ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ ରହୁଛନ୍ତି ଗେଝାରେ ଏବଂ ଏହା ଆଖପାଖର ୮ଟି ଗାଁର ପିଲାଙ୍କୁ ଖେଳ ଶିଖାଉଛନ୍ତି। ଏବେସୁଦ୍ଧା ଏହି ଏକାଡେମୀରୁ ୩,୦୦୦ରୁ ଅଧିକ ପିଲା ପ୍ରଶିକ୍ଷଣ ନେଇ ସାରିଲେଣି। ୭ରୁ ୧୪ ବର୍ଷ ବୟସ ମଧ୍ୟରେ ପିଲାମାନେ ଖେଳ ଶିଖୁଛନ୍ତି। ଏହି ପ୍ରଶିକ୍ଷଣ କେନ୍ଦ୍ରରୁ ଖେଳ ଶିଖି ଅନେକେ ଜାତୀୟ ସ୍ତରରେ ବିଭିନ୍ନ ବୟସ ବର୍ଗରେ ପ୍ରତିନିଧିତ୍ତ୍ୱ କରି ସଫଳତା ପାଇଛନ୍ତି। ପ୍ରଦ୍ୟୋତ ସ୍କୁଲ ଓ କଲେଜ ସ୍ତରରେ ବିଭିନ୍ନ ଟୁର୍ନାମେଣ୍ଟରେ ଭାଗନେଇ କୃତିତ୍ୱ ହାସଲ କରିଥିଲେ। ତେବେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଚାକିରି ନ କରି ଆମେରିକା ଫ୍ଲୋରିଡାର ଇଲେଭ-୮ ସ୍ପୋଷ୍ଟ୍ସି ଇନ୍‌ଷ୍ଟିଚ୍ୟୁଟରେ ୨ ମାସ ପାଇଁ ପ୍ରଶିକ୍ଷଣ ନେବା ପରେ ଭାରତ ଫେରି ୨୦୧୫ରେ ଡ୍ରିବଲ ଏକାଡେମୀ ଗଠନ କରି ପିଲାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ଏବେ ସେଠାରେ ୪୫୦ରୁ ୫୦୦ ପିଲା ପ୍ରଶିକ୍ଷଣ ନେଉଛନ୍ତି। ପ୍ରତିଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୮ଟା ଯାଏ ଏହି କାର୍ଯ୍ୟକ୍ରମ ଚାଲୁଛି। ପ୍ରଦ୍ୟୋତ ଏତିକିରେ ଅଟକି ଯାଇ ନାହାନ୍ତି, ବରଂ ସେ ନୋଏଡାର ୬ଟି ସରକାରୀ ସ୍କୁଲ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସମ୍ବଲ ତହସିଲର ଦୁଇଟିି ଗାଁର ପିଲାଙ୍କୁ ବାସ୍କେଟ ବଲ ପ୍ରଶିକ୍ଷଣ ଦେବା ଲାଗି ସମୟ ଦେଉଛନ୍ତି। ପ୍ରଦ୍ୟୋତ କୋନ ବନେଗା କରୋଡପତିରେ ୨୫ ଲକ୍ଷ ଟଙ୍କା ଜିତି ତାହାକୁ ଏହି ଏକାଡେମୀର ବିକାଶ ଲାଗି ବ୍ୟୟ କରିଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ୧୦୦ଟି ଗାଁରେ ଚଳାଇବା ଲାଗି ସେ ଯୋଜନା କରିଛନ୍ତି। କେବଳ ଖେଳ ନୁହେଁ, ସେଠାରେ ଶିକ୍ଷା ତଥା ଜୀବନ ଜିଇବା କୌଶଳ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?