Posted inଫୁରସତ

୫୦୦ ବର୍ଷ ପରେ ପଗଡ଼ି ବାନ୍ଧିବେ, ଚମଡା ଜୋତା ପିନ୍ଧିବେ

ଅଯୋଧ୍ୟା: ରାମ ଜନ୍ମଭୂମି ବାବ୍ରି ମସଜିଦ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ଅଯୋଧ୍ୟାରେ ଏକ ବିଚିତ୍ର ପରମ୍ପରାର ଅବସାନ ଘଟିବାକୁ ଯାଉଛି। ଅଯୋଧ୍ୟା ନିକଟସ୍ଥ ପୂରା ବଜାର ଓ ଏହାର ଆଖପାଖ ୧୦୫ଟି ଗାଁର ସୂର୍ଯ୍ୟବଂଶୀ କ୍ଷତ୍ରିୟ ପରିବାର ୫୦୦ ବର୍ଷ ପରେ ମୁଣ୍ଡରେ ପଗଡ଼ି ବାନ୍ଧିବା ସହ ଚମଡା ଜୋତା ପିନ୍ଧିବେ। ରାମ ମନ୍ଦିର ନିର୍ମାଣର ସଂକଳ୍ପ ଏବେ ପୂରଣ ହୋଇଥିବାରୁ ସେମାନେ ଏହା ପାଳନ କରିବେ। ରାମ ମନ୍ଦିର ଉପରେ ଆକ୍ରମଣ ହେବା ପରେ ଯେ ପର୍ଯ୍ୟନ୍ତ ମନ୍ଦିର ପୁଣି ନିର୍ମାଣ କରା ନ ଯାଇଛି ସେବେଯାଏ ସେମାନେ ଜୋତା ପିନ୍ଧିବେନି କି ପଗଡି ବାନ୍ଧିବେନି ବୋଲି ଶପଥ ନେଇଥିଲେ। ଅଯୋଧ୍ୟା ସମେତ ବସ୍ତି ଜିଲାର ୧୦୫ଟି ଗାଁରେ ସୂର୍ଯ୍ୟବଂଶୀ କ୍ଷତ୍ରିୟ ସମୁଦାୟର ପ୍ରାୟ ଦେଢ ଲକ୍ଷ ଲୋକ ରହିଛନ୍ତି। ଦୀର୍ଘ ବର୍ଷ ହେବ ଏମାନେ ବାହାଘରରେ ପଗଡି ବାନ୍ଧିନାହାନ୍ତି। କିନ୍ତୁ ବାହାଘର ସମୟରେ କନ୍ୟା ମଥାରେ ଏକ ଛୋଟ ପଗଡି ବାନ୍ଧିଦିଆଯାଏ। ଜୋତା କିମ୍ବା ଚପଲ ନ ପିନ୍ଧିବା ପାଇଁ ଏମାନଙ୍କ ପୂର୍ବପିଢି ଯେବେଠୁ ଶପଥ ନେଇଥିଲେ ସେବେଠାରୁ ଚମଡା ପୂରା ବନ୍ଦ କରାଯାଇଥିଲା। ଏଥିପାଇଁ ସେମାନେ କଠଉ ପିନ୍ଧୁଥିଲେ। ବିନା ଚମଡା ଜୋତା କିମ୍ବା ଚପଲରେ ଲୋକଙ୍କୁ ଦେଖିତ୍ଲେ ସେମାନେ ସୂର୍ଯ୍ୟବଂଶୀ ବୋଲି ଲୋକେ ଜାଣିପାରନ୍ତି। ଏବେ ଏଢହି ଗାଁଗୁଡିକରେ ସାଧାରଣ ସଭାମାନ ଆୟୋଜିତ କରାଯିବା ସହ ଲୋକମାନଙ୍କୁ ପଗଡ଼ି ବାଣ୍ଟିିବା କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୪୦୦ ପଗଡ଼ି ବଣ୍ଟାଗଲାଣିି। କୋର୍ଟଙ୍କ ଫଇସଲାରେ ଖୁସି ହେବା ସହ ଭବ୍ୟ ମନ୍ଦିର ନିର୍ମାଣ ଅପେକ୍ଷାରେ ରହିଛନ୍ତି ସୂର୍ଯ୍ୟବଂଶୀ ବଂଶଧର।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟର ଛକା ସହ ପ୍ରେମର ନିବେଦନ… RCBର ଟାଇଟଲ ବିଜୟ ପରେ ବିରୁୁଷ୍କାଙ୍କ ରୋମାଣ୍ଟିକ ମୁଡର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧।୬: ଆଇପିଏଲ ଇତିହାସରେ RCBର ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିବା ସମୟରେ ଷ୍ଟାଡିୟମରେ ଥିବା…

ଚଳନ୍ତା ଅବସ୍ଥାରେ ଆମ୍ବୁଲାନ୍ସରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଭୁବନେଶ୍ୱର,୧ା୬: ଖଣ୍ଡଗିରି ନିକଟ ଜାଗମରାରେ ଏକ ଆମ୍ବୁଲାନ୍ସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଚଳନ୍ତା ଅବସ୍ଥାରେ ହିଁ ଆମ୍ବୁଲାନ୍ସଟିରେ ନିଆଁ ଲାଗିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି…

ଟ୍ରମ୍ପଙ୍କ ‘ପ୍ରକୃତ ବନ୍ଧୁତା’ କଥାରେ ପାକିସ୍ତାନ ଖୁସି ହେବା ଉଚିତ ନୁହେଁ! ଇରାନ ଖୋଲିଲା ଆମେରିକା ଡାଏରୀ

ତେହରାନ,୧।୬: ଆମେରିକା ପାକିସ୍ତାନକୁ ‘ପ୍ରକୃତ ବନ୍ଧୁ’ ବୋଲି ବର୍ଣ୍ଣନା କରିଛି। ଦୁଇ ରାଷ୍ଟ୍ର ମଧ୍ୟରେ ବଢୁଥିବା ଘନିଷ୍ଠତାକୁ ଦୃଷ୍ଟିରେ ରଖି, ଇରାନ ଇସଲାମାବାଦକୁ ଏକ ଚେତାବନୀ ଦେଇଛି।…

କଳା ତାଲିକାଭୁକ୍ତ ଠିକାଦାରଙ୍କୁ କାମ ନ ଦିଆଯିବା ପାଇଁ ଦାବି

ବରଗଡ଼,୧ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକ ସମ୍ମୁଖରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ତୋରଣ ନିର୍ମାଣରେ ବ୍ୟାପକ ଅନିୟମିତତା ତଥା…

ଆଜି ଏହି ଜିଲାକୁ କାଳବୈଶାଖୀ: ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧ା୬: ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଦିନ ତାପମାତ୍ରା ହ୍ରାସ ପାଉଛି। ଆହୁରି ୪ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି…

IPL 2026 ଫାଇନାଲ ପରେ ବଡ଼ ଘଟଣା: ଖେଳାଳିମାନଙ୍କୁ ନେଇ ଯାଉଥିବା ଗୁଜରାଟ ଟାଇଟାନ୍ସ ଟିମ ବସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ, ଗୁଜୁରାଟ ଟାଇଟାନ୍ସର ଦଳର ବସରେ ନିଆଁ ଲାଗିଗଲା। ଦଳ ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ହୋଟେଲକୁ ଯାଉଥିବା ସମୟରେ ଏହି ଘଟଣା…

JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ, ଶୁଭମ କୁମାର ଟପ୍ପର

ନୂଆଦିଲ୍ଲୀ,୧ା୬: ୨୦୨୬ JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ଦିଲ୍ଲୀ ଜୋନ୍‌ରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୩୬୦ରୁ ୩୩୦ ନମ୍ବର ରଖି…

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri