୫୦୦୦କୋଟିର ପୁଞ୍ଜିନିବେଶ କରିବ ଟାଟା ପାଓ୍ବାର

ଭୁବନେଶ୍ୱର,୧୬।୯:ଓଡ଼ିଶାରେ ଉତ୍ତମ ବିଦ୍ୟୁତ୍‌ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଓ ଟାଟା ପାଓ୍ବାର ମଧ୍ୟରେ ଏକ ରାଜିନାମା ସ୍ବାକ୍ଷର ହୋଇଛି। ଉକ୍ତ ରାଜିନାମା ଅନୁଯାୟୀ ଟାଟା ପାଓ୍ବାର ଓଡ଼ିଶାର ଡିସ୍‌କମ୍‌ଗୁଡ଼ିକୁ ଅଧିଗ୍ରହଣ କରିବା ପରଠାରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସିଛି। ଏପରିକି ଗତ ୨ବର୍ଷ ମଧ୍ୟରେ କମ୍ପାନୀ ବିଦ୍ୟୁତ୍‌ ଯୋଗାଣର ଭରସାଯୋଗ୍ୟତାରେ ଉନ୍ନତି ଆଣିବା ପାଇଁ ବିଦ୍ୟୁତ୍‌ ବଣ୍ଟନର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ ମଧ୍ୟ କରିଛି। ରାଜ୍ୟର ବିଦ୍ୟୁତ୍‌ ଯୋଗାଣ ନେଟ୍‌ୱର୍କର ଆମେ ସମ୍ପୂର୍ଣ୍ଣ ଅନୁଶୀଳନ କରିଛୁ ଏବଂ ପ୍ରମୁଖ ସମସ୍ୟା ଓ ଆବଶ୍ୟକ ହେଉଥିବା ଉନ୍ନତୀକରଣକୁ ଚିହ୍ନଟ କରିଛୁ, ଯାହା ରାଜ୍ୟରେ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ନିଶ୍ଚିତ କରିବାରେ ସହାୟକ ହୋଇଛି। ଶିଳ୍ପ ଓ ବାଣିଜି୍ୟକ ପ୍ରତିଷ୍ଠାନ ସମେତ ଆମର ଗ୍ରାହକମାନଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଆମେ ଆମର ପୁଞ୍ଜି ବ୍ୟୟ ନିବେଶକୁ ବଢ଼ାଇବା ପାଇଁ ପ୍ରସ୍ତୁତ ହେଉଛୁ ବୋଲି ଟାଟା ପାୱାରର ସଭାପତି (ଟି ଆଣ୍ଡ୍‌ ଡି) ସଞ୍ଜୟ ବାଙ୍ଗା ମତବ୍ୟକ୍ତ କରିଛନ୍ତି।
ବିଶେଷକରି ଏହାର ନେଟ୍‌ୱର୍କ ଓ ଭିତ୍ତିଭୂମିରେ ଉନ୍ନତୀକରଣ ସାଙ୍ଗକୁ ବୃଦ୍ଧି, ବୈଷୟକ ସମନ୍ବୟ, ଗ୍ରାହକ ସେବା ଓ ସୁରକ୍ଷା ଆଦି କ୍ଷେତ୍ରରେ ଆସନ୍ତା ୫ବର୍ଷ ମଧ୍ୟରେ ପ୍ରାୟ ୫୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ (ବ୍ୟୟ) କରିବାକୁ କମ୍ପାନୀ ପ୍ରତିବଦ୍ଧ ରହିଛି। ମେକ୍‌ ଇନ୍‌ ଓଡ଼ିଶା ଲକ୍ଷ୍ୟକୁ ଆଉ ଏକ ସୋପାନ ସୁଦୃଢ଼ କରି ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ନେଟ୍‌ୱର୍କ ଉପଲବ୍ଧତା ଅନୁସାରେ ସପ୍ତାହରୁ ୧୦ଦିନ ଭିତରେ ନୂଆ ଶିଳ୍ପ ସଂସ୍ଥାକୁ ସଂଯୋଗ ପ୍ରଦାନ କରିବା ଲାଗି ଶୀଘ୍ର ପ୍ରସ୍ତୁତ ହେବେ। ଫଳରେ ରାଜ୍ୟରେ ସହଜରେ ବ୍ୟବସାୟ ପାଇଁ ତାହା ସହାୟକ ହେବ। ଉପଭୋକ୍ତାଙ୍କୁ ସୁହାଇବା ଭଳି ସେବା ପ୍ରଦାନ କରାଯାଇପାରିବ ଏବଂ ଅଧିକ ବିଦ୍ୟୁତ୍‌ ଉପଯୋଗ କରୁଥିବା ଗ୍ରାହକ ବର୍ଗର ଶକ୍ତି କ୍ଷେତ୍ରରେ ଉନ୍ନତି ଅଣାଯାଇପାରିବ। ଏହି ସ୍ମାର୍ଟ ମିଟରଗୁଡ଼ିକ ଏନ୍‌ଏବିଏଲ୍‌ ସ୍ବୀକୃତିପ୍ରାପ୍ତ ଓ ବିଆଇଏସ୍‌ ସାର୍ଟିଫାଏଡ୍‌ ଏବଂ ଦେଶର ଅଗ୍ରଣୀ ସ୍ମାର୍ଟ ମିଟର ନିର୍ମାତାମାନେ ତାହା ଯୋଗାଇ ଦେଉଛନ୍ତି। ଶେଷ ଟାରିଫ୍‌ ଅର୍ଡରରେ ଶିଳ୍ପ ଟାରିଫ୍‌କୁ କୋହଳ କରାଯାଇଥିବାରୁ ଡିସ୍‌କମ୍‌ଗୁଡ଼ିକ ଓଇଆର୍‌ସି ନିକଟରେ କୃତଜ୍ଞ। ଅଧିକ ଅକ୍ଷୟ ଶକ୍ତି କିଣା (ଆର୍‌ପିଓ) ନିୟମ ପାଳନ ଯୋଗୁ ଆଗାମୀ ବର୍ଷଗୁଡ଼ିକରେ ଶିଳ୍ପ ଟାରିଫ୍‌ ଆହୁରି ହ୍ରାସ ପାଇବ ବୋଲି ଏହି ଡିସ୍‌କମ୍‌ଗୁଡ଼ିକର ବିଶ୍ୱାସ ରହିଛି। ଫଳରେ ଅଗ୍ରଣୀ ସଂସ୍ଥାଙ୍କ ପାଇଁ ଓଡ଼ିଶା ଅନ୍ୟତମ ଆକର୍ଷଣୀୟ ସ୍ଥଳରେ ପରିଣତ ହୋଇପାରିବ। ବର୍ଦ୍ଧିତ ନେଟ୍‌ୱର୍କର ପରିଚାଳନା ଓ ଭରସାଯୋଗ୍ୟ ଗ୍ରାହକ ସେବାକୁ ସୁନିଶ୍ଚିତ କରିବା ଲାଗି ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ୨୦୦୦ରୁ ଅଧିକ ସ୍ଥାନୀୟ ଲୋକ ଓ ରକ୍ଷଣାବେକ୍ଷଣ, ପ୍ରକଳ୍ପ , ମିଟର ବଦଳାଇବା କାମ ପାଇଁ ୨୦,୦୦୦ ଶ୍ରମ ଶକ୍ତିଙ୍କୁ ପରୋକ୍ଷ ଭାବେ ନିଯୁକ୍ତି ଦେଇ ନିଜ ମୋଟ ଶ୍ରମ ଶକ୍ତିଙ୍କୁ ବୃଦ୍ଧି କରିଛନ୍ତି ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଧିକ ନିଯୁକ୍ତି ସୃଷ୍ଟି କରିଛି ବୋଲି ବାଙ୍ଗା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri