨୦୨୫ ବେଳକୁ ବିଶ୍ୱର ୨୪ କୋଟି ଲୋକ ଜଳ ସଙ୍କଟରେ ପଡ଼ିବା ନେଇ ଆଶଙ୍କା କରାଯାଇଛି। ଆଉ ସେଭଳିସ୍ଥଳେ ପାଣି ଯୋଗାଡ଼ କରିବା ଲାଗି ମହିଳାଙ୍କୁ ଅଧିକ ଦୂର ଯିବାକୁ ପଡ଼ିବ ବୋଲି ଅକ୍ସଫାମ୍‌ ଇଣ୍ଡିଆର ଏହି ‘ଟାଇମ୍‌ ଟୁ କେୟାର’ ରିପୋର୍ଟରେ କୁହାଯାଇଛି। ତେବେ ଓଡ଼ିଶା ପରିପ୍ରେକ୍ଷୀରେ ଆଞ୍ଚଳିକ ବୈଷମ୍ୟତାକୁ ନେଇ ଏକ ଗବେଷଣାଭିତ୍ତିକ ଚର୍ଚ୍ଚାର ଆବଶ୍ୟକତା ରହିଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ମିତାଲୀ ଚିନ୍ନାରା, ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ଟିଏମ୍‌ସି ନେତା ଅଭିଷେକଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ପ୍ରଶାସନ

କୋଲକାତା,୧୮।୭: ଟିଏମ୍‌ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri