୨୦୨୩ରୁ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ଭୁବନେଶ୍ୱର, ୨୧।୧(ବ୍ୟୁରୋ): କୃଷକଙ୍କୁ ଯଥା ସମୟରେ ଉପଯୁକ୍ତ ଦରରେ ସାର ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ତାଳଚେରରେ ଏକ ସାର କାରଖାନା ଆରମ୍ଭ ହେବାକୁ ଯାଉଛି। ତାଳଚେର ଫର୍ଟିଲାଇଜର ଲିମିଟେଡ୍‌ (ଟିଏଫ୍‌ଏଲ୍‌)ର କୋଇଲା ଗ୍ୟାସିଫିକେଶନ ଭିତ୍ତିକ ୟୁରିଆ ସାର କାରଖାନା ହେଉଛି ସମଗ୍ର ଦେଶରେ ଏ ଧରଣର ପ୍ରଥମ ପ୍ରକଳ୍ପ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧.୨୭ ମିଲିୟନ ଟନ୍‌ ନିମ ଆସ୍ତରଣଯୁକ୍ତ ୟୁରିଆ ସାର। ସ୍ଥାନୀୟ କୋଇଲା ଓ ପେଟକୋକର ସୁଷମ ମିଶ୍ରଣ ହିଁ ଏହାର କଞ୍ଚାମାଲ ହେବ। ୨୦୨୩ ସୁଦ୍ଧା ଏହି କାରଖାନାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରିବାର ପ୍ରସ୍ତାବ ରହିଛି। ଏହା ଫଳରେ ଓଡ଼ିଶା ସମେତ ଏହାର ସମସ୍ତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ୟୁରିଆ ସାର ଯୋଗାଣ ସୁଗମ ଓ ସହଜଲବ୍ଧ ହେବ ବୋଲି ସାର ବିଭାଗ ସଚିବ ଛବିଳେନ୍ଦ୍ର ରାଉଳ କହିଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ପ୍ରଦାନ କରି କହିଛନ୍ତି, କୋଇଲା ଗ୍ୟାସିଫିକେଶନ ଆଧାରିତ ଯେଉଁ ଆମୋନିଆ-ୟୁରିଆ ପ୍ରକଳ୍ପ ତାଳଚେରଠାରେ ଗଢ଼ି ଉଠୁଛି, ତା’ର ଦୈନିକ ଧାର୍ଯ୍ୟ ଉତ୍ପାଦନ କ୍ଷମତା ହେଉଛି ୨୨୦୦ ମେଟ୍ରିକ୍‌ ଟନ୍‌ ଆମୋନିଆ ଏବଂ ୩୮୫୦ ମେଟ୍ରିକ୍‌ ଟନ୍‌ର ୟୁରିଆ। ଆମୋନିଆ-ୟୁରିଆ ବ୍ୟତୀତ ଏହି କାରଖାନାରୁ ଦୈନିକ ୧୦୦ ମେଟ୍ରିକ୍‌ ଟନ୍‌ ବିକ୍ରିଯୋଗ୍ୟ ସଲ୍‌ଫର୍‌ ଏକ ଅତିରିକ୍ତ ଉତ୍ପାଦନ ଭାବରେ ମଧ୍ୟ ଉତ୍ପନ୍ନ ହେବ। ତାଳଚେରଠାରେ ପ୍ରସ୍ତାବିତ କୋଇଲା ଗ୍ୟାସିଫିକେଶନ ପ୍ରଣାଳୀରେ ମାମୁଲି ପରିମାଣର ସଲ୍‌ଫର୍‌ ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ ଅକ୍ସାଇଡ୍‌ ଓ ମୁକ୍ତ କଣିକା ସମୂହ ନିର୍ଗତ ହେବ, ଯାହା ସିଧାସଳଖ କୋଇଲା ଜ୍ୱଳନ ପ୍ରଣାଳୀ ତୁଳନାରେ ଯଥେଷ୍ଟ କମ୍‌ ରହିବ। ଏହାଛଡ଼ା କାର୍ବନ ଡାଇଅକ୍ସାଇଡ୍‌ ଆଂଶିକ ଭାବରେ ମଧ୍ୟ କୋଇଲାରୁ ଉତ୍ପାଦିତ ହେଉଥିବା ଅନ୍ୟ ଏକ ଗ୍ୟାସ। ଏକ ସ୍ବତନ୍ତ୍ର ନିବୁଜ ପ୍ରଣାଳୀରେ ଏହି ଗ୍ୟାସକୁ ସଂଗ୍ରହ କରାଯାଇ ୟୁରିଆ ସାର ଉତ୍ପାଦନରେ ବ୍ୟବହାର ପାଇଁ ରଖାଯିବ।
ଏହି କାରଖାନା ଦୈନିକ ୨.୩୮ ମିଲିୟନ କ୍ୟୁବିକ୍‌ ମିଟର ପରିମାଣର ପ୍ରାକୃତିକ ଗ୍ୟାସ ଉତ୍ପାଦନ କରିବ, ଯାହାଫଳରେ ଏଲ୍‌ପିଜି ଆମଦାନୀ ଖର୍ଚ୍ଚକୁ ବହୁଳ ଭାବରେ ହ୍ରାସ କରିବାରେ ମଧ୍ୟ ସହାୟକ ହେବ। କାରଖାନା ପ୍ରତିଷ୍ଠା ହେଲେ ଅଞ୍ଚଳବାସୀଙ୍କ ଜୀବନଶୈଳୀ ସମେତ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡକୁ ବିଶେଷ ଭାବରେ ଉନ୍ନତ କରିବ। କାରଣ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଏହି ପ୍ରକଳ୍ପ ଏଠାକାର ଜନସାଧାରଣଙ୍କ ପାଇଁ ନିଯୁକ୍ତିର ଏକ ସୁଯୋଗ ସୃଷ୍ଟି କରିବ। ପ୍ରାୟ ୪ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିିଳିବ ବୋଲି ଛବିଳେନ୍ଦ୍ର ରାଉଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri