୬ ମାସରେ ୪୦% କମିଛି ଇସ୍ପାତ ମୂଲ୍ୟ

ନୂଆଦିଲ୍ଲୀ,୨୧।୧୦: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ୨ୟ ତ୍ରୈମାସ ପରେ ଇସ୍ପାତ କ୍ଷେତ୍ରରେ କରାଯାଇଥିବା ସମୀକ୍ଷା ବୈଠକରୁ ଜଣାପଡିଛି, ଗତ ୬ ମାସ ମଧ୍ୟରେ ଇସ୍ପାତ ମୂଲ୍ୟ ପ୍ରାୟ ୪୦% ହ୍ରାସ ପାଇ ୫୭,୦୦୦ ଟଙ୍କାରେ ରହିଛି। ବିଶେଷ କରି ଇସ୍ପାତ ମୂଲ୍ୟ ଅନୁଯାୟୀ ୧୫% ରପ୍ତାନି ଶୁଳ୍କ ହ୍ରାସ ପରେ ଘରୋଇ ବଜାରରେ ଇସ୍ପାତ ମୂଲ୍ୟ କମିଥିବା ଜଣାପଡ଼ିଛି। ସେହିଭଳି ୨୦୨୨ ଆର୍ଥିକ ବର୍ଷର ପ୍ରାରମ୍ଭରେ ହଟ୍‌ ରୋଲ୍‌ଡ କେଏଲ (ଏଚ୍‌ଆର୍‌ସି) ର ମୂଲ୍ୟ ଏକ ପ୍ରକାର ଉପରମୁହଁା ହେବାର ପ୍ରୟାସ ଆରମ୍ଭ କରିଥିଲା। ଫଳରେ ଇସ୍ପାତ ମୂଲ୍ୟ ବୃଦ୍ଧି ଯୋଗୁ ରିଅଲ ଇଷ୍ଟେଟ୍‌ ଏବଂ ଗୃହ, ଭିତ୍ତିଭୂମି ଏବଂ ନିର୍ମାଣ କ୍ଷେତ୍ର ସାଙ୍ଗକୁ ଅଟୋମୋବାଇଲ୍‌ ଓ ଉପଭୋକ୍ତା ସାମଗ୍ରୀ ଉପରେ ସିଧାସଳଖ ପ୍ରଭାବ ପକାଇବା ଆରମ୍ଭ କରିଥିଲା। ସେହିଭଳି ମୂଲ୍ୟ ବୃଦ୍ଧି ଯୋଗୁ ଉପଭୋକ୍ତା ଶିଳ୍ପ ପାଇଁ ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଥିଲା। ସେହିପରି ଘରୋଇ ବଜାରରେ ଇସ୍ପାତ ମୂଲ୍ୟ ଚଳିତ ବର୍ଷ ଏପ୍ରିଲରେ ଟନ୍‌ ପିଛା ୭୮, ୮୦୦ ଟଙ୍କାରେ ରହିଥିଲା। ଏପରିକି ଏହା ଉପରେ ୧୮% ଜିଏସ୍‌ଟି ଆଦାୟ ସହ ଟନ୍‌ ପିଛା ଏହାର ମୂଲ୍ୟ ପ୍ରାୟ ୯୩,୦୦୦ ଟଙ୍କା ରହିଥିଲା ବୋଲି ଅନୁସନ୍ଧାନକାରୀ ସଂସ୍ଥାଗୁଡିକ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଷ୍ଟିଲ୍‌ ମିଣ୍ଟର ତଥ୍ୟ ଅନୁଯାୟୀ ଏପ୍ରିଲ ଶେଷ ଆଡକୁ ଇସ୍ପାତ ମୂଲ୍ୟ ହ୍ରାସ ପାଇବା ଆରମ୍ଭ କରିଥିଲା। ଏପରିକି ଜୁନ୍‌ ଶେଷ ସୁଦ୍ଧା ଟନ୍‌ ପିଛା ଏହାର ମୂଲ୍ୟ ୬୦,୨୦୦ ଟଙ୍କାକୁ ଖସି ଆସିଥିଲା। ସେହିପରି ୨୦୨୨ ଜୁଲାଇ ଏବଂ ଅଗଷ୍ଟରେ ମଧ୍ୟ ସମାନତା ଜାରି ରହିଥିଲା ଏବଂ ସେପ୍ଟେମ୍ବର ମଧ୍ୟଭାଗରେ ଟନ୍‌ ପିଛା ଏହାର ମୂଲ୍ୟ ୫୭,୦୦୦ ଟଙ୍କାକୁ ଖସି ଆସିଥିଲା। ବିଶେଷକରି ଇସ୍ପାତ ଉତ୍ପାଦ ଉପରେ ସରକାରୀ ଟ୍ୟାକ୍ସ, ବିଦେଶୀ ଚାହିଦା ଏବଂ ଉଚ୍ଚ ମୁଦ୍ରାସ୍ଫୀତି ଓ ଶକ୍ତି ମୂଲ୍ୟ ଆଦି କାରଣରୁ ଇସ୍ପାତ ମୂଲ୍ୟ ହ୍ରାସ ପାଇଥିବା ଆକଳନ କରାଯାଉଛି ବୋଲି ଷ୍ଟିଲ ମେଣ୍ଟ ମତପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri