୬ ମାସରେ ୪୦% କମିଛି ଇସ୍ପାତ ମୂଲ୍ୟ

ନୂଆଦିଲ୍ଲୀ,୨୧।୧୦: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ୨ୟ ତ୍ରୈମାସ ପରେ ଇସ୍ପାତ କ୍ଷେତ୍ରରେ କରାଯାଇଥିବା ସମୀକ୍ଷା ବୈଠକରୁ ଜଣାପଡିଛି, ଗତ ୬ ମାସ ମଧ୍ୟରେ ଇସ୍ପାତ ମୂଲ୍ୟ ପ୍ରାୟ ୪୦% ହ୍ରାସ ପାଇ ୫୭,୦୦୦ ଟଙ୍କାରେ ରହିଛି। ବିଶେଷ କରି ଇସ୍ପାତ ମୂଲ୍ୟ ଅନୁଯାୟୀ ୧୫% ରପ୍ତାନି ଶୁଳ୍କ ହ୍ରାସ ପରେ ଘରୋଇ ବଜାରରେ ଇସ୍ପାତ ମୂଲ୍ୟ କମିଥିବା ଜଣାପଡ଼ିଛି। ସେହିଭଳି ୨୦୨୨ ଆର୍ଥିକ ବର୍ଷର ପ୍ରାରମ୍ଭରେ ହଟ୍‌ ରୋଲ୍‌ଡ କେଏଲ (ଏଚ୍‌ଆର୍‌ସି) ର ମୂଲ୍ୟ ଏକ ପ୍ରକାର ଉପରମୁହଁା ହେବାର ପ୍ରୟାସ ଆରମ୍ଭ କରିଥିଲା। ଫଳରେ ଇସ୍ପାତ ମୂଲ୍ୟ ବୃଦ୍ଧି ଯୋଗୁ ରିଅଲ ଇଷ୍ଟେଟ୍‌ ଏବଂ ଗୃହ, ଭିତ୍ତିଭୂମି ଏବଂ ନିର୍ମାଣ କ୍ଷେତ୍ର ସାଙ୍ଗକୁ ଅଟୋମୋବାଇଲ୍‌ ଓ ଉପଭୋକ୍ତା ସାମଗ୍ରୀ ଉପରେ ସିଧାସଳଖ ପ୍ରଭାବ ପକାଇବା ଆରମ୍ଭ କରିଥିଲା। ସେହିଭଳି ମୂଲ୍ୟ ବୃଦ୍ଧି ଯୋଗୁ ଉପଭୋକ୍ତା ଶିଳ୍ପ ପାଇଁ ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଥିଲା। ସେହିପରି ଘରୋଇ ବଜାରରେ ଇସ୍ପାତ ମୂଲ୍ୟ ଚଳିତ ବର୍ଷ ଏପ୍ରିଲରେ ଟନ୍‌ ପିଛା ୭୮, ୮୦୦ ଟଙ୍କାରେ ରହିଥିଲା। ଏପରିକି ଏହା ଉପରେ ୧୮% ଜିଏସ୍‌ଟି ଆଦାୟ ସହ ଟନ୍‌ ପିଛା ଏହାର ମୂଲ୍ୟ ପ୍ରାୟ ୯୩,୦୦୦ ଟଙ୍କା ରହିଥିଲା ବୋଲି ଅନୁସନ୍ଧାନକାରୀ ସଂସ୍ଥାଗୁଡିକ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଷ୍ଟିଲ୍‌ ମିଣ୍ଟର ତଥ୍ୟ ଅନୁଯାୟୀ ଏପ୍ରିଲ ଶେଷ ଆଡକୁ ଇସ୍ପାତ ମୂଲ୍ୟ ହ୍ରାସ ପାଇବା ଆରମ୍ଭ କରିଥିଲା। ଏପରିକି ଜୁନ୍‌ ଶେଷ ସୁଦ୍ଧା ଟନ୍‌ ପିଛା ଏହାର ମୂଲ୍ୟ ୬୦,୨୦୦ ଟଙ୍କାକୁ ଖସି ଆସିଥିଲା। ସେହିପରି ୨୦୨୨ ଜୁଲାଇ ଏବଂ ଅଗଷ୍ଟରେ ମଧ୍ୟ ସମାନତା ଜାରି ରହିଥିଲା ଏବଂ ସେପ୍ଟେମ୍ବର ମଧ୍ୟଭାଗରେ ଟନ୍‌ ପିଛା ଏହାର ମୂଲ୍ୟ ୫୭,୦୦୦ ଟଙ୍କାକୁ ଖସି ଆସିଥିଲା। ବିଶେଷକରି ଇସ୍ପାତ ଉତ୍ପାଦ ଉପରେ ସରକାରୀ ଟ୍ୟାକ୍ସ, ବିଦେଶୀ ଚାହିଦା ଏବଂ ଉଚ୍ଚ ମୁଦ୍ରାସ୍ଫୀତି ଓ ଶକ୍ତି ମୂଲ୍ୟ ଆଦି କାରଣରୁ ଇସ୍ପାତ ମୂଲ୍ୟ ହ୍ରାସ ପାଇଥିବା ଆକଳନ କରାଯାଉଛି ବୋଲି ଷ୍ଟିଲ ମେଣ୍ଟ ମତପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri