ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ରେ ଦୀପାବଳି ଉତ୍ସବ

ଭୁବନେଶ୍ୱର,୨୧।୧୦:ଚଳିତ ବର୍ଷର ଦୀପାବଳି ପର୍ବକୁ ହର୍ଷ ଓ ଉଲ୍ଲାସ ସହକାରେ ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ମଲ୍‌ ପକ୍ଷରୁ ପାଳନ କରାଯାଉଛି। ଏପରିକି ମଲ୍‌ ପରିସରରେ ଏକ ବୃହତ୍‌ ଦୀପ ଘାରୋଣ୍ଡା ଦୀପ ଜ୍ୟୋତି ସ୍ତମ୍ଭ ଓ ସାଜସଜ୍ଜାରେ ଆଲୋକର ପର୍ବକୁ ଆଡମ୍ବର ସହକାରେ ପାଳନ ପାଇଁ ବିଶେଷ ଭାବେ ଆୟୋଜନ କରାଯାଇଛି। ବିଶେଷ କରି ମଲ୍‌ର ସିଏସ୍‌ଆର୍‌ ଅଭିଯାନ ଅଂଶ ଭାବେ ‘ ଲାଇଟ ଅଫ୍‌ ହାପିନେସ ’ର ପ୍ରସ୍ତୁତି ହୋଇଛି। ମଲ୍‌ ପରିସରକୁ ଆସୁଥିବା ସମସ୍ତ ଗ୍ରାହକଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ମଲ୍‌ ପକ୍ଷରୁ କୁହାଯାଇଛି। ଦୀପାବଳି ଅବସରରେ ଲୋକମାନଙ୍କ ଜୀବନକୁ ଆଲୋକିତ କରିବା ପାଇଁ ଏହା ଉଦ୍ଦିଷ୍ଟ। ଏପରିକି ଯେଉଁମାନେ ଏଭଳି ଏକ ଭଲ କାର୍ଯ୍ୟରେ ସହଯୋଗ କରିବାକୁ ଚାହଁୁଛନ୍ତି, ସେମାନେ ମଧ୍ୟ ସେହି ସ୍ଥାନରେ ଦୀପ କିଣି ଦୀପ ସ୍ତମ୍ଭରେ ରଖିପାରିବେ। ଏହି ଅଭିଯାନରୁ ମିଳୁଥିବା ଅର୍ଥ ଆବଶ୍ୟକ କରୁଥିବା ଲୋକମାନଙ୍କ ହିତକାର୍ଯ୍ୟରେ ନିୟୋଜିତ ହେବା ସହିତ ଅନ୍ୟର ଜୀବନକୁ ମଧ୍ୟ ଆଲୋକିତ କରିପାରିବ ଏବଂ ଏହାକୁ ଏକ ପ୍ରକୃତ ଆଲୋକର ପର୍ବ ବୋଲି କୁହାଯିବ। ଏହି ଉତ୍ସବକୁ ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ଓ ଆରନା ଫାଉଣ୍ଡେଶନ ମିଳିତ ଭାବେ ଆୟୋଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?