ରାଇକିଆ,୧୭ା୧୨(ଡ଼ି.ଏନ.ଏ.)-ରାଇକିଆ ସାପ୍ତାହିକ ହାଟକୁ ନେଇ ୨ ପଞ୍ଚାୟତ ମଧ୍ୟରେ ଳାଗି ରହିଥିବା ବିବାଦ ଥମୁନି। କ୍ରମାଗତ ଦ୍ୱିତୀୟ ଥର ପାଇଁ ସୋମବାର ହାଟରେ ବାଧା ସୃଷ୍ଟି ହୋଇଛି। ଉଭୟ ପଞ୍ଚାୟତରେ ହାଟ ପାଇଁ ରାସ୍ତାରୋକୋ ଯୋଗୁ ରାଇକିଆ-ଜି.ଉଦୟଗିରି ରାସ୍ତା ୬ଘଣ୍ଟା ଧରି ଅବରୋଧ ହୋଇଥିଲା। କାୈଣସି ଯାନବାହନ ଚଳାଚଳ ହୋଇପାରି ନ ଥିଲା। ପୂର୍ବ ସପ୍ତାହ ନିଷ୍ଫତ୍ତି ପ୍ରକାରେ ରାଇକିଆ ଚୂନପଲ୍ଲୀରେ ହାଟକୁ ଯିବା ପାଇଁ ବ୍ୟବସାୟୀଙ୍କୁ କୁହାଯିବା ପରେ ବେରେଡ଼ାକିଆରେ ସରପଞ୍ଚ ରଶ୍ମିତା ପ୍ରଧାନଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀଙ୍କ ତରଫରୁ ରାସ୍ତାରୋକୋ କରାଯାଇଥିଲା। କିଛି ଘଣ୍ଟାର ପରେ ପୁଣି ଥରେ ପୁରୁଣା ସ୍ଥାନରେ ହାଟ ଆରମ୍ଭ ହୋଇଥିଲା। ପୁଣି ଥରେ ପୁରୁଣା ସ୍ଥାନରେ ହାଟ ଖୋଲାଯିବାର ପ୍ରତିବାଦରେ ରାଇକିଆ ଚୂନପଲ୍ଲୀରେ ସରପଞ୍ଚ ପଞ୍ଚୁ ପ୍ରଧାନ, ସମିତି ସଭ୍ୟା ମିନି ନାୟକ ଓ କେତେକ ଓ୍ବାର୍ଡ଼ ମେମ୍ବରଙ୍କ ଉପସ୍ଥିତିରେ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ସେଠାରେ ମଧ୍ୟ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହା ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିଥିଲା। ରାଇକିଆ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଥାନା ଅଧିକାରୀ ଅଲେଖ ଗରଡ଼ିଆ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରିପାରି ନ ଥିଲା। ଲୋକଙ୍କ ସ୍ବାର୍ଥ ଦଷ୍ଟିିରୁ ଏବଂ ହାଟ ଯୋଗୁ ମୁଖ୍ୟ ରାସ୍ତା ଜାମ ହେଉଥିବା, ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ହାଟ ଘୁଞ୍ଚା ଯାଇଥିବା ବେଳେ ଏଥିରେ ବାରମ୍ବାର ସମସ୍ୟା ସୃଷ୍ଟି କରାଯାଉଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ। ଆସନ୍ତା ସୋମବାର ସୁଦ୍ଧା ହାଟ ଘୁଞ୍ଚାଇବା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରତଶ୍ରୁତି ଦିଆଯିବାପରେ ଆନ୍ଦୋଳନ ହଟିଥିଲା। ଅନ୍ୟ ପକ୍ଷରେ ପ୍ରଶାସନ ତରଫରୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆଯାଉ ନ ଥିବାରୁ ବିଶୃଙ୍ଖଳା ବଢିବାରେ ଲାଗିଛି। ପ୍ରତ୍ୟକ ହାଟ ପାଳିରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଶେଷ କରି ବାଲିଗୁଡ଼ା, ବ୍ରହ୍ମପୁର, ଫୁଲବାଣୀ ଭଳି ଦୂରଦୂରାନ୍ତରୁ ବ୍ୟବସାୟୀମାନେ ଆସୁଥିଲେ ମଧ୍ୟ ରାସ୍ତା ଅବରୋଧ, ଆନ୍ଦୋଳନ, ଅବ୍ୟବସ୍ଥା ଯୋଗୁ ନିରାଶ ହୋଇ ଫେରୁଛନ୍ତିି।
ସୂଚନାଯୋଗ୍ୟ, ରାଇକିଆରେ ଜିଲାର ଅନ୍ୟତମ ବୃହତ ହାଟ ହୋଇଥାଏ। ପ୍ରତ୍ୟକ ସୋମାବର ଏଠାକୁ ହଜାର ହଜାର ଲୋକ ଆସିଥାନ୍ତି।
ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ
କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…
ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…
ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…
ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା
ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…
ଜାତୀୟ ରାଜପଥର ଫୁଟ୍ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…
ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…
ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…
ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…
ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍କୁ ଦ୍ରୁତଗତିରେ ଆସି ଜଣେ ବାଇକ୍କୁ ଧକ୍କା…
ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…
ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…
ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…
ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…
Archives

