୬ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଢେଙ୍କାନାଳ ଅଫିସ, ୧୨।୬ – ଢେଙ୍କାନାଳ ଜିଲାରେ ଚୋରା ବାଲି ଏବଂ ପଥର ବ୍ୟବସାୟୀଙ୍କ ଦୌରାତ୍ମ୍ୟ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଏହାକୁ ରୋକିବାରେ ପୋଲିସ ଏବଂ ତହସିଲ କର୍ତ୍ତୃପକ୍ଷ ବିଫଳ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛି ଜିଲା ପ୍ରଶାସନ। ଅଧିକାରୀଙ୍କ ଅବହେଳା ଏବଂ ଅପାରଗତା ପଦାରେ ପଡ଼ିବା ପରେ ଓଡ଼ାପଡ଼ା, ଗଁଦିଆ, ସଦର, ଭୁବନ, କାମାକ୍ଷାନଗର, ପରଜଙ୍ଗ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆସନ୍ତା ୧୮ ତାରିଖରେ ଏସ୍‌ପି, ଡିଏଫ୍‌ଓ, ପୋଲିସ ଏବଂ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ବସିବ ଏବଂ ମିଳିତ ଚଢ଼ାଉ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ଜିଲାର ବ୍ରାହ୍ମଣୀ, ରାମିଆଳ ନଦୀଘାଟ ସମେତ ନିହଲପ୍ରସାଦ, କାଶୀପୁର, ଛୋଟତେନ୍ତୁଳି, ମାଣିପୁର, ବଳଦିଆବନ୍ଧ ଅଞ୍ଚଳରୁ ଲଘୁ ଖଣିଜ ଦ୍ରବ୍ୟର ଅବାଧ ଚାଲାଣ ହେଉଛି। ପୋଲିସ, ତହସିଲ ପ୍ରଶାସନ ଏବଂ ରାଜସ୍ବ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଚୋରା ବ୍ୟବସାୟୀମାନେ ସକ୍ରିୟ ହୋଇଉଠିଛନ୍ତି। ଏହାକୁ ରୋକିବାକୁ ଗୁରୁବାର ପୂର୍ବାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜରୁରୀ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଆଇନ ବାଲି ଏବଂ ପଥର ଖାଦାନରେ ଚଢ଼ାଉ ବେଳେ ପ୍ରଶାସନିକ ଅଧିକାରୀମାନେ ମାଫିଆଙ୍କ ଆକ୍ରମଣର ଶିକାର ହେଉଛନ୍ତି। ପୋଲିସ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ପୋଲିସ ଉପସ୍ଥିତିରେ ମାଫିଆମାନେ ଚଢ଼ାଉରେ ସାମିଲ ଥିବା ଅଧିକାରୀଙ୍କୁ ବନ୍ଧୁକ ଦେଖାଇ ହତ୍ୟାଧମକ ଦେଉଛନ୍ତି। ପୋଲିସ ଏବଂ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁ ଏପରି କାରବାର ବଢ଼ିଚାଲିଥିବା ତହସିଲଦାର ଏବଂ ଆର୍‌ଆଇମାନେ ଅଭିଯୋଗ ଆଣିଥିଲେ। ନିକଟରେ ଗଁଦିଆ ତହସିଲର ଛୋଟତେନ୍ତୁଳି, ସଦର ତହସିଲର ମାଣିପୁରସ୍ଥିତ ବେଆଇନ ପଥର ଖଦାନରେ ଚଢ଼ାଉ ବେଳେ ପ୍ରଶାସନିକ ଅଧିକାରୀମାନେ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଉଭୟ ଘଟଣାରେ ପୋଲିସର କୋହଳ ମନୋଭାବ ଏବଂ ଅସହଯୋଗ ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହାର ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ଆଲୋଚନା ହେଉଛି।
ଏ ନେଇ ଜିଲାପାଳ କୁହନ୍ତି, ଜିଲାରେ ବଢୁଥିବା ବାଲି ଏବଂ ପଥର ଚୋରା ଚାଲାଣ ରୋକିବାକୁ ଏହି ବୈଠକ ଡକାଯାଇଥିଲା। ଏ ନେଇ ୬ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଉତ୍ତର ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏପ୍ରିଲରେ ମିଳିତ ଚଢ଼ାଉ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କରୋନା ଯୋଗୁ ଏଥିରେ ବିଳମ୍ବ ହୋଇଛି। ଚଢ଼ାଉ ସମୟରେ ଅନେକ ସ୍ଥାନରେ ପୋଲିସ ସହଯୋଗ ମିଳୁ ନ ଥିବା ଅଭିଯୋଗ ହେଉଛି। ପଥର ମାଫିଆମାନେ ଚଢାଉ ପୂର୍ବରୁ ସୂଚନା ପାଇଯାଉଛନ୍ତି। ଅଭିଯୁକ୍ତମାନେ ଅତର୍କିତ ଅଧିକାରୀଙ୍କ ଉପରକୁ ଆକ୍ରମଣ କରୁଛନ୍ତି। ଏହାକୁ ରୋକିବା ଲାଗି ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri