୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି

ଭୁବନେଶ୍ୱର, ୧୦।୬(ବ୍ୟୁରୋ)-ରାଜ୍ୟର ୬ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ତଥା କୁଳାଧିପତି ୩ମାସ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। କରୋନା ସ୍ଥିତି ପାଇଁି ଏଭଳି ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୁପାରିଶ କରାଯାଇଥିଲା। ତେବେ ୩ମାସ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କୁଳପତିଙ୍କର ଯେବେ କାର୍ଯ୍ୟକାଳ ଶେଷ ହେବାର ଥିଲା ସେବେଠାରୁ ୩ମାସ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ିଛି ବୋଲି ବିଜ୍ଞପ୍ତିରେ ଉଳ୍ଲେଖ ରହିଛି।


ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଜୁଲାଇ ୭ତାରିଖକୁ ଶେଷ ହେବାକୁ ଥିବା ବେଳେ ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କର ଜୁଲାଇ ୧୪, ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କର ଜୁଲାଇ ୧୩, ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମଧୁମିତା ଦାଶଙ୍କର ଅଗଷ୍ଟ ୧, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅତନୁ କୁମାର ପତିଙ୍କର ଜୁଲାଇ ୨୫ ଓ ବାରିପଦା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧ତାରିଖରେ ଶେଷ ହେବାକୁ ଥିଲା। ନୂଆ ବିଜ୍ଞପ୍ତି ଅନୁସାରେ ଏମାନେ ଆଉ ୩ମାସ କାର୍ଯ୍ୟଭାର ଦାୟିତ୍ୱ ତୂଲାଇବେ।


Enter your email to get our daily news in your inbox.

All Right Reserved By Dharitri.Com

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri