୬ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଢେଙ୍କାନାଳ ଅଫିସ, ୧୨।୬ – ଢେଙ୍କାନାଳ ଜିଲାରେ ଚୋରା ବାଲି ଏବଂ ପଥର ବ୍ୟବସାୟୀଙ୍କ ଦୌରାତ୍ମ୍ୟ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଏହାକୁ ରୋକିବାରେ ପୋଲିସ ଏବଂ ତହସିଲ କର୍ତ୍ତୃପକ୍ଷ ବିଫଳ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛି ଜିଲା ପ୍ରଶାସନ। ଅଧିକାରୀଙ୍କ ଅବହେଳା ଏବଂ ଅପାରଗତା ପଦାରେ ପଡ଼ିବା ପରେ ଓଡ଼ାପଡ଼ା, ଗଁଦିଆ, ସଦର, ଭୁବନ, କାମାକ୍ଷାନଗର, ପରଜଙ୍ଗ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆସନ୍ତା ୧୮ ତାରିଖରେ ଏସ୍‌ପି, ଡିଏଫ୍‌ଓ, ପୋଲିସ ଏବଂ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ବସିବ ଏବଂ ମିଳିତ ଚଢ଼ାଉ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ଜିଲାର ବ୍ରାହ୍ମଣୀ, ରାମିଆଳ ନଦୀଘାଟ ସମେତ ନିହଲପ୍ରସାଦ, କାଶୀପୁର, ଛୋଟତେନ୍ତୁଳି, ମାଣିପୁର, ବଳଦିଆବନ୍ଧ ଅଞ୍ଚଳରୁ ଲଘୁ ଖଣିଜ ଦ୍ରବ୍ୟର ଅବାଧ ଚାଲାଣ ହେଉଛି। ପୋଲିସ, ତହସିଲ ପ୍ରଶାସନ ଏବଂ ରାଜସ୍ବ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଚୋରା ବ୍ୟବସାୟୀମାନେ ସକ୍ରିୟ ହୋଇଉଠିଛନ୍ତି। ଏହାକୁ ରୋକିବାକୁ ଗୁରୁବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜରୁରୀ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଆଇନ ବାଲି ଏବଂ ପଥର ଖାଦାନରେ ଚଢ଼ାଉ ବେଳେ ପ୍ରଶାସନିକ ଅଧିକାରୀମାନେ ମାଫିଆଙ୍କ ଆକ୍ରମଣର ଶିକାର ହେଉଛନ୍ତି। ପୋଲିସ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ପୋଲିସ ଉପସ୍ଥିତିରେ ମାଫିଆମାନେ ଚଢ଼ାଉରେ ସାମିଲ ଥିବା ଅଧିକାରୀଙ୍କୁ ବନ୍ଧୁକ ଦେଖାଇ ହତ୍ୟାଧମକ ଦେଉଛନ୍ତି। ପୋଲିସ ଏବଂ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁ ଏପରି କାରବାର ବଢ଼ିଚାଲିଥିବା ତହସିଲଦାର ଏବଂ ଆର୍‌ଆଇମାନେ ଅଭିଯୋଗ ଆଣିଥିଲେ। ନିକଟରେ ଗଁଦିଆ ତହସିଲର ଛୋଟତେନ୍ତୁଳି, ସଦର ତହସିଲର ମାଣିପୁରସ୍ଥିତ ବେଆଇନ ପଥର ଖଦାନରେ ଚଢ଼ାଉ ବେଳେ ପ୍ରଶାସନିକ ଅଧିକାରୀମାନେ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଉଭୟ ଘଟଣାରେ ପୋଲିସର କୋହଳ ମନୋଭାବ ଏବଂ ଅସହଯୋଗ ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହାର ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ଆଲୋଚନା ହେଉଛି।
ଏ ନେଇ ଜିଲାପାଳ କୁହନ୍ତି, ଜିଲାରେ ବଢୁଥିବା ବାଲି ଏବଂ ପଥର ଚୋରା ଚାଲାଣ ରୋକିବାକୁ ଏହି ବୈଠକ ଡକାଯାଇଥିଲା। ଏ ନେଇ ୬ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଉତ୍ତର ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏପ୍ରିଲରେ ମିଳିତ ଚଢ଼ାଉ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କରୋନା ଯୋଗୁ ଏଥିରେ ବିଳମ୍ବ ହୋଇଛି। ଚଢ଼ାଉ ସମୟରେ ଅନେକ ସ୍ଥାନରେ ପୋଲିସ ସହଯୋଗ ମିଳୁ ନ ଥିବା ଅଭିଯୋଗ ହେଉଛି। ପଥର ମାଫିଆମାନେ ଚଢାଉ ପୂର୍ବରୁ ସୂଚନା ପାଇଯାଉଛନ୍ତି। ଅଭିଯୁକ୍ତମାନେ ଅତର୍କିତ ଅଧିକାରୀଙ୍କ ଉପରକୁ ଆକ୍ରମଣ କରୁଛନ୍ତି। ଏହାକୁ ରୋକିବା ଲାଗି ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ପଥରଗଡ଼ ଡ୍ୟାମ୍‌ ହୁଡ଼ା: ୧ଶହ ଏକର ଚାଷ ଜମି ବାଲିଚର

ଲୋଇସିଂହା,୩0୦।୭(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ରେକର୍ଡ ପରିମାଣର ବର୍ଷା ହୋଇଛି। ବୁଧବାର ଦିନକ ଭିତରେ ୨୬୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ଜିଲାରେ ସର୍ବାଧିକ…

ପ୍ରେମିକା ପାଇଁ ମନ୍ଦିର ଉପରେ ପ୍ରେମିକ: ଆଉ ତା’ପରେ ଘଟିଲା…

କେନ୍ଦୁଝର,୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ହରିଚନ୍ଦନପୁରରେ ବୁଧବାର ଏକ ହାଇଡ୍ରାମା ଦେଖିବାକୁ ମଳିଛି। ପ୍ରେମିକାଙ୍କୁ ପାଇବା ପାଇଁ କାଳିଆଦୁମା ଗ୍ରାମର ପ୍ରେମିକ ଏକ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କୂଳ ଲଙ୍ଘୁଛି କେନାଲ: ସତ ହେଲା ଆଶଙ୍କା

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟ ପାଇଁ କରାଯାଇଥିବା କାର୍ଯ୍ୟ)ନିର୍ମାଣରେ ହୋଇଥିବା ଅନିୟମିତତା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର…

ଉପରେ ଶୁଖିଲା ଲଙ୍କା, ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ସୋନପୁର,୩୦ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୋବାଇଲ ୟୁନିଟ୍‌ ଓ ବୀରମହାରାଜପୁର ଅବକାରୀ ଥାନା ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ଉଲୁଣ୍ଡା ଥାନା ଏସ୍‌. ପତ୍ରାପାଲି ଓ ବୀରମହାରାଜପୁର…

ସାନ ମାଈଁ-ଭଣଜାଙ୍କ ପ୍ରେମ ସମ୍ପର୍କ ଧରାପଡ଼ିବାରୁ ଡବର୍ଲ ମର୍ଡର, ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ବ୍ରହ୍ମପୁର,୨୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଜରଡ଼ା ଥାନା ଅଞ୍ଚଳରେ ୨୦୨୪ରେ ମା’ ଓ ୭ ବର୍ଷୀୟ ପୁଅଙ୍କୁ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି।…

କାଦୁଅରେ ଫସି ହନ୍ତସନ୍ତ ହେଲା ଦନ୍ତା: ସାଥୀ ହାତୀ ଶୁଣ୍ଢରେ ଟାଣି କଲା ଉଦ୍ଧାର

ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକ ଅଭାବନୀୟ ଏବଂ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି। ବୁଧବାର ଦିନ…

ବୈତରଣୀ ନଦୀରେ ପକାଇଥିଲେ ଜାଲ, ପଡ଼ିଲା ୨୨୦ କେଜି ଓଜନର ବିଶାଳ ମାଛ

ପାଟଣା,୨୯।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କପୁଣ୍ଡି ଗ୍ରାମର ରୁଗୁଡ଼ିଭାଡ଼ି ସାହି ନିକଟ ଦେଇ ପ୍ରବାହିତ ବୈତରଣୀ ନଦୀରେ ଏକ ବଡ଼ଧରଣର…

ଜଳମଗ୍ନ ବାଂଶପାଳ BEOଙ୍କ କାର୍ଯ୍ୟାଳୟ: ଆଣ୍ଠୁଏ ପାଣିରେ ଚାଲିଛି ସରକାରୀ କାମ, ନଷ୍ଟ ହେଉଛି ପିଲାଙ୍କ ବହି

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ଅବସ୍ଥାରେ ରହିଛି। କାର୍ଯ୍ୟାଳୟ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri